ସନ୍ଦେହ ଘେରରେ ଆଜେକ୍ସଙ୍କ ମୃତ୍ୟୁ

ଫୋକସ ପ୍ଲସ 19/3/23(ବ୍ୟୁରୋ): ସନ୍ଦେହ ଘେରରେ ରହିଛି ଆଜେକ୍ସଙ୍କ ମୃତ୍ୟୁ |ଶୋ ପୂର୍ବରୁ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ଆତ୍ମହତ୍ୟା ନେଇ ଅଭିଯୋଗ ଆସିଛି । ଗତକାଲି ସନ୍ଧ୍ୟାରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସେ ନିଜ ଘର ବେଡ୍ ସିଟରେ ଝୁଲି ପଡ଼ିଥିବା ବେଳେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରି ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |ତେବେ ସେ ଭୁବନେଶ୍ୱର ଖାରବେଳନଗର ଅଂଚଳରେ ରହୁଥିଲେ ବୋଲି ଜଣାପଡିଛି । ଏବଂ ତାଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କୌଣସି ମାନସିକ ଚାପରେ ଥିଲେ ବୋଲି ଏବେ ସନ୍ଦେହ ସୃଷ୍ଟି ହେଉଛି । କୌଣସି ମାନସିକ ଚାପରେ ଥାଇ ସେ ଏଭଳି ଭାବେ ଚରମ ନିଷ୍ପତ୍ତି ନେଲେ ବୋଲି ସାଧାରଣରେ ଚର୍ଚା ହେଉଛି । ତେବେ ଶେଷଥର ପାଇଁ ଗତକାଲି ସନ୍ଧ୍ୟା ୭ଟାରେ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ ଆଜେକ୍ସ। କେହି ତାଙ୍କୁ ଡିଷ୍ଟର୍ବ ନକରିବାକୁ କହି ରୁମରେ ଶୋଇଥିଲେ । ଡାକିବାରୁ ନଶୁଣିବାରୁ କବାଟ ଭାଙ୍ଗି ଦେଖିଲେ ଆଜେକ୍ସ ଆତ୍ମହତ୍ୟା କରିସାରିଥିବା ପରିବାରଲୋକ କହିଛନ୍ତି ।ତେବେ ଆଜେକ୍ସଙ୍କ ମୃତ୍ୟୁକୁ ନେଇ ଏବେ ସନ୍ଦେହ ଘନୀଭୂତ ହେବାରେ ଲାଗିଛି ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ ଜାରି ରଖିଛି |

Leave a Reply

Your email address will not be published. Required fields are marked *