ସତ ଦେଖେଇଲେ ସରକାରଙ୍କୁ ଲାଜ

ଫୋକସ ପ୍ଲସ (ମୟୂରଭଞ୍ଜ)୧୦/୦୭/୨୦୨୨: ମୟୂରଭଞ୍ଜ ଜିଲ୍ଲାରେ ଥିବା ପ୍ରାଥମିକ ବିଦ୍ୟାଳୟ ଠାରୁ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଦୁର୍ନୀତି ଦୋଳି ଖେଳୁଥିବା ବେଳେ ମିଡ଼ିଆ ଭୟରେ କିଛି କର୍ମଚାରୀ ସେଥିରୁ ନିବୃତ୍ତ ରହୁଥିଲେ । ମାତ୍ର ଶିକ୍ଷା ବିଭାଗ ଦୁର୍ନୀତିକୁ ଆଉ ପାଦେ ଆଗକୁ ନେବା ପାଇଁ ”ମିଡ଼ିଆ କୁ ବିଦ୍ୟାଳୟ ମନା” ନିୟମ କରି ସିଧାସଳଖ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଙ୍କ ସହିତ ସାମିଲ ହୋଇଛନ୍ତି । ଉଦାହରଣ ଦେଖିବାକୁ ଗଲେ ଉଦଳା ବ୍ଲକ ଅନ୍ତର୍ଗତ ଶାଳ ଖୁଣ୍ଟା ଆଶ୍ରମ ସ୍କୁଲରେ ନାବାଳିକାଙ୍କୁ ମାନସିକ ନିର୍ଯ୍ୟାତନା ମିଡ଼ିଆ ଲୋକଲୋଚନକୁ ଆଣିଥିବା ବେଳେ ଖୋଦ୍ ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଅନ୍ଧପୁଟୁଳି ବାନ୍ଧି ବସିରହିଲା। ସେହିପରି ଉଦଳା ବାଳକ ଉଚ୍ଚ ବିଦ୍ୟାଳୟରେ ପିଲାମାନେ ପ୍ରତିଦିନ ଡ୍ରେନ୍ ରେ ବସି ଖାଦ୍ୟ ଖାଉଥିବା ଗଣମାଧ୍ୟମ ରେ ପ୍ରକାଶ ପାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପିଲାମାନେ ବର୍ଷା ପାଣିରେ ଛିଡ଼ାହୋଇ ଖାଦ୍ୟ ଖାଉଥିଲେ ମଧ୍ୟ ଶିକ୍ଷା ବିଭାଗର ଆଖିରେ ଶୁଖୁଆ କଣ୍ଟା ଗେଞା ଯାଇଥିବା ପରି ମନେହୁଏ । ସେହିପରି ଉପାନ୍ତ ଅଞ୍ଚଳରେ ଦେଖିବାକୁ ଗଲେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସ୍କୁଲରେ ଦିନ ଏଗାର ଘଟିକା ପରେ ପହଞ୍ଚୁ ନଥିବା ବେଳେ ଏବେ ସ୍କୁଲ ନଯାଇ ମଧ୍ୟ ସପ୍ତାହ ରେ ଥରେ ଦସ୍ତଖତ ମାରି ଦରମା ନେବାର ରାସ୍ତା ଶିକ୍ଷା ବିଭାଗ ତିଆରି କରିଦେଲା । ଶିକ୍ଷା ବିଭାଗ ଏତିକି ଚିନ୍ତା କରିବା ଆବଶ୍ୟକ ଶିକ୍ଷାର ବିକାଶ ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହେଉଛି ତାହା ହେଉଛି ସାଧାରଣ ଲୋକଙ୍କ ଅର୍ଥ । ମିଡ଼ିଆ ପାଇଁ କିଛି ମାତ୍ରାରେ ସ୍କୁଲ ମାନଙ୍କରେ ଦୁର୍ନୀତି ହ୍ରାସ ପାଇଥିବା ବେଳେ ଏବେ ମହା ଦୁର୍ନୀତି ହେବାର ବାଟ ଫିଟାଇଥିଲା ଶିକ୍ଷା ବିଭାଗ ।

Leave a Reply

Your email address will not be published. Required fields are marked *