ଶ୍ରଦ୍ଧା,ସେବା ଓ ସହଯୋଗ ଫାଉଣ୍ଡେସନର ଦ୍ୱିତୀୟ ପ୍ରଶିକ୍ଷଣ ଅଧିବେଶନ

ଫୋକସ ପ୍ଲସ(ପାଳଲହଡା): ପାଳଲହଡା ଶରତଚନ୍ଦ୍ର କ୍ଲବ ଠାରେ ଶ୍ରଦ୍ଧା, ସେବା ଓ ସହଯୋଗ ଫାଉଣ୍ଡେସନ ତରଫରୁ ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହା ପୂର୍ବରୁ ପାଳଲହଡା ନିର୍ବାଚନ ମଣ୍ଡଳୀ କଣିହାଁ ବ୍ଲକ ଗହମ ଠାରେ ପ୍ରଥମ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଙ୍ଗଠନ ମୂଳ ଲକ୍ଷ୍ୟ ପାଳଲହଡା ନିର୍ବାଚନ ମଣ୍ଡଳୀ ର ସମସ୍ତ ଅଞ୍ଚଳରେ ଥିବା ଗରିବ ଅସହାୟ ଲୋକମାନଙ୍କ ର ସେବା କରିବା। ଯେଉଁ ପରିବାର ର ସଦସ୍ୟ ଅର୍ଥ ଅଭାବରୁ ରୋଗଶଯ୍ୟାରେ ପଡ଼ି ମୃତ୍ୟୁ ସହିତ ସଂଗ୍ରାମ କରୁଥିବେ, ତତକ୍ଷଣାତ୍ ଅନୁଷ୍ଠାନ କୁ ଜଣାଇଲେ ତାକୁ ଅନୁଷ୍ଠାନ ର ଅଧ୍ୟକ୍ଷ ସମାଜସେବୀ ଇଂ ଅଵନିକାନ୍ତ ସାହୁ ସମସ୍ତ ଆର୍ଥିକ ଖର୍ଚ୍ଚ କରି ତାଙ୍କୁ ଚିିକିତ୍ସା କରାଇବା ପାଇଁ ପ୍ରତିଶୃତି ଦେଇଛନ୍ତି। ବିଗତ ଦୁଇ ମାସ ପୂର୍ବରୁ ଏମିତି ଅନେକ ରୋଗୀଙ୍କୁ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା କରାଇ ଭଲ କରିଥିବା ଦେଖିବାକୁ ମିଳିଛି।

ଏହା ଏକ ସଙ୍ଗଠନ ଏହା କୈାଣସି ରାଜନୈତିକ ଉଦ୍ଦେଶ୍ୟ ନେଇ ଏହି ସଙ୍ଗଠନ କରାଯାଇ ନାହିଁ ବୋଲି SSS ସଙ୍ଗଠନ ର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି। ଆଜି ସଙ୍ଗଠନ କାର୍ଯ୍ୟକ୍ରମ ସହିତ ଅଧକ୍ଷ ତଥା ସମାଜସେବୀ ଇଂ ଅଵନିକାନ୍ତ ସାହୁ ପାଳଲହଡା ର ଅଧିଷ୍ଠାତ୍ରୀ ଦେବୀ ମା କୁଣ୍ଢେଇବିରା ଙ୍କ ଆଶ୍ରିବାଦ ଭିକ୍ଷା କରିବା ସହିତ ମେଡିକାଲ ରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ। ଏଠାରେ ପାଖାପାଖି ପନ୍ଦର ଶହରୁ ଉର୍ଦ୍ଧ୍ବ ଯୁବକ ଓ ଖେଳାଳି ଯୋଗଦେଇଥିଲେ। SSS ସଙ୍ଗଠନ ର ଅଧ୍ୟକ୍ଷ ସମାଜସେବୀ ଇଂ ଅଵନିକାନ୍ତ ସାହୁ ଙ୍କ ସମେତ ପାଳଲହଡା ବ୍ଲକ ସଭାପତି ମନିଷ କୁମାର ପ୍ରଧାନ, ସମ୍ପାଦକ ପ୍ରଶାନ୍ତ ନାଏକ ଓ କଣିହାଁ ବ୍ଲକ ସଭାପତି ବନମାଳୀ ଦେହୁରୀ ଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ।

ପାଲଲହଡାରୁ ଖଗେଶ୍ୱର ପିଙ୍ଗୁଆଙ୍କ ରିପୋର୍ଟ

 

Leave a Reply

Your email address will not be published. Required fields are marked *