ଶ୍ରୀ ପ୍ରତାପରୁଦ୍ର ଦେବଙ୍କ ପୀଠରେ ତ୍ରୟବିଂଶତମ ରୁଦ୍ର ମହାଯଜ୍ଞ |

ଫୋକସ ପ୍ଲସ ୦୧/୦୬/୨୨( ବାଲୁଗାଁ): ମଙ୍ଗଳବାର ଅପରାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ପ୍ରତାପଶ୍ୱର ଦେବଙ୍କ ପୀଠରେ ସାତ ଦିନ ବ୍ୟାପି ବିଶ୍ୱ ଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୁତି ହେବା ସହ ଅଷ୍ଟତ୍ରିଂଶ ଶମ୍ଭୁ ମିଳନ ଓ ବିଷ୍ଣୁ ମିଳନ ଅନୁଷ୍ଠିତ ହୋଇଯାଇଛି।ବୁଧବାର ଅଧିବାସ ହୋଇଥିବା ବେଳେ ଗୁରୁବାର ପ୍ରାତଃ କାଳରୁ ସୂର୍ଯ୍ୟ ପୂଜା,ଶାଲା ପୂଜା ସହ ଯଜ୍ଞ ଆରମ୍ଭ ହୋଇ ମଙ୍ଗଳବାର ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଯାଇଛି।ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାପ୍ରଭୁଙ୍କର ମହାମିଳନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬ଟି ଜିଲ୍ଲାରୁ ପାଖାପାଖି ୪୦ ଶମ୍ଭୁଙ୍କ ସହିତ ୫ ବିଷ୍ଣୁ ଓ ୧୧କାଠି ଠାକୁରାଣୀ ଚାରିଛକ ସାହିରେ ଏକତ୍ରିତ ହୋଇ ସାଜସଜ୍ଜା ହେବାପରେ ପ୍ରତାପଶ୍ୱରଙ୍କ ଅନୁଜ ବାଲୁଙ୍କେଶ୍ୱର ଦେବ ସମସ୍ତ ଠାକୁରଙ୍କୁ ନିମନ୍ତ୍ରିତ କରି ମନ୍ଦିର ନିକଟକୁ ପାଛୋଟି ନେଇଥିଲେ।ସେଠାରେ ସମସ୍ତ ଦେବାଦେବୀ ମାନେ ନିଜ ନିଜ ଆସନରେ ବିରାଜମାନ ପରେ ସେମାନଙ୍କ ନିକଟରେ ନାନାଦି ବ୍ୟଞ୍ଜନ ପ୍ରସାଦ ଲାଗି ପରେ ସମସ୍ତ ରୀତି ନୀତି ସମ୍ପୂର୍ଣ୍ଣ କରି ସମସ୍ତ ପୂଜା ବିଧି ସାରି ସେଠାରୁ ବାହାରି ମେଳଣ ପଡ଼ିଆରେ ଏକତ୍ରିତ ହୋଇଥିଲେ।ମେଳଣ ପର୍ଵ ସାରି ସମସ୍ତ ଦେବାଦେବୀ ନିଜ ନିଜ ଅଞ୍ଚଳକୁ ପ୍ରସ୍ଥାନ କରିଥିଲେ।ଅନୁଷ୍ଠିତ ପର୍ବରେ ଲୋକଙ୍କ ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ କଡାକଡି ବ୍ୟବସ୍ଥା କରାଯାଇଥିଲା।ଏଥିସହ ହରିପୁର ଗ୍ରାମର ସମସ୍ତ କମିଟି ସଦସ୍ୟ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ପ୍ରଚଣ୍ଡ ରୁଦ୍ରତାପକୁ ଦୃଷ୍ଟିରେ ରଖି କିଛି ସ୍ୱେଚ୍ଛା ସେବୀ ମାନେ ରାସ୍ତାରେ ଦହି,ଲେମ୍ବୁ ସର୍ବତ,ପାନୀୟ ଜଳ ଆଦି ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା।ଏହାକୁ ସମୂର୍ଣ ରୂପେ ମନ୍ଦିରର ଟ୍ରଷ୍ଟି ହୁଲାସ ତାଡ଼,ଏବଂ ଟ୍ରଷ୍ଟି ବୋର୍ଡର ସଦସ୍ୟ ନିରଞ୍ଜନ ବଳବନ୍ତରାୟ,ପ୍ରଦୀପ ବଳବନ୍ତରାୟଙ୍କ ସମେତ ସମସ୍ତେ ପୁର୍ନମାତ୍ରାରେ ସହଯୋଗ କରିବା ସହିତ ରୁଦ୍ର ମହାଯଜ୍ଞର ସଭାପତି ପଠାଣି ବଳବନ୍ତରାୟଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ହୋଇଥିଲା।

Leave a Reply

Your email address will not be published. Required fields are marked *