ଶ୍ରୀଲଙ୍କା ପାଇଁ ସଂକଟମୋଚକ ମୋଦି : ଏବେ ସୁଦ୍ଧା ଭାରତ 250 କୋଟି ଡଲାର ଯୋଗାଇଛି

ଶ୍ରୀଲଙ୍କା ପାଇଁ ଏବେ ବିପଦ ଯେପରି ମାଡିଚାଲିଛି ଏପରିପେକ୍ଷୀରେ ସଂକଟମୋଚକ ସାଜିଛନ୍ତି ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି l ଏବେ ସୁଦ୍ଧା 250 କୋଟି ଡଲାର ଆର୍ଥିକ ସହାୟତା ପ୍ରଦାନ କରିଛି l ଭାରତ ସବୁ ସମୟରେ ସହଯୋଗ ର ହାତ ବଢାଇବ ବୋଲି ଭାରତ ର ଉଚ୍ଚକମିଶନ ଗୋଗେଇ ବାଗେଲ ମତ ରଖିଛି l

ଶ୍ରୀଲଙ୍କା ଆର୍ଥିକ ସଙ୍କଟ ଦୂର କରିବା ପାଇଁ ଶ୍ରୀଲଙ୍କା ର ଆବଶ୍ୟକତା ଗ୍ରହଣ ପାଇଁ ଭାରତ ଗତକାଲି ମଧ୍ୟ 40 ହଜାର ମେଟ୍ରିକ ଟନ ଡିଜେଲ ପଠାଇଛି l ପୂର୍ବରୁ ମଧ୍ୟ 3 ଥର ସାହାର୍ଯ୍ୟ ର ହାତ ବଢାଇଛି ଆଜି ପୁନର୍ବାର ସାହାର୍ଯ୍ୟ କରି 4 ର୍ଥ ଥର ପାଇଁ ସହଯୋଗ କରିଛି l ମୋଟ 4 ଥର 150,000 ମେଟ୍ରିକ ଟନ ଅଧିକ ଜେଟ ଇନ୍ଧନ ଡିଜେଲ ଓ ପେଟ୍ରୋଲ ଶ୍ରୀଲଙ୍କା କୁ ପଠାଇଛି

 

1 ବିଲିୟନ ଋଣ ସହାୟତା ପାଇଁ ଘୋଷଣା

ସେହିପରି ଭାରତ ଶ୍ରୀଲଙ୍କାକୁ 1 ବିଲିୟନ ଡଲାର କ୍ରେଡିଟି ଲାଇନ ତଥା ଋଣ ସହାୟତା ପ୍ରଦାନ କରିବାକୁ ମଧ୍ୟ ରାଜି ହୋଇଛି l ଏହା ନିହାନ୍ତି ଭାବରେ ବିପଦ ସମୟରେ ଯିଏ ଛିଡା ହୋଇଥାଏ ସିଏ ହିଁ ପ୍ରକୃତ ବନ୍ଧୁ ହିଁ ହୋଇଥାଏ ଶ୍ରୀଲଙ୍କା ର ଅସୁବିଧା କୁ ଏହା କିଛି ପରିମାଣ ହାଲୁକା ହେବ l ଭାରତ ଶ୍ରୀଲଙ୍କା ରେ ଚାଉଳ ଯୋଗାଣ କରିଥିବାରୁ ସେଠାରେ ଚାଉଳ ଦର ହ୍ରସ ହୋଇଛି l ଏପରିକି ଶ୍ରୀଲଙ୍କା ଆର୍ଥିକ ସଙ୍କଟ ଦୂର କରିବା ପାଇଁ( ଆଇଏମ ଏଫ ) ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି କହିଛି l

ଆର୍ଥିକ ସ୍ଥିତି ମଧ୍ୟରେ ଗତି କରୁଛି ଶ୍ରୀଲଙ୍କା

ପଡୋଶୀ ଦେଶ ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟ ଅତି ଉତ୍କଟ ଅବସ୍ଥା ଏବେ ଦିନକୁ ଦିନ ଅଧିକ ଜଟିଳ କରିଦେଇଛି l ଏବେ ପ୍ରତେକ ଦିନ ପାଖାପାଖି 10 ଘଣ୍ଟା ବିଦ୍ୟୁତ କାଟ ହଉଚି ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଠିକ ଭାବେ ଯୋଗାଇ ପାରୁନି l ପେଟ୍ରୋଲ ପମ୍ପ ରୁ ତେଲ ନେବାକୁ ହେଲେ ଅତିକମରେ 5 ଘଣ୍ଟା ଆପୋକ୍ଷା କରିବାକୁ ପଡୁଛି l ଏପଟେ ବିଦେଶୀ ଋଣ ବଢୁଛି l କାଗଜ ଓ କଲମ ସଠିକ ଭାବରେ ମିଳିପାରୁନଥିବାରୁ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରୁନାହାନ୍ତି l

ଶ୍ରୀଲଙ୍କା ରେ 36 ଘଣ୍ଟିଆ କର୍ଫ୍ୟୁ

ଶ୍ରୀଲଙ୍କା ରେ 36 ଘଣ୍ଟିଆ ଲକଡାଉନ ଘୋଷଣା ହୋଇଛି l ଏହି ଲକଡାଉନ ସୋମବାର ସକାଳେ ଶେଷ ହେବାକୁ ଯାଉଛି l ଶ୍ରୀଲଙ୍କା ରେ ଚାରିଆଡେ ଦେଶ ବ୍ୟାପି ଆନ୍ଦୋଳନ ହେଉଥିବାରୁ ସରକାର ବିରୋଧ କୁ ଶାନ୍ତ କରିବା ପାଇଁ ଏପରି କଢ଼ା ନିଷ୍ପତି ନିଆଯାଇଛି l

Leave a Reply

Your email address will not be published. Required fields are marked *