ଶ୍ରୀକ୍ଷେତ୍ରରେ ମିଳିଲା ନୀଳାଚଳ ଅଭଡ଼ା।

ଫୋକସ ପ୍ଲସ (ପୁରୀ)୧୪/୦୭/୨୦୨୨: ଜନ୍ମବେଦି ରୁ ରତ୍ନବେଦୀ ପର୍ଯ୍ୟନ୍ତ କାର୍ଯ୍ୟ ଶେଷ କରି |ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଗତକାଲି ବିରାଜମାନ ହୋଇଛନ୍ତି ତିନି ଠାକୁର | ଆଜି ବିଧିବଦ୍ଧ ଭାବରେ ଶ୍ରୀମନ୍ଦିରରୁ ୭ଟା ସମୟରେ ମହାପ୍ରଭୁଙ୍କ ପ୍ରଥମ ଅଭଡ଼ା ବାହାରିଥିଲା ଯାହାକୁ ନୀଳାଚଳ ଅଭଡ଼ା କୁହାଯାଇଥାଏ। ମାଉସୀ ଘରୁ ଫେରିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ସୁଭଦ୍ରା ଓ ବଡଭାଇ ବଳଭଦ୍ର ମା ଲଷ୍ମୀ ଠାକୁରାଣୀଙ୍କ ହାତରନ୍ଧା ମହାପ୍ରସାଦ କୁ ସେବନ କରିଥିଲେ। ଏହି ନୀଳାଚଳ ଅଭଡ଼ା ପାଇବା ପାଈଁ ଆନନ୍ଦାବଜାର ରେ ଭକ୍ତ ମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ସବୁଦିନ ଅପେକ୍ଷା ଆଜିର ଅଭଡ଼ାର ଦର ଅଧିକ ଥିଲେ ମଧ୍ୟ ଭକ୍ତମାନେ ଏହି ମହାପ୍ରସାଦ ଟିକିଏ ପାଇବା ପାଇଁ ଦୂରଦୂରାନ୍ତରୁ ଭକ୍ତ ମାନେ ଆସି ଦିନ ୧୨ ଟାରୁ ରାତି ୭ ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା |

ପୁରୀରୁ ଜଗବନ୍ଧୁ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *