ସକାଳୁ ଅଦା ଖାଇଲେ ଦୂର ହୁଏ ଏହି ୩ଟି ରୋଗ I

ଅଦା ଆମ ଶରୀର ପାଇଁ ଲାଭପ୍ରଦ ଓ ଏହାର ସେବନ ଦ୍ଵାରା ଆପଣ ଅନେକ ରୋଗରୁ ମୁକ୍ତି ମିଳିଥାଏ । ଅଦାକୁ ଲୋକମାନେ ଚା’ରେ ପକେଇ ପିଅନ୍ତି, ଏହାଦ୍ୱାରା ଚା’ର ସ୍ଵାଦ ଭଲ ହୋଇଥାଏ ଓ ଏଥିରୁ ଆମ ଶରୀରକୁ ଲାଭ ମଧ୍ୟ ହୋଇଥାଏ । ଏହାଛଡା ଲୋକମାନେ ତରକାରୀରେ ମଧ୍ୟ ଏହାକୁ ବ୍ୟବହାର କରନ୍ତି ଓ ତରକାରୀ ସ୍ଵାଦିଷ୍ଟ ହୋଇଥାଏ । ଅଦା ନା କେବଳ ଭୋଜନକୁ ସ୍ଵାଦିଷ୍ଟ କରେ ତାସହ ଏଥିରୁ ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବହୁତ ଲାଭ ମିଳିଥାଏ । ଅଦାରେ ଭିଟାମିନ ଇ,ଈ,ଉ,ଋ ଅଧିକ ମାତ୍ରାରେ ମିଳିଥାଏ । ଏସବୁ ବାଦ ଅଦାରେ ଆଣ୍ଟିଫଙ୍ଗାଲ, ଆଣ୍ଟିଭାଇରଲ ଓ ଆଣ୍ଟି ଟକସିନର ଗୁଣ ମଧ୍ୟ ମିଳେ ।

ଅଦା ଖାଇବା ଦ୍ଵାରା କେଉଁ କେଉଁ ରୋଗ ଭଲ ହୋଇଥାଏ।

୧. ରକ୍ତଚାପ ସମସ୍ୟାରୁ ରକ୍ଷା କରେ
ଏବେ ବହୁତ ଲୋକମାନଙ୍କୁ ରକ୍ତଚାପ ସମସ୍ୟା ହେଉଛି ଓ ଯଦି ଆପଣଙ୍କୁ ମଧ୍ୟ ଏହି ସମସ୍ୟା ଅଛି ତେବେ ଆପଣ ଏହାର ନିଦାନ ଖୁବ ସହଜରେ କରିପାରିବେ । ଆପଣ ପ୍ରତିଦିନ ସକାଳେ ଅଦାର ଛୋଟ ଖଣ୍ଡ ଖାଆନ୍ତୁ , ଯଦି ଆପଣ ଏମିତି ଖାଇ ପାରୁନାହାନ୍ତି ତେବେ ଆପଣ ଅଦାକୁ ସିଝେଇ ନିଅନ୍ତୁ ଓ ଏହାର ସିଝାପାଣି ପିଆନ୍ତୁ ।ପ୍ରତିଦିନ ସକାଳେ ଏହାର ସେବନ କରିବା ଦ୍ଵାରା ରକ୍ତଚାପ ନିୟନ୍ତ୍ରଣରେ ରହେ କାରଣ ଅଦା ଖାଇବା ଦ୍ଵାରା ରକ୍ତ ପତଳା ହୋଇଯାଏ ଓ ଆପଣଙ୍କୁ ଲାଭ ପ୍ରଦାନ କରେ।

୨. କ୍ୟାନସରରୁ ରକ୍ଷା କରେ
କ୍ୟାନସର ଏକ ଭୟଙ୍କର ରୋଗ ରୂପେ ଉଭା ହୋଇଛି ଓ ସମସ୍ତେ ଜାଣନ୍ତି ଏହାର ସଠିକ ଉପଚାର ନାହିଁ । ଯଦି ଥରେ ଏହା କାହାକୁ ହେଲା ତେବେ ତାର ବଞ୍ଚିବା ସମ୍ଭବ ନୁହେଁ ତେଣୁ ଏହା ଉତ୍ତମ ଯେ ଆପଣ ନିଜକୁ କ୍ୟାନସରରୁ ରକ୍ଷା କରନ୍ତୁ ଓ ଏଥିପାଇଁ ଆପଣ ପ୍ରତିଦିନ ଅଦା ସେବନ କରନ୍ତୁ । ଏହା କଲେ ଆପଣ ଏହି ରୋଗରୁ ରକ୍ଷା ପାଇବେ କାରଣ ଅଦାରେ ଏପରି ଗୁଣ ନିହିତ ଅଛି ଯାହା କ୍ୟାନସରର ଉତ୍ପନ୍ନ କରୁଥିବା କୋଷ ମାନଙ୍କୁ ମାରିଦିଏ ଓ ଭଲ କୋଷ ନିର୍ମାଣ କରେ ।

୩. ଦାନ୍ତବିନ୍ଧାରୁ ରକ୍ଷା କରେ
ଦାନ୍ତ ଓ ମାଢିରେ ବିନ୍ଧା ହେବା ସାଧାରଣ କଥା କିନ୍ତୁ ଏହା ମଧ୍ୟ ସତ ଯେ ଏହି ପୀଡା ଅସହନୀୟ ହୋଇଥାଏ ଓ ଏହା ବହୁତ କଷ୍ଟ ଦେଇଥାଏ । ବହୁତ ଲୋକ ଏହି କାରଣରୁ କାନ୍ଦିଥାନ୍ତି । ମୁଖ୍ୟତଃ ଯଦି ଛୋଟପିଲାଙ୍କୁ ଏହା ହୁଏ ତେବେ ଏହା ଆହୁରି ଚିନ୍ତାର ବିଷୟ । ଯଦି ଆପଣଙ୍କୁ ଦାନ୍ତ ବିନ୍ଧା ହୁଏ ତେବେ ଆପଣ ପ୍ରତିଦିନ କଞ୍ଚା ଅଦା ସେବନ କରନ୍ତୁ ଆରାମ ମିଳିବ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଅଦା ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ହିଁ ନିଶ୍ଚିତ ଭାବରେ ଡାକ୍ତରଙ୍କ ହିଁ ପରାମର୍ଶ ନିଅନ୍ତୁ ।

Leave a Reply

Your email address will not be published. Required fields are marked *