ଶୁଭ ଶୁକ୍ରବାର ଓ ଇଷ୍ଟର ଉପଲକ୍ଷେ ଶାନ୍ତି ରାଲି ଓ ସମାବେଶ

ସ୍ଥାନୀୟ ବ୍ରହ୍ମପୁର ସହରସ୍ଥିତ ଆଇ ପି ସି- ଜିଜେଶ ପ୍ରାର୍ଥନା ଗୃହ ଆନୁକୂଲ୍ୟରେ ଆଜି ଯୀଶୁଖ୍ରୀଷ୍ଟ ଙ୍କ ପୁନଃରୁଥାନ ଦିବସ ଅବସରରେ ବ୍ରହ୍ମପୁର ସହର ରେ ଏକ ଶାନ୍ତି ସମାବେଶ ଓ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା l ଏହି ରାଲି ୟୁ ସି ପି ଇଞ୍ଜିନିଅରିଙ୍ଗ ସ୍କୁଲ ଛକ ରୁ ଆରମ୍ଭ ହୋଇ କମାପଲ୍ଲୀ ଛକ, ଟାଟାବେଂଜ଼ ଛକ, ସୁବାରାଓ ଛକ, ଗେଟ ବଜାର ଦେଇ ଲୋଚାପୋଡ଼ା ଭାବିନିପୁର ମେନ ରୋଡ଼ ସ୍ଥିତ ଚର୍ଚ୍ଚ ପରିସରରେ ପହଞ୍ଚିଥିଲା l ରାଲିରେ ଆଧ୍ୟାତ୍ମିକ ବାକ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା l ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମର ସନ୍ଦେଶ ଓ ଶୁଭେଚ୍ଛା ବାର୍ତା ସଭିଙ୍କୁ ଜଣାଇବା ଓ ବ୍ରହ୍ମପୁର ସହର ତଥା ଓଡିଶା ଓ ଦେଶରେ ଶାନ୍ତି ଓ ଆଶିଷ ନିମନ୍ତେ ପ୍ରାର୍ଥନା କରିବା.. ଏହି ରାଲି ର ମୂଳ ଉଦେଶ୍ୟ ଅଟେ ବୋଲି ଚର୍ଚ୍ଚ ର ପାଷ୍ଟର ବାବୁ ପି ଜନ ମତ ପ୍ରକାଶ କରିଛନ୍ତି l ଏଥିରେ ଚର୍ଚ୍ଚ ର ଯୁବା ଓ ସମସ୍ତ ସଦସ୍ୟ ସଦସ୍ୟା ଯୋଗ ଦେଇ ଅନେକ ସଂଖ୍ୟାରେ ବାଇକ ଓ କାର ଯୋଗେ ଶୃଙ୍ଖଳା ର ସହ ରାଲି ରେ ଯାତ୍ରା କରିଥିଲେ l

ରାଲି ଶେଷରେ ଲୋଚାପଡା -ଭାବିନିପୁର ମେନ ରୋଡ଼ ସ୍ଥିତ ଚର୍ଚ୍ଚ ଗୃହରେ ପ୍ରାର୍ଥନା ର ଆୟୋଜନ କରାଯାଇଥିଲା l ଏହି ସଭାରେ ରେ କେରଳ ରୁ ଆସିଥିବା ମୁଖ୍ୟବକ୍ତା ପାଷ୍ଟର ସାମ ନୈନନ ଯୋଗ ଦେଇ ଯୀଶୁ ଖ୍ରୀଷ୍ଟ ଙ୍କର ଶୁଭ ସମ୍ବାଦ ପରିବେଷଣ କରିଥିଲେ l ସ୍ଥାନୀୟ ପୋଲିସ କର୍ମଚାରୀ ମାନେ ରାଲି ଆରମ୍ଭରୁ ସଭା ର ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ସହଯୋଗ କରିଥିବାରୁ ତାଙ୍କୁ ଶୁଭେଚ୍ଛା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଚର୍ଚ୍ଚ ର ପାଳିକା ମେର୍ସି ପି ଜନ, ପ୍ରାଚୀନ ସଦସ୍ୟ ଅନେସ ବାରିକ, ମୁନିସ ରଇତ ପ୍ରମୁଖ ଓ ଯୁବକ ମାନେ ଏହି ରାଲି ର ଆୟୋଜନ ରେ ସହଯୋଗ କରିଥିଲେ l ସତ୍ୟ ନାରାୟଣ ମହାରଣା ସମ୍ବାଦ ର ଭାଷାନ୍ତର ରେ ସାହାଯ୍ୟ କରିଥିବା ବେଳେ ସଦସ୍ୟା ଲେନାଚାନ୍ଦ ଇଷ୍ଟର ରବିବାର ର ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ସଭାରେ ବ୍ରହ୍ଣପୁର ସହର ଓ ଆଖ ପାଖ ଗାଁ ଗୁଡିକରୁ ବହୁ ଖ୍ରୀଷ୍ଟ ବିଶ୍ୱାସୀ ଯୋଗ ଦେଇ ଆଶୀର୍ବାଦ ଲାଭ କରିଥିଲେ l

କାଳୀ ପ୍ରସାଦ ରଥ, BERHAMPUR

Leave a Reply

Your email address will not be published. Required fields are marked *