ସଞ୍ଜ ସାଳିତା ନିଆଁରେ ଜାଳି ଗଲେ ମହିଳା

ଫୋକସ ପ୍ଲସ (ପୁରୀ)୨୪/୦୬/୨୦୨୨:ପୁରୀ ଜିଲ୍ଲା ଗୋପ ବ୍ଳକ ଗଣେଶ୍ବରପୁର ପଞ୍ଚାୟତର ଗଣେଶ୍ୱରପୁର ଗ୍ରାମରେ ଅଘଟଣ। ସଞ୍ଜ ଦେଉଥିଲା ବେଳେ ସଞ୍ଜ ସଳିତାରୁ ଲାଗିଲା ନିଆଁ। ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କଲେ ପରିବାର। ପ୍ରଥମେ ଗୋପ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରେ ଭୂବନେଶ୍ୱରରେ ଭର୍ତି। ମହିଳା ନାମ ବୁଲୁବୁଲୁ ମଲ୍ଲୀକ ବୟସ (୩୦) ବାପ ଘର ଜଗନ୍ନାଥ ପଡା ଶଶୁର ଘର ଗଣେଶ୍ୱରପୁର ଜଣା ପଡିଛି।ଗତ କାଲି ବାପ ଘରୁ ଆସିଥିବା ସୂଚନା ରହିଛି। ଶଶୁର ଘରେ ସନ୍ଧ୍ୟାରେ ବୁଲୁବୁଲୁ ସନ୍ଧ୍ୟା ଦେବା ସମୟରେ ସଞ୍ଜ ସାଳିତାରୁ ଲାଗିଲା ନିଆଁ। ନିଆଁ ନିମିଶକ ମଧ୍ୟରେ ମହିଳାଙ୍କ ଶରୀର ଜଳି ଯାଇଥିବା ଦେଖି ପରିବାର ଲୋକମାନେ ୧୦୮ ଆମ୍ବୁଲାନ୍ସରେ ଗୋପ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ତେବେ ମହିଳାଙ୍କ ଅବସ୍ଥା ସଂକଟା ପର୍ଣ୍ଣ ହେବାରୁ ଡାକ୍ତର ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ସ୍ଥାନାତରିତ କରିଛନ୍ତି।ତେବେ ମହିଳାଙ୍କ ଦେହରେ କିପରି ନିଆଁ ଲାଗିଲା ନା ତାଙ୍କୁ ଶାଶୁଘର ଲୋକେ ନିଆଁ ଲଗାଇ ଦେଇଛନ୍ତି। ଏବେବି କିଛି ଜଣାପଡି ନାହିଁ। ଗୋପ ପୋଲିସ ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।ବାପ ଘର ଲୋକଙ୍କ ର କୈଣସି ଏପର୍ଯ୍ୟନ୍ତ ଗୋପ ଥାନାରେ ଅଭିଯୋଗ ନଥିବା ଗୋପ ପୋଲିସ କୁହନ୍ତି।ଏବେବି ବୁଲୁବୁଲୁ ଚିକିତ୍ସା ଧିନଥିବା ସୂଚନା ରହିଛି।

ଗୋପ ରୁ ମୃତୁଞ୍ଜୟ ମହାପାତ୍ର ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *