ଶ୍ରୀରାମ ଚରିତ ମାନସ ପ୍ରାରାୟଣ ଉଦଯାପିତ

ଫୋକସ ପ୍ଲସ 26/3/23(ବ୍ୟୁରୋ): ଚକାପାଦ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅଧିନରେ ଥିବା ବ୍ରାହ୍ମଣପାଦ ଗ୍ରାମଠାରେ ଚାଲିଥିବା ସପ୍ତମ ବାର୍ଷକ ଦଶଦିନାତ୍ମକ ଶ୍ରୀରାମ ଚରିତ ମାନସ ପାରାୟଣ ଗତ ଶୁକ୍ରବାର ଉଦଯାପିତ ହୋଇଛି। ମାନସ ପାରାୟଣ କମିଟି ସଭାପତି ପ୍ରମଦ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ଏହି ଧର୍ମୀୟ ମହୋତ୍ସବରେ ନିରଞ୍ଜନ ଶାସନୀ ,ମାନସ କୁମୁଦିନି ସରୋଜିନୀ ଦେବୀ, ମଦନ ମୋହନ ଦାସ, ମାନଜ୍ୟୋତି ପ୍ରଶାନ୍ତ ପଲେଇ, ରଞ୍ଜିତା ପ୍ରିୟଭାଷିଣି ପ୍ରମୁଖ ପ୍ରବଚକ ପ୍ରବଚିକା ଯୋଗଦେଇ ସେମାନଙ୍କ ସାରଗର୍ଭକ ଅମୃତରୂପି ରାମରସରେ ରାମପ୍ରେମି ଶ୍ରଦ୍ଧାଳୁଙ୍କୁ ରସାଣିତ କରିଥିଲେ। ବ୍ୟାସରୂପେ ନବଦିନ ବ୍ୟାପି ବରିଷ୍ଠ ପଣ୍ଡିତ ଜଗବନ୍ଧୁ ଦାଶ ମହାରାଜା ଅଧିଷ୍ଠିତ ହୋଇ ମାର୍ଗଦର୍ଶନ ପ୍ରଦାନକରିଥିଲେ। ପ୍ରତିବର୍ଷ ମୀନ ସଂକ୍ରାନ୍ତିଠାରୁ ଦଶଦିନ ପ୍ରର୍ଯ୍ୟନ୍ତ ମାନସ ପାରାୟଣ ଓ ହୁନୁମାନ ଚାଳିଶା ପଠନ ଏବଂ ସଂଧ୍ୟା ସମୟରେ ପ୍ରବଚନ କାର୍ଯ୍ୟକ୍ରମ ହୋଇଥାଏ । ଅନୂଷ୍ଠାନର ବରିଷ୍ଠ ଉପଦେଷ୍ଟା
ତଥା ଉଦ୍ୟଯୋଗି ରାଧାମୋହନ ସାହୁ, ବିରବର ମୋହାନ୍ତି,ଶଶିଭୁଷଣ ରଥ,ପ୍ରମଦ କୁମାର ମହାପାତ୍ର, ଠାକୁର ବେହେରା,ଶୁଲଚନା ମିଶ୍ର,କମଳାକାନ୍ତି ମୋହାନ୍ତି , ପ୍ରମୂଖଙ୍କ ପ୍ରରଣାରେ ସାମ୍ପ୍ରାତିକ ଉଜ୍ଞୀବିତ ଥିବାଭକ୍ତ ଅନୂଷ୍ଠାନରେ ବ୍ରାହ୍ମଣପାଦ ବଣିକ ସଂଘ ସଭାପତି ତଥା ମାନଶ କମିଟି କୋଷାଧ୍ୟକ ମହିନ୍ଦ୍ର ସାହୁ ,ମାନସ କମିଟି ଉପ- ସଭାପତି ଯଶୋମନ୍ତ ସାହୁ ,ସମ୍ପାଦକ ଦେବାଶିଷ ପ୍ରିୟଦର୍ଶନ ସାହୁ,ଶିକ୍ଷକ ଦୁର୍ଯ୍ୟଧନ ବେହେରା,ପ୍ରଦିପ ମଲ୍ଲୀକ,ଶିକ୍ଷକ କିରିଟି ନାୟକ ପ୍ରମଖ ଶକ୍ରୀୟ ସହୋଯଗ କରିଥିଲେ,କୁମ୍ଭ ସଂକ୍ରାନ୍ତିରୁ ସର୍ବପ୍ରଥମେ ଶୂଭଖୁଣ୍ଟି ସ୍ଥାପନା,ମୀନ ସଂକ୍ରାନ୍ତିରେ କଳଶଯାତ୍ରା ପରେପରେ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଧର୍ମ ପାରାୟଣ ବ୍ୟକ୍ତଙ୍କ ସମାଗମ ହୋଇଥିବା ଦୂଷ୍ଟି ଗୋଚର ହୋଇଥିଲା

Leave a Reply

Your email address will not be published. Required fields are marked *