ଶ୍ରମିକ ବଦଳେ ମେସିନ କରୁଛି କାମ

ଫୋକସ ପ୍ଲସ ୩୦/୫/୨୨(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ କେନ୍ଦୁଡଙ୍ଗରି ଗ୍ରାମରେ ମନରେଗା ଯୋଜନାରେ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି |ଶ୍ରମିକ ବଦଳରେ ମେସିନ ଓ ଟ୍ରାକଟରରେ ବ୍ୟବହୃତ ହେଉଥିବା ଦେଖିବାକୁ ମିଳିଛି |ଜବ କାର୍ଡ ଧାରୀ ଶ୍ରମିକ ମାନେ କାମ ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମୃତ ଦେହ ନିଜ ଘରକୁ ଫେରୁଥିବା ବେଳେ କୋକସରା ବ୍ଲକ କେନ୍ଦୁଡଙ୍ଗରି ଗ୍ରାମରେ କିନ୍ତୁ ଦିନ ଦୁଇ ପ୍ରହରେ ବେଫିକର ଭାବରେ ମନରେଗା ଯୋଜନାରେ ଆତ୍ମସାତ୍ କରାଯାଉ ଥିବାର ଦେଖିବାକୁ ମିଳିଛି | ତେବେ ଖବର ସଂଗ୍ରହ ବେଳେ ସାମ୍ବାଦିକ ଙ୍କ ମୁହ କୁ ବନ୍ଦ କରିବାକୁ ଓ ଖବର ନ ବାହାର କରି ବାକୁ ଟଙ୍କା ଅଫର୍ କରୁଥିବା ମଧ୍ଯ କଥା ସାମ୍ନା କୁ ଆସିଛି | ତେବେ ଦେଖିବା କୁ ବାକିରହିଲା ଖବର ପ୍ରସାରଣ ପରେ ପ୍ରଶାସନ କଣ ପଦକ୍ଷେପ ନେଉଛି ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରୁ ତ୍ରିଲୋକ୍ୟ ବେଶ୍ରା ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *