ସଚେତନ ଭୋଟର ଭାବେ ସମ୍ବିଧାନ କୁ ସଂମାନ ଜଣାଇ ଓ ପ୍ରଶାସନ ର ପତିଶୁତି ପରେ ଭୋଟ ବର୍ଜନ ରୁ ଓହରିଲେ ବୋଇତକୁଦ ଗ୍ରାମ

କାକଟପୁର-: ଦିପ ତଳ ଅନ୍ଧାର ଭଳି କାକଟପୁର ତହସିଲ ଠାରୁ ମାତ୍ର ୨୦୦ମି ଦୂରରେ ଥିବା ବୋଇତକୂଦ ଗ୍ରାମର ରାସ୍ତା ଯୋଗୁଁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।୨୦୧୭ ମସିହାରୁ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଗ୍ରାମ‌ ସଡକ ଯୋଜନାର ରାସ୍ତା କାମକୁ ଆରମ୍ଭ ହୋଇଥିଲେ ମଧ୍ୟ୍ୟ ସରକାରୀ କେନାଲ ଜମି ସୀମାନଙ୍କ ନହବାରୁ କାମ ସଂପୂର୍ଣ୍ଣ ହୋଇ ପାରୁ ନଥିଲା ।।ତେଣୁ ବୋଇତିକୁଦ ଗ୍ରାମର ଶତାଧିକ ଗ୍ରାମବାସୀ ମାନେ ଏହି ରାସ୍ତା ସମସ୍ୟା କୁ ନେଇ ତହସିଲ ଅଫିସ ଘେରାଉ କରିଥିଲେ ଓ ଭୋଟ ବର୍ଜନ ପାଇଁ ନିଷ୍ପତି ନେଇଥିଲେ ଏହା ପରେ ତହସିଲଦାର ପ୍ରତିଶୁତି ଦେଇଥିଲେ ସେହି ଜମି ସୀମାଙ୍କନ କରିବାପାଇଁ ଏବଂ ସେହି ଜମି ଟିକୁ ତହସିଲଦାର ସୀମାନଙ୍କ କରିଥିଲେ ଏବେ ରାସ୍ତା କାମ ପାଇଁ ବାଟ ଫିଟି ଥିବାରୁ ବୋଇତକୁଦ ର ଗ୍ରାମ ର ସଚେତନତ ଭୋଟର ମାନେ ଦେଶ ର ସମ୍ବିଧାନ କୁ ସଂମାନ ଜଣାଇ ଗଣତନ୍ତ୍ର ର ଏହି ମହାପର୍ବ ରେ ସାମିଲୀ ହବା ସହ ସଚେତନ ଭୋଟର ଭାବେ କାକଟପୁର ପଞ୍ଚାୟତ ର ଉନ୍ନତି ପାଇଁ ଏକ ଉପଯୁକ୍ତ ପର୍ଥୀ ବାଛିବା ପାଇଁ ନିଷ୍ପତି ନେଲେ ଏବଂ ଜଦି ଆଗାମୀ ଦିନରେ ଏହି ରାସ୍ତା ସମସ୍ୟା ଟି ସମ୍ପୂର୍ଣ ସମାଧାନ ନହୁଏ ତେବେ କାକଟପୁର ତହସିଲ ଅଫିସ ଓ ଗ୍ରାମ ଉନୟନ ବିଭାଗ ର ଅଫିସ ରେ ନିଆଁ ଜଳିବ ବୋଲି ଗ୍ରାମ ବାସୀ ମାନେ ମତ ପ୍ରକାଶ କରିଛନ୍ତି କୈଳାଶ କପ, ବିଜୟକୁମାର ବିଶ୍ୱଳ, ଛବି ଦାସ, ପ୍ରଫୁଲ ମୁଦୁଲି, ନରୁଆ ଭୋଇ, ଲଷ୍ମୀଧର ବିଶ୍ୱଳ, ଚିକୁ ପୋଲେଇ, ବବୁଲୁ ଦାସ

Leave a Reply

Your email address will not be published. Required fields are marked *