ଶ୍ରଦ୍ଧା, ସେବା ଏବଂ ସହଯୋଗ ଫାଉଣ୍ଡେସନର ପ୍ରଥମ ବୈଠକ

ଫୋକସ ପ୍ଲସ(ପାଳଲଲହଡା )୨୯/୦୮/୨୦୨୨: ଅନୁଗୁଳ ଜିଲ୍ଲା ପାଲଲହଡା ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକ କଣିହାଁ ଏବଂ ପାଲଲହଡାକୁ ନେଇ (ଏସ ଏସ ଏସ) ଶ୍ରଦ୍ଧା, ସେବା ଓ ସହଯୋଗ ଫାଉଣ୍ଡେସନ ନୂତନ ଭାବେ ପଦାର୍ପଣ ହୋଇ ଉଠିଛି l ପ୍ରଥମକରି ଏହି ଫାଉଣ୍ଡେସନ କଣିହାଁ ବ୍ଲକ ପରାବିଲ ପଂଚାୟତ ଗହମ ଆମ୍ବତୋଟା ଠାରେ ବୈଠକ ଆରମ୍ଭ କରିଛି l ପାଲଲହଡା ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକ କଣିହାଁ ଏବଂ ପାଲଲହଡା ଅଂଚଳ ଗୁଡିକ ସମ୍ପୂର୍ଣ ଭାବେ ଏକ ଗରିବ ଆଦିବାସୀ ଅଧୁଷିତ ଅଂଚଳ ଏବଂ ଏବେ ବି ଗରିବ ଅସହାୟ ଲୋକେ ପଇସା ଅଭାବରୁ ହସ୍ପିଟାଲ ଯାଇପାରୁନାହାନ୍ତି, କାହାର ରକ୍ତ ଅଭାବ ହେଲେ ରକ୍ତଦାନ କରିବା,ଶିକ୍ଷା କ୍ଷେତ୍ରରେ ପଛୁଆ ଯୋଗୁଁ ଦୁନିଆ ବିଷୟ କିଛି ଜାଣିପାରୁନାହାନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ ନିଜର ଦକ୍ଷତା ଥାଇ ମଧ୍ୟ ଆଗକୁ ଯାଇପାରୁନାହାନ୍ତି,ଏମିତି କି ଖେଳକୁଦ ଭଳି କ୍ଷେତ୍ରରେ ଆଗକୁ ସାହାଯ୍ୟର ହାତ ବଢାଇବା ଏହି ୩ (ଏସ ) ଫାଉଣ୍ଡେସନର ଲକ୍ଷ ରହିଛି | ଆଗାମୀ ଦିନରେ ଏହି ଫାଉଣ୍ଡେସନ ଜରିଆରେ ଗାଁ ଗହଳିର ଅସହାୟ ଲୋକଙ୍କ ଅସୁବିଧାକୁ ସୁବିଧା କରିବାରେ ସହାୟକ ହେବ l ଏମିତି ବହୁ ଆଶା ରଖି ଗରିବଙ୍କ ସାଥୀ ହୋଇ ୩ (ଏସ ) ତାର କଣିହାଁ ବ୍ଲକ ଗହମ ଆମ୍ବତୋଟାରୁ ସାଙ୍ଗଠନିକ ବୈଠକ ଆରମ୍ଭ କରିଛି l ଏହି ଶ୍ରଦ୍ଧା, ସେବା ଏବଂ ସହଯୋଗ ଅନୁଷ୍ଠାନର ଅଧକ୍ଷ ଇଂ ଅବନୀକାନ୍ତ ସାହୁ ଥିବାବେଳେ ମନିଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଦୁଇ ବ୍ଲକର କାର୍ଯ୍ୟକ୍ରମ ଭାର ଦାୟିତ୍ୱରେ ଅଛନ୍ତି ଲ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଇଂ ଅବନୀକାନ୍ତ ସାହୁ, ସଂମ୍ମାନିତ ଅତିଥି ମନିଷ କୁମାର ପ୍ରଧାନ, ବନମାଳୀ ବେହେରା,ସୁନୀଲ ସାହୁ,ପ୍ରଭାତ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଥିବାବେଳେ କଣିହାଁ ବ୍ଲକର 19 ଟି ପଂଚାୟତର ପ୍ରାୟ 500 ରୁ ଉର୍ଦ୍ଧ ଯୁବକ ସ୍ୱଇଚ୍ଛାରେ ଏହି ଶ୍ରଦ୍ଧା, ସେବା, ସହଯୋଗ ଫାଉଣ୍ଡେସନରେ ଯୋଗ ଦେବା ସହ ନାମ ପଞ୍ଜିକରଣ କରିଛନ୍ତି l ତାସହ ଏହି ୩ (ଏସ)କୁ ପାଥେୟ ନିଜ ନିଜ ପଂଚାୟତ ଏବଂ ଗାଁ ର ସମସ୍ୟାକୁ ଦୂରୀକରଣ କରିବୁ ବୋଲି ଶପଥ ଗ୍ରହଣ କରିଛନ୍ତି ଉକ୍ତ ଯୁବ ଗୋଷ୍ଠୀ l

Leave a Reply

Your email address will not be published. Required fields are marked *