ସଚେତନତା କର୍ମଶାଳା ଅନୁଷ୍ଠିତ

ଫୋକସ ପ୍ଲସ (ବଇଣ୍ଡା) ୦୬/୦୭/୨୦୨୨: ବଇଣ୍ଡା ଜନତା ମହାବିଦ୍ୟାଳୟରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି |ଅନୁଷ୍ଠାନ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ହେଉଥିବା ରାଗିଙ୍ଗ ଏକ ମହାମାରୀ ଭାବରେ ପରିଣତ ହୋଇଯାଇଛି । ଏହି ସଂକ୍ରାନ୍ତ ରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିବା ପାଇଁ ଆଠମଲ୍ଲିକ ପ୍ରସାଶନ ଏବଂ ଜନତା ମହାବିଦ୍ୟାଳୟ ତରଫରୁ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଆୟୋଜିତ ସଭା ରେ ଆଠମଲ୍ଲିକ ଉପଖଣ୍ଡର ଉପଜିଲ୍ଲାପାଳ ଶ୍ରୀ ଲଳିତ ମୋହନ ବେହେରା ଛାତ୍ରଛାତ୍ରୀ ମାନଙ୍କୁ ରାଗିଙ୍ଗ ସମ୍ପର୍କ ରେ ସୂଚନା ଦେଇଥିଲେ । ରାଗିଙ୍ଗ ଏକ ଅପରାଧ ଏବଂ ଏଠି ପାଇଁ ଆଇନ ଅନୁଯାୟୀ ଦଣ୍ଡନୀୟ । ଯଦି କୌଣସି ଛାତ୍ର ଛାତ୍ରୀ ମାନସିକ କିମ୍ବା ଶାରୀରିକ ନିର୍ଯାତନା ର ସମ୍ମୁଖୀନ ହେଉଥାନ୍ତି ତାହା ସର୍ବଦା କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । ଅନୁଷ୍ଠାନ ଏକ ପରିବାର ସଦୃଶ୍ୟ ଏବଂ ଏଥିରେ ବଡ ମାନଙ୍କର ଅନେକ ଦାୟିତ୍ୱ ରହିଛି । ଜନତା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସିଦ୍ଧାର୍ଥ କୁମାର ପଣ୍ଡା ଛାତ୍ରଛାତ୍ରୀ ମାନଙ୍କୁ ଯେ କୌଣସି ସମସ୍ୟାକୁ ନ ଲୁଚାଇ ତାକୁ ଆମ ସମ୍ମୁଖରେ ଉପସ୍ଥାପନ କଲେ ଅତି ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ସଭାରେ କାଳନ୍ଦୀ ଚରଣ ପ୍ରଧାନ,ରାଜନୀତି ବିଭାଗ ମୁଖ୍ୟ ,ଅସିତ କୁମାର ଜେନା,ରସାୟନଶାସ୍ତ୍ର ବିଭାଗ ମୁଖ୍ୟ,ଶୁଭ୍ର ଶଶୀ ପ୍ରଧାନ,ଜୀବବିଜ୍ଞାନ ବିଭାଗ ମୁଖ୍ୟ ଏବଂ ଅନ୍ୟାନ୍ୟ ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *