ଶେଷହେଲା ଶ୍ରେୟା ହ୍ୟୁମାନ କଳି |

ଫୋକସ ପ୍ଲସ ୩୦/୧/୨୩(ବ୍ୟୁରୋ): ମନୋମାଳିନ୍ୟର ଅନ୍ତ, ତୁଟିଲା ସ୍ୱାମୀ-ସ୍ତ୍ରୀଙ୍କ କଳି । ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲାର ସମାଧାନ ହୋଇଛି। ବିବାଦର ସମାଧାନ ଓ ଆପୋଷ ବୁଝାମଣା ହୋଇଥିବା ହ୍ୟୁମାନ କହିଛନ୍ତି। ସୂଚନାଥାଉ କି, ଆଜି ମହିଳା ଥାନାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ପରିବାର ସଦସ୍ୟଙ୍କ ସହ ହାଜର ହୋଇଥିଲେ।ଏନେଇ ହ୍ୟୁମାନଙ୍କ ମା’ କହିଛନ୍ତି ଯେ, ଏଣିକି ଉଭୟ ସ୍ୱାମୀ-ସ୍ତ୍ରୀ ଏକାଠି ରହିବେ। କିଛି ଦିନ ପରେ ଶ୍ରୀୟା ତାଙ୍କ ଶଶୁ ଘରକୁ ଫେରିବେ। ସୂଚନାଥାଉ କି, କିଛିଦିନ ପୂର୍ବେ ପ୍ରେସ୍‌ମିଟ୍‌ କରି ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ଅନେକ ଖୁଲାସା କରିଥଇଲେ। ସେ କହିଥିଲେ, ‘ସ୍ୱାମୀଙ୍କ ନିର୍ଯାତନା ଅଧିକ ହେବାରୁ ଥାନାର ଦ୍ୱାରସ୍ଥ ହୋଇଥିଲି। ସେ ମୋତେ ଉଭୟ ମାନସିକ ଓ ଶାରିରୀକ ନିର୍ଯାତନା ଦିଅନ୍ତି। ମଦ ପିଇ ମୋତେ ବହୁତ ପିଟନ୍ତି। ମଦ ପିଇବାକୁ ବାରଣ କରିବାରୁ ସେ ମାଡ଼ ମାରନ୍ତି। ଏପରିକି ମୋତେ ସିନ୍ଦୂର ଓ ବିନ୍ଦି ଲଗାଇବାକୁ ବାରଣ କରନ୍ତି।’ଶ୍ରୀୟା ଆହୁରି କହିଥିଲେ ଯେ, ‘ଝିଅ ଜନ୍ମ ପରେ ମୋ ପ୍ରତି ହ୍ୟୁମାନଙ୍କ ନିର୍ଯାତନା ବଢିଥିଲା। ଝିଅ ସହ ହ୍ୟୁମାନଙ୍କ ଆଟାଚ୍‌ମେଣ୍ଟ ନଥିଲା।

Leave a Reply

Your email address will not be published. Required fields are marked *