ଶ୍ରେଣୀ ଗୃହ ମରାମତି ନହେବାରୁ ସ୍କୁଲ ବାରଣ୍ଡାରେ ଚାଲିଛି ପାଠ ପଢା

ମୟୁରଭଞ୍ଜ: ଓଡିଶା ମାନଚିତ୍ରରେ ମୟୁରଭଞ୍ଜ ଜିଲ୍ଲା ସର୍ବ ବୃହତ ଜିଲ୍ଲା, ଏହି ଜିଲାରେ ଶିକ୍ଷା, ସ୍ୱାସ୍ଥ୍ୟ ଗମନା ଗମନ ଏମିତି ବହୁ ଅସୁବିଧାରେ ଜିଲ୍ଲା ବାସି, ତାର ଜ୍ୱଳନ୍ତା ଉଢାହରଣ ଆସନ୍ତୁ ଦେଖିବା,କରଞ୍ଜିଆ ବ୍ଲକ ଅନ୍ତର୍ଗତ ଚିତ୍ରପୋଷି ପଞ୍ଚାୟତ ରେ ଥିବା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଟି ଜିଲ୍ଲାର ପୁରାତନ ବିଦ୍ୟାଳୟ ବହୁ ଛାତ୍ର ଛାତ୍ରୀ ଏହି ସ୍କୁଲ ରୁ ପାଠ ପଢି ବିଭିନ୍ନ ପ୍ରତିଷ୍ଠାନ ରେ କାର୍ଯ୍ୟରତ, ଏହି ସ୍କୁଲଟି ପଂଚାୟତ କୁ ଲାଗିରହିଛି, ସ୍କୁଲର ବିଭିନ୍ନ ସମସ୍ୟା ଭିତରେ ଛାତ୍ର ଛାତ୍ରୀ ଶିକ୍ଷକ , ଶିକ୍ଷୟତ୍ରୀ ମାନେ ଝୁଝି ହେଉଛନ୍ତି , କଣ ରହିଛି ସମସ୍ୟା ଆସନ୍ତୁ ଯିବା ସ୍କୁଲକୁ ଏବଂ ଦେଖିବା ବାସ୍ତବ ଚିତ୍ର
ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଚିତ୍ରପୋଷୀ ଗ୍ରାମରେ ଥିବା ବ୍ଲକ ର ସର୍ବପୁରାତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି, ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା 97ରହିଛି, ସେହି ଦୃଷ୍ଟିରୁ ଶିକ୍ଷକ ଙ୍କ ସଂଖ୍ୟା ହେଡମାଷ୍ଟର ଙ୍କୁ ମିଶାଇ ଚାରିଜଣ ରହିଛନ୍ତି, ଦୁଇଜଣ ଶିକ୍ଷୟତ୍ରୀ ଥିବା ବେଳେ ଦୁଇଜଣ ଶିକ୍ଷକ ରହିଛନ୍ତି, ସ୍କୁଲ ର ଗୃହ ନଥିବାରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ପାଖରେ ଥିବା ହାଇସ୍କୁଲ ରେ ପାଠ ପଢିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ୍ୟ ପ୍ରଚେଷ୍ଟ ଏବଂ ଉଦ୍ୟମ ଫଳରେ ପାଠ ପଢୁଛନ୍ତି,ପ୍ରଥମ ରୁ ସପ୍ତମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ ତିନୋଟି କ୍ଲାସ ରୁମ ରେ ପାଠ ପଢୁଛନ୍ତି,
ଶ୍ରେଣୀଗୃହର ଅଭାବ ଯୋଗୁଁ ବାରଣ୍ଡାରେ ପଢୁଛନ୍ତି ଛାତ୍ର ଛାତ୍ରୀ, ଶିକ୍ଷାର ମାନ ବଢିବାପାଇଁ ସରକାର କୋଟି କୋଟି ଟଙ୍କା five ଟି ମାଧ୍ୟମରେ ସ୍କୁଲ ଗୁଡିକୁ ରୂପାନ୍ତରିତ ପାଇଁ ନୂତନ ଗୃହ, କ୍ଲାସ ରୁମ ନିର୍ମାଣ କରାଯାଉଥିବା ବେଳେ ଏହି ସ୍କୁଲ ପ୍ରତି ବ୍ଲକ କୃତପକ୍ଷ ହୁଅନ୍ତୁ କି ପଞ୍ଚାୟତ ର ଅଧିକାରୀ ମାନେ ଗୁରୁତ୍ୱ ଦେଉନଥିବାରୁ ଗ୍ରାମବାସୀ ମାନେ ନିଜ ଅଂଚଳ ର ଅସୁବିଧା ବାବଦରେ କାହାକୁ ଜଣାଇବେ ସେ ଚିନ୍ତାରେ ଗ୍ରାମବାସୀ,
ସ୍କୁଲ କୁ ପଶୁ ପଶୁ ସ୍କୁଲ ର ଡାହାଣ ପାର୍ଶ୍ଵରେ ଯେଉଁ କ୍ଲାସ ରୁମ ରହିଛି ଫନି ବାତ୍ୟାରେ ନିର୍ମାଣ ହୋଇଥିବା ଶ୍ରେଣୀ ଗୃହର ଛପର ଉଡାଇନେଇଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାହା ମରାମତି ନହୋଇ ପଡ଼ିରହିଛି,
ସ୍କୁଲ ର ବିଭିନ୍ନ ସମସ୍ୟା ନେଇ ଗ୍ରାମବାସୀ ଏବଂ ଅଭିଭାବକ ମାନେ ପଂଚାୟତ ଜରିଆରେ ବିଇଓ ଙ୍କୁ ଏବଂ ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ କରିଥିବା ବେଳେ ଆଜି ଯାଏ କର୍ତ୍ତୃପକ୍ଷ ଏହି ସ୍କୁଲ ପ୍ରତି ଦୃଷ୍ଟି ଦେଉନଥିବା ପରିତାପର ବିଷୟ,ସ୍କୁଲ ରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପରିସ୍ରାଗାର, କି ଶୌଚାଳୟ ର ବ୍ୟବସ୍ଥା ନାହିଁ କହିଲେ ଚଳେ, ବହୁବର୍ଷ ଆଗରୁ ହୋଇଥିବା ପରିସ୍ରାଗାର ର ଅବସ୍ଥା ସଚନୀୟ ହୋଇପଡିଛି, ମରାମତି ନ ହେବାକରଣରୁ ପରିତ୍ୟକ୍ତ ଅବସ୍ଥାରେ ରହିଛି,ଶିକ୍ଷକ, ଶିକ୍ଷୟତ୍ରୀ ମାନେ ମଧ୍ୟ୍ୟ ସ୍କୁଲ ରେ ଥିବା ଖୋଲା ସ୍ଥାନରେ ପରିସ୍ରା କରିବାକୁ ଯାଉଥିବା ଯୋଗୁଁ ଦୁଃଖ ପ୍ରକାଶ କରିଛନ୍ତି,ସେହିପରି ସ୍କୁଲ ହେବାଦିନରୁ ଯେଉଁ ଚାଳ ଛପର କ୍ଲାସ ରୁମ ଏବେ ଉପଯୋଗୀ ଅବସ୍ଥାରେ ନାହିଁ କେତେବେଳେ ଖସିପଡିବ କିଏ କହିପାରିବ, ଏସବୁ ବିଷୟରେ ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ ପରେ ମଧ୍ୟ୍ୟ ବ୍ଲକ ପ୍ରଶାସନ ର ଅଣଦେଖା ଯୋଗୁଁ ଆଜି ସ୍କୁଲ ର ଅବସ୍ଥା ବିଗିଡ଼ିବାରେ ଲାଗିଛି,ଆମ ପ୍ରତିନିଧି ବିଇଓ ଙ୍କୁ ଛାତ୍ର ଛାତ୍ରୀ ଙ୍କ ଶ୍ରେଣୀଗୃହ ର ଅବସ୍ଥା ପଚାରିବାରୁ ସେ ପ୍ରକାଶ କରିଛନ୍ତି ଆମ ଦ୍ୱାରା କିଛି ହେବାର ନାହିଁ ଏବେ ସ୍କୁଲ ଗୁଡିକ ର ରକ୍ଷଣବେକ୍ଷଣ ପଂଚାୟତ କୁ ହସ୍ତାନ୍ତର କରାଯାଇଛି ତେବେ ବିଡ଼ିଓ ଙ୍କୁ ପଚାରିବାରୁ ନୂତନ ଗୃହ କରାଯିବାର ବ୍ୟବସ୍ଥା ନାହିଁ କେବଳ ଦେଢ଼ଲକ୍ଷ୍ୟ ଟଙ୍କା ମରାମତି କରାଯିବାର ବ୍ୟବସ୍ଥା ରହିଛି ମୁଁ ଜିଲ୍ଲାପାଳ ଙ୍କ ସହିତ କଥା ହେବି କହି ଏଡାଇଯାଇଥିଲେ ତେବେ ଏହି କୋମଳ ମତି ଛାତ୍ର ଛାତ୍ରୀ ଙ୍କ କଥା ବୁଝିବାକୁ ପ୍ରଶାସନ ମଧ୍ୟ୍ୟ ପଛଗୁଞ୍ଛା ଦେଉଥିବା ଜଣାପଡୁଛି ଅଧିକାରୀ ଙ୍କ କଥାରୁ,ଦୀର୍ଘ ଦିନ ହେବ ସ୍କୁଲ ର ଗୃହ ଗୁଡିକର ମରାମତି ନହୋଇ ପଡିରହିଥିବା ଅବସ୍ଥା ଜାଣିବାପରେ ମଧ୍ୟ୍ୟ ବିଡ଼ିଓ ଚୁପ ରହିବା ପରୀତାପର ବିଷୟ
ତେବେ ଦେଖିବାକୁ ବାକିରହିଲା ବ୍ଲକ ପ୍ରଶାସନ କେବେ ଏହି ଉଚ୍ଚପ୍ରାଥମିକ ବିଦ୍ୟାଳୟ ର କ୍ଲାସ ରୁମ ଗୁଡିକୁ ମରାମତି କରୁଛନ୍ତି ଏବଂ ଛାତ୍ର ଛାତ୍ରୀ ଙ୍କ ପାଠ ପଢିବାରେ ସୁବିଧା ହେବ ତାହା ଦେଖିବାକୁ ବାକିରହିଲା

Leave a Reply

Your email address will not be published. Required fields are marked *