ଶୋଚନୀୟ ଅବସ୍ଥାରେ ମୁଖ୍ୟ ରାସ୍ତା

ଫୋକସ ପ୍ଲସ (ଗୋପ )୨୭/୦୭/୨୦୨୨: ପୁରୀ ଜିଲ୍ଲା ଗୋପ ବ୍ଲକ ଅଧିନସ୍ଥ ଗୋପ ବଜାର ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହେବାରୁ ଦୈନିକ ଦୃଘଟଣl ମାନ ଘଟିବାରୁ ବାଧ୍ୟ ହୋଇ ରାସ୍ତା କୁ ଓଲ୍ଲାଇଲେ ଅଟୋ ଚାଳକ ଓ ବସ୍ତିବାସିନ୍ଦା l ଏ ସମ୍ପର୍କ ରେ ସମସ୍ତ ଗଣମାଧ୍ୟମ ରେ ଅନେକ ଥର ଖବର ପ୍ରସାରଣ ସତ୍ତ୍ୱେ ଯନ୍ତ୍ରୀ ଙ୍କ ଠାରୁ ସ୍ଥାନୀୟ ମନ୍ତ୍ରୀ ନିରବଦ୍ରଷ୍ଟା ସାଜିବାରୁ l ବାଧ୍ୟ ହୋଇ ସ୍ଥାନୀୟ ଅଟୋ ଷ୍ଟାଣ୍ଡ ର ଚାଳକ ଗୋପ ବସ୍ତି ର କିଛି ଉଦୟାମନ ଯୁବକ ଆଜି ସକାଳୁ ପଥର ଭଙ୍ଗା ଇଟା ବାଲି ଦ୍ଵାରା ରାସ୍ତା ମରାମତି କାର୍ଯ୍ୟ କରିଥିଲେ l ଖରାଦିନେ ବସୁଧା ପାନୀୟ ଜଳ ଯୋଜନା ର କାର୍ଯ୍ୟ କରାଯାଉ ନାହିଁ ଅଥଚ ବର୍ଷା ଦିନେ ରାସ୍ତା ଘାଟ ସବୁ ଖାଲି ନଷ୍ଟ କରୁଛନ୍ତି l RWSS ର ମନମୁଖୀ କାର୍ଯ୍ୟ ଯୋଗୁଁ ଆଜି ଗୋପ ପଞ୍ଚାୟତ ର ସମସ୍ତ ଗ୍ରାମ୍ୟ ସଡ଼କ ଓ ରାଜ୍ୟ ରାଜପଥ ନଷ୍ଟ ହୋଇପଡିରହିଛି l ଠିକାଦାର କି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଙ୍କର କାର୍ଯ୍ୟ ଉପରେ ନଜର ନଥିବାରୁ ସମସ୍ୟା ଜଟିଳ ହେବାରେ ଲାଗିଛି l ଅନଭିଜ୍ଞ ସୁପରଭାଇଜର କୁ ଅଣକୁଶଳୀ ଶ୍ରମିକ ମାନଙ୍କର ଦ୍ଵାରା କାର୍ଯ୍ୟ କରାଯାଉଥିବାରୁ ରାସ୍ତା ଗୁଡିକ ବର୍ତ୍ତମାନ ଶୋଚନୀୟ ହୋଇପଡିଛି l ଯାହାଫଳରେ ନିମାପଡା କୋଣାର୍କ ମୁଖ୍ୟ ରାସ୍ତା ଆଉ ପୁରୀ ଚାରିଛକ ର ମୁଖ୍ୟ ରାସ୍ତା ରେ ବଡ ବଡ଼ ଖାଲ ହୋଇ ପଡିଥିଲା l ଗୋପ ବଜାର ଅବସ୍ଥା ସମ୍ପୂର୍ଣ ନଷ୍ଟ ହୋଇଯାଇଛି l ଏଠାରେ ଦୁଇପୁଟ ଗଭୀର ଓ ଦଶ ପୁଟ ଲମ୍ବ ଗାତ ଯୋଗୁଁ ଅନେକ ଗାଡ଼ି ଦୃଘଟଣାଗ୍ରସ୍ତ ହୋଇ ନଷ୍ଟ ହେବା ସହିତ ଅନେକ ଵ୍ୟକ୍ତି ଆହତ ହେଲେଣି l ଏଣୁ ବାଧ୍ୟ ହୋଇ ଅଟୋ ଷ୍ଟାଣ୍ଡ ର ସଭାପତି ପୁରୁ ଚାଚା ଙ୍କ ନେତୃତ୍ୱରେ ସାଜନ , ଖାଁନ , ଅବଦୁଲ୍ଲା , ଜ଼ହିଦ, ସୁଦର୍ଶନ ଆଦି ଉଦୟାମlନ ଯୁବକ ଙ୍କ ଦ୍ଵାରା ରାସ୍ତା ମରାମତି କରାଯାଇଥିଲା l ଯଦିଓ ଏହି କାର୍ଯ୍ୟ ଟି ଚିରସ୍ଥାୟୀ ନୁହେଁ କିନ୍ତୁ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ ଥିବାରୁ ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ସାମ୍ବାଦିକ ଭାରତୀ ଭୂଷଣ ଉପାଧ୍ୟାୟ ସଚ୍ଚିଦାନନ୍ଦ ଗୋଛାୟତ ଓ ଗୋପ ବ୍ୟବସାୟୀ ସଂଘ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ସାଧୁବାଦ ଜଣାଇଛନ୍ତି ଅଟୋ ଚାଳକ ଓ ବସ୍ତିବାସିନ୍ଦାଙ୍କୁ l

 

ଗୋପ ରୁ ମୃତୁଞ୍ଜୟ ମହାପାତ୍ର ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *