ଶୋଚନୀୟ ଅବସ୍ଥାରେ ଚାଲିଛି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

ଫୋକସ ପ୍ଲସ ୧୧/୬/୨୨(ମାହାଙ୍ଗା): ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋଦ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ଅସୁରେଶ୍ବର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ। ଯେଉଁଠି ସଂପୂର୍ଣ୍ଣ ବିଗିଡି ଯାଇଛି ଖୋଦ୍ ସ୍ବାସ୍ଥ୍ୟକେନ୍ଦ୍ର ର ସ୍ବାସ୍ଥ୍ୟାବସ୍ଥା | ରାତିପାଇଲେ ସ୍ୱାସ୍ଥ୍ୟ ଅବସ୍ଥା କୁ ସୁଦୃଢ କରିବାକୁ ସରକାର ବିଭିର୍ନ ଯୋଜନା ର ଡ଼ିମିଡିମ ପିଟୁଛନ୍ତି, ସେଇ ସମୟ ରେ ବିଜେଡି ଗଡ଼ ର ସ୍ୱାସ୍ଥ୍ୟକେନ୍ଦ୍ର ରେ ଦେଖିବାକୁ ମିଳୁଛି ଏହିଭଳି ଅନିୟମିତତା |ଯେଉଁ ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରତ୍ୟେକ ଦିନ ନିର୍ଭର କରନ୍ତି ୮/୧୦ ଟି ପଂଚାୟତ ବାସିନ୍ଦାମାନେ। ହେଲେ ଏଠାରେ ମୌଳିକ ସୁବିଧା ର ଅଭାବ ହେତୁ ଫାଇଦା ନେଉଛନ୍ତି ଘରୋଇ ଚିକିତ୍ସାଳୟ ମାନେ। ତେଣୁ ଏଠି ଭଗବାନ ଙ୍କ ଭରଷା ଚାଲିଛି ସରକାରୀ ରୋଗୀ ସେବା |

ସ୍ବାସ୍ଥ୍ୟ କେନ୍ଦ୍ର କୁ ସରସ ସୁନ୍ଦର ଓ ସୁସ୍ଥ ରୋଗୀ ସେବା ଯୋଗାଇଦେବା ପାଇଁ ସରକାର ଙ୍କ ତରଫ ରୁ ନୂତନ ଘର ନିର୍ମାଣ କରାଯାଉଛି। ସରକାର ବିଭିନ୍ନ ସମୟରେ ଲକ୍ଷ ଲକ୍ଷ ଟଙ୍କା ଦେଇଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ମଧୂଚନ୍ଦ୍ରିକା ରେ ଫଟା କାନ୍ଥରେ କାଦୁଅ ନେସା ଯାଉଥିବା ଘଟଣା ଜଳ ଜଳ ଦିଶୁଛି। କେଉଁଠି ନୂଆ ଘର ନିର୍ମାଣ ରେ ପୁରୁଣା ଇଟା ବ୍ୟବହାର କରା ଯାଇଛି ତ ଆଉ କେଉଁଠି ସିମେଣ୍ଟ ପ୍ଲାଷ୍ଟର ନିମ୍ନ ମାନର କରାଯାଇଛି। ଖାଲି ସେତିକି ନୁହେଁ ଗୋଟିଏ କାମକୁ ଦୁଇ ଦୁଇ ଥର ଦେଖାଇ ବିଲ୍ ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି।

ଗ୍ରାମାଞ୍ଚଳ ରେ ଗରିବ ଲୋକମାନଙ୍କୁ ସରକାର ମୌଳିକ ସୁବିଧା ଯୋଗାଇ ଦେବାର ପ୍ରାବଧାନ ଥିବା ବେଳେ ଏଠି ରୋଗୀମାନେ ସୁଚାରୁରୂପେ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସାଲାଇନି କି ଇଞ୍ଜେକ୍ସନ ଟିଏ ନେବାକୁ ସ୍ଵାଥ୍ୟକେନ୍ଦ୍ରରେ ଖଟିଆ ଟିଏ ସୁବିଧା ନଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାକି ରହିଲା ଦେଖିବାକୁ ଲୋକଙ୍କ ସ୍ବାସ୍ଥ୍ୟ ସେବା କୁ ପ୍ରାଧାନ୍ୟ ଦେଉଥିବା ସରକାର କେବେ ଏ ସ୍ବାସ୍ଥ୍ୟ କେନ୍ଦ୍ର ର ସ୍ବାସ୍ଥ୍ୟ କୁ ସଜାଡୁଛନ୍ତି।

Leave a Reply

Your email address will not be published. Required fields are marked *