ସଂଘର୍ଷ ର ଅନ୍ୟ ନାମ ଝରଣା

ଫୋକସ ପ୍ଲସ(ବରଗଡ)୨୨/୦୮/୨୦୨୨: ଆଜ୍ଞା ଆମେ ଏବେ ଯେଉଁ ଚିତ୍ର ଦେଖାଉଛୁ ଏହା ଏକ ମହିଳାଙ୍କ ଦୁଃଖ ଭରା କାହାଣୀ । ଜୀବନ ଯୁଦ୍ଧରେ ହାର ନ ମାନି ବଞ୍ଚିବା ପାଇଁ ସଂଘର୍ଷ କରି ଚାଲିଛନ୍ତି । ଏହି ମହିଲା ଜଣକ କୌଣସି ସଉକରେ କି ଲୋକ ଦେଖାଣିଆ ପାଇଁ ବିଲରେ କାଦୁଅ ପଚ୍ ପଚରେ କାମ କରୁନାହାନ୍ତି ।ଏହାରି ପଛର କାହାଣି ଶୁଣିଲେ କେହି ଭି କାନ୍ଦିପକାଇବେ । ସୂଚନାମୁତାବକ ବରଗଡ ଜିଲ୍ଲା ସୋହେଲା ବ୍ଳକ ଅନ୍ତର୍ଗତ ଲୁହୁରାଚଟି ଗ୍ରାମର ଝରଣା ମେହେର ଙ୍କ ପତି କରୋନାରେ ପିଡିତ ହୋଇ ମୃତ୍ୟୁ ବରଣ କରିଥିଲେ ।ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ଚାଲି ଗଲେ ୲ ଏତିକିରେ ଝରଣାଙ୍କ ଦୁଃଖ ସରିନାହିଁ । ଝରଣା ଙ୍କ ଦୁଇପୁଅ ରକ୍ତହୀନତା ରୋଗରେ ପୀଡିତ । ପ୍ରତ୍ୟେକ ମାସରେ ରକ୍ତଦେବାକୁ ପଡିଥାଏ ଦୁହିଁ ପୁଅଙ୍କୁ । ପୁଅଙ୍କୁ ବଞ୍ଚାଇବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିସାରିଲେଣି ଏବଂ ନିଜେ ନ ଖାଇ ପୁଅ ମାନଙ୍କର ଔଷଧ ପାଇଁ ପଇସା ସଞ୍ଚୟ କରୁଛନ୍ତି ଝରଣା। ଏବେ ଚାଷ ସମୟ ମଜୁରିଆ ଲଗାଇ ଚାଷ କରିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ । ସେଥିପାଇଁ ଝରଣା ନିଜେ ବିହନ ଵୁଣିବାରୁ ଆରମ୍ଭ କରି ଜମିରେ ସାର ଦେବା , କୀଟନାଶକ ଓାୖଷଧ ଦେବା କାମ ନିଜେ ପରିଶ୍ରମ କରି ପରିବାର ପୋଷଣ କରୁଛନ୍ତି । ଏପର୍ଯ୍ୟନ୍ତ ସରକାରୀ ସହାୟତା ମଧ୍ୟ ମିଳୁନାହିଁ ୲ ଆପଣ ମାନେ କୁହନ୍ତୁ ଝରଣା ଙ୍କ ର ସାହାରା ହେବ କିଏ ? ସେ ନିଜେ ଭାବିଛନ୍ତି ଯାହାର କିଏ ନ ଥାଏ ତାଙ୍କ ପାଇଁ ଭଗବାନ ଥାନ୍ତି ୲ ଏହି ମନୋବଳ ନେଇ ଜୀବନ କାଟୁଛନ୍ତି ଝରଣା ୲

ବରଗଡ ରୁ ଶ୍ରୀକାନ୍ତ ମଟାରୀ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *