ଷ୍ଟେଜ ଉପରେ ହାସ୍ୟ ଅଭିନେତା ପପୁ ପମପମଙ୍କ ଉପରକୁ ପଥର ମାଡ଼

ଫୋକସ ପ୍ଲସ 19/2/23( ବ୍ୟୁରୋ): ଷ୍ଟେଜ ଉପରେ ହାସ୍ୟ ଅଭିନେତା ପପୁ ପମପମଙ୍କ ଉପରକୁ ପଥର ମାଡ଼ । ଗଞ୍ଜାମ ଚିକିଟି ବ୍ଲକର ସୋରଳ ଗାଁରେ ଗତକାଲି ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଳେ ପଥର ମାଡ଼ ହୋଇଥିବା ସୂଚନା ମିଳିଛି ।କେବଳ ଏତିକି ନୁହେଁ ପପୁଙ୍କୁ ପାଣି ବୋତଲ ବି ମାଡ଼ ହୋଇଥିବା ଅଭିଯୋଗ ଆସିଛି ।

କେଉଁ କାରଣରୁ ପପୁଙ୍କୁ ପଥର ମାଡ଼ ହୋଇଛି ଜଣାପଡିନାହିଁ । ପଥରମାଡ଼ ପରେ ଷ୍ଟେଜ୍ ଛାଡି ପଳାଇଥିଲେ ପପୁ । ତେବେ ପଥର ଯଦିଓ ପପୁଙ୍କ ଉପରେ ସିଧାସଳଖ ବାଜି ନାହିଁ, ମାତ୍ର ମଞ୍ଚରେ ଲାଗିଥିବା ଏଲଇଡି ଭାଙ୍ଗିଯାଇଥିବା ସୂଚନା ମିଳିଛି ।

ସେହପରି ଅନୁଷ୍ଠାନର କିଛି ସଦସ୍ୟଙ୍କ ଉପରେ ବାଜିଥିବା ସୂଚନା l ଏନେଇ ଥାନାରେ ଏତଲା ଦିଆଯାଛି କି ନାହିଁ ସୂଚନା ମିଳିନାହିଁ । କେଉଁ କାରଣରୁ ଏପରି ଘଟିଛି ତାହା ସ୍ପଷ୍ଟ ହୋଇନାହିଁ ।

ସୂଚନା ମୁତାବକ ଗତକାଲି ଗଞ୍ଜାମ ଜିଲ୍ଳା ଚିକିଟି ବ୍ଲକର ସୋରଳ ଗାଁରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ପପୁ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *