ଷ୍ଟ୍ରଙ୍ଗ ରୁମରେ ପ୍ରଶ୍ନପତ୍ର ,ବାହାରେ ଉତ୍ତର

ଫୋକସ ପ୍ଲସ(ମାଲକାନଗିରି)୨୯/୦୮/୨୦୨୨: ଆଜି ଚାଲିଛି ଶିକ୍ଷକଙ୍କ OTET ପରୀକ୍ଷା । ତେବେ ଏହି ପରୀକ୍ଷା ଦେଉଛନ୍ତି ସହ ସହ ଶିକ୍ଷକ । ତେବେ ଆଜି ସକାଳୁ ଏହି ପରୀକ୍ଷାର ପ୍ରଥମ ସିଟିଙ୍ଗ ଆରମ୍ଭ ହୋଇଥିଲା ଓ ଅପରାହ୍ନ ରେ ଦ୍ୱିତୀୟ ସିଟିଙ୍ଗ ଅଛି । ତେବେ ସବୁଠାରୁ ବଡ କଥା ହେଲା ପ୍ରଥମ ସିଟିଙ୍ଗ ଆରମ୍ଭ ହେବା ପୂର୍ବରୁ ଏହି ସିଟିଙ୍ଗ ର ଉତର ମୋବାଇଲ ଠୁ ମୋବାଇଲ ଘୁରି ବୁଲୁଛି । ତେବେ ସୂଚନା ମୁତାବକ 27 ତାରିଖ ଦିନ ଏହି ପ୍ରଶ୍ନ ପତ୍ର ଆସି କଡା ସୁରକ୍ଷା ମଧରେ ମାଲକାନଗିରି ବାଳିକା ଉଚ୍ଚବିଦ୍ୟାଳୟ ରେ ହୋଇଥିବା STROONG ରୁମ ରେ ରହିଥିଲା । ତେବେ ଏହି STRONG ରୁମ କୁ ମଧ୍ୟ ପୋଲିସ ଅଧିକାରୀ ଓ କିଛି ପ୍ରଶାସନିକ ଅଧିକାରୀ ଜଗି ବସିଥିଲେ । ତେବେ 27 ତାରିଖ ପରେ ଆଜି ସକାଳ 6.30 ରୁ ଏହା ଜିଲ୍ଲାରେ ଥିବା 3 ଟି ସେଣ୍ଟର କୁ ଯାଇଥିଲା । କିନ୍ତୁ ପରୀକ୍ଷା ହଲ ରେ ପରୀକ୍ଷାର୍ଥୀ ବାସୀ ପରୀକ୍ଷା ଦେବା ପୂର୍ବରୁ ଏହି ପରୀକ୍ଷାର ଉତର ମୋବାଇଲ ଠୁ ମୋବାଇଲ ଘୁରି ବୁଲୁଛି । ତେବେ କଡା ସୁରକ୍ଷା ମଧ୍ୟରେ ଏହି ପ୍ରଶ୍ନ ଥିଲେ ମଧ୍ୟ ଏହାର ଉତ୍ତର କିପରି ବାହାରକୁ ଆସିଲା ସେ ନେଇ ଏବେ ସାଧାରଣରେ ଚର୍ଚ୍ଚା ହେବା ସହ ଯେଉଁ ପରୀକ୍ଷାର୍ଥୀ ମାନେ କଷ୍ଟ କରି ପରୀକ୍ଷା ଦେଇଛନ୍ତି ସେମାନଙ୍କ ପାଇଁ ଚିନ୍ତା ଜୋର ଧରିଛି । ତେବେ ଏପରି ପ୍ରଶ୍ନ ପତ୍ର ପାଇବା ପାଇଁ OTET ପରୀକ୍ଷାର୍ଥୀ ମାନେ 5000 ଟଙ୍କା ଦେଇଥିବା ଚର୍ଚ୍ଚା ହେଉଛି । ତେବେ ଏ ସମ୍ବନ୍ଧରେ ମାଲକାନଗିରି ଡି ଇ ଓ ଙ୍କୁ ପଚାରିବାରୁ ସେ ଏ ସମ୍ବନ୍ଧରେ କିଛି ଜାଣିନାହାନ୍ତି ଓ ଏହି ଘଟଣାର ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ମାଲକାନଗିରିରୁ ନିରଞ୍ଜନ ମଲ୍ଲଙ୍କ ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *