ଶ୍ରମିକ ଛଟେଇ ନେଇ ଥାନା ଆଗରେ ବିକ୍ଷୋପ

ଫୋକସ ପ୍ଲସ(ଗଞ୍ଜାମ) ୨୯/୦୭/ ୨୦୨୨: ଯାଜପୁର ଜିଲ୍ଲା କଳିଙ୍ଗନଗର ରେ ଥିବା ଭିସାକାରଖାନାରେ କାର୍ଯ୍ୟରତ ଚାରି ଜଣ ଠିକା ଡ୍ରାଇଭର ଙ୍କୁ ବିନା ନୋଟିସରେ ଛଟେଇ କରିଥିବା ପ୍ରତିବାଦରେ ଆଜି କାରଖାନାରେ ଅନ୍ୟ ଡ୍ରାଇଭର ମାନେ ମିଶି ଯଖପୁରା ଥାନା ସମୁଖରେ ଧାରଣା ଦେଇଛନ୍ତି। ସୂଚନା ମୁତାବକ କାରଖାନା କୌଣସି କାରଣ ବସତ ତାଙ୍କୁ ଠିକାଦାର ଛଟେଇ କରିଥିଲେ। ଏ ନେଇ କାରଖାନାର କତ୍ତୃପଖ ଙ୍କୁ ଜଣେଇ ଥିଲେ ସଂପୂକ୍ତ ବ୍ଯକ୍ତି ମାନେ ମାତ୍ର କେହି କିଛି ପଦକ୍ଷେପ ନେଇନଥିବା ଯୋଗୁ ଆଜି ସକାଳ ସମୟରେ ପ୍ରଥମେ ଭିସା କାରଖାନା ସମ୍ମୁଖରେ କିଛି ସମୟ ବିକ୍ଷୋଭ ଓ ତାପରେ ଜଖପୁରା ଥାନ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦେଇଥିବାର ଦେଖିବାକୁ ମିଳିଥିଲା। ଯେପର୍ଯ୍ୟନ୍ତ ଚାରିଜଣ କର୍ମଚାରୀଙ୍କୁ ପୂର୍ଣ୍ଣ ନିଯୁକ୍ତି ନକରିଛନ୍ତି ସେପର୍ଯ୍ୟନ୍ତ ଧାରଣା ଜାରିରଖିଥିଲେ । ସ୍ଥିତି ଅଣାୟାତ ହେବାପୂର୍ବରୁ ଥାନ ଅଧିକାରୀଙ୍କ ତତ୍ତ୍ୱବଧାନରେ ଦାନଗଦିର ତହସିଲଦାର ନମ୍ରତା ମୋଦି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ ଟପ୍ପୋ,ଭିସା କାରଖାନା କତ୍ତୃପଖ ସନ୍ଦୀପ କୁମାର ମିଶ୍ର ,ଠିକାଦାର ବୁଦ୍ଧଦେବ ରାଉତ ଓ ୪ଜଣ କାର୍ଯ୍ୟରତ ଡ୍ରାଇଭର କର୍ମଚାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।କାରଖାନା ୪ କର୍ମଚାରୀଙ୍କୁ କାର୍ଯ୍ୟରୁ ଛଟେଇ ପୁନଃ ନିଯୁକ୍ତଦାବି ଉଠିଥିବା ବେଳେ କାରଖାନାର ଠିକାଦାର ପୁନଃ ନିଯୁକ୍ତଦାବିକୁ ମନା କରିଥିଲେ।ଏହା ପରେ ସମସ୍ତ ଡ୍ରାଇଭର୍ ଏକତ୍ର ହୋଇ ସମୂହ ଉକ୍ତ ସଂସ୍ଥା ରେ କାର୍ୟ୍ଯ କରିବେନାହିଁ ବୋଲି ପ୍ରକାଶ କରିଛନ୍ତି।ଉକ୍ତ କାରଖାନାରେ ପାଖାପାଖି ୧୦୦ ରୁ ଅଧିକ ଡ୍ରାଇଭ ସଦସ୍ୟମାନେ କାର୍ଯ୍ୟରତ ଥିବା ବେଳେ ସମସ୍ତଙ୍କୁ ପୁରା ପଇସା, ଇପିଏଫ୍ ଓ ଇଏସ୍ଆଇ ସମ୍ପୁର୍ଣ୍ଣ କରିବା ପାଇଁ କହିଥିଲେ ଓ ଗୋଟିଏ ମାସ ଭିତରେ ସମାଧାନ କରିବା ପାଇଁ ପ୍ରୀତିଶ୍ରୁତି ଦେଇଥିଲେ।ପ୍ରତିଶ୍ରୁତି ପାଇବା ପରେ ବିକ୍ଷୋଭ ବନ୍ଦ ହୋଇଥିବା ଦେଖିବାକୁ ମିଳୁଛି।

 

ସୁକିନ୍ଦା ଦାନଗଦୀ ଦାନଗଦୀ ରୁ ପଦ୍ମନାଭ ପହି ଙ୍କ ରିପୋର୍ଟ ଫୋକସ ପ୍ଲସ୍ ।

Leave a Reply

Your email address will not be published. Required fields are marked *