ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ସମିତି ତରଫ ରୁ ଦାବିପତ୍ର ପ୍ରଦାନ

ଫୋକସ ପ୍ଲସ ୩/୬/୨୨(ଖଜୁରୀପଡ଼ା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସଦରମହକୁମା ଠାରେ ଆଜି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ସମିତି ତରଫରୁ ଏକ ରାଲି ବାହାରି ସହର ପରିକ୍ରମା କରିବା ପରେ ଖଜୁରୀପଡ଼ା ଗୋଷ୍ଠୀ ଉନୟନ ଅଧିକାରୀଙ୍କ ଜରିଆରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବେଆଇନ ନିର୍ମାଣ ବନ୍ଦ କରିବାକୁ ଏକ ଦାବୀ ପତ୍ର ଓଡ଼ିଶା ମହାମହିମ ରାଜ୍ଯପାଳଙ୍କ ଉଦ୍ଦେଶ୍ଯ ରେ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ସମିତି ତରଫରୁ ପରେଶ କୁମାର ମହାପାତ୍ର, ଗୋବିନ୍ଦ ଚନ୍ଦ୍ର କହଁର, ଶ୍ରୀକାନ୍ତ ମଲିକ, ମନୋଜ କୁମାର ପଣ୍ଡା, ଶଶିଭୂଷଣ ବେହେରା, ଶତ୍ରୁଘନ ନାୟକ, ସରୋଜ ସାହୁ, କେଦାରଗୌରୀ ସାହୁ, ସଇନା ଦଳବେହେରା, ଗୋପାଳ ଷଡଙ୍ଗୀ,ରାଇକିଶୋର ପ୍ରଧାନ,ପଣ୍ଡିତ ବେହେରା, ଦେବେନ୍ଦ୍ର ନାୟକ, ଇନ୍ଦ୍ରମଣି ବେହେରା, ଅନନ୍ତ କୁମାର ଦିଗାଲ, ଦଶରଥ ସାହୁ, ଶକ୍ତିଧର ଦେହୁରୀ ଗୋଲକ ମଲିକ,ବିମୋଦ କହଁର ପ୍ରମୁଖ ସାମିଲ୍ ହୋଇ ଦାବୀ ପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *