ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ମନ |

ପୁରୀ14/11/2023; ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯିବା । ଜାନୁଆରୀ ୧ ତାରିଖରୁ ଏହି ନିୟମ ଲାଗୁ ହେବାକୁ ଯାଉଛି , ବର୍ତ୍ତମାନ ଲୋକଙ୍କୁ ଏ ନେଇ ସଚେତନ କରାଯିବ ଏବଂ ନୂଆବର୍ଷରୁ ଏହି ନିୟମ ଲାଗୁହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପାନ , ଗୁଟଖା ଖାଇଲେ ଫାଇନ୍ ଦେବାକୁ ପଡିବ ।ଏହି ନିୟମ ପୂର୍ବରୁ ରହିଛି କିନ୍ତୁ ଏହାକୁ ଲୋକମାନେ ଅବହେଳା କରିଆସୁଛନ୍ତି । ତେଣୁ ଏବେ ଜନସାଧାରଣଙ୍କୁ ଏ ନେଇ ସଚେତନ କରାଯିବ । ଏବଂ ଜାନୁଆରୀ ୧ ତାରିଖରୁ ନିୟମ ଲାଗୁ କରାଯିବ । କେବଳ ସାଧାରଣ ଲୋକ ନୁହଁନ୍ତି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ପାଇଁ ବି ଏହି ନିୟମ ରହିଛି ।

Leave a Reply

Your email address will not be published. Required fields are marked *