ସବୁଜ ରଙ୍ଗରୁ ଧଳା ହେଇଯିବ ସ୍ପ୍ରାଇଟ୍

ନୂଆଦିଲ୍ଲୀ ୩୦/୭: ସ୍ପ୍ରାଇଟ୍ କମ୍ପାନୀର କୋ୍ଲଡ ଡ୍ରିଂକ୍ସ ପ୍ରାୟ ସମସ୍ତେ ପିଇବାକୁ ପସନ୍ଦ କରନ୍ତି । କମ୍ପାନୀର ନାଁ ମାର୍କେଟରେ ଏତେ ପରିମାଣରେ ପରିଚିତ ହୋଇ ଯାଇଛି ଯେ ସବୁ ଦୋକାନୀ ଏହି ବ୍ରାଣ୍ଡକୁ ଅଧିକ ରଖୁଛନ୍ତି । ହେଲେ ଏଣିକି ଆଉ ଆସିବନି ଗ୍ରୀନ୍ ସ୍ପ୍ରାଇଟ୍ ବୋତଲ । ପ୍ୟାରେଣ୍ଟ କମ୍ପାନୀ କୋକାକୋଲା ନିଜ ସ୍ପ୍ରାଇଟ୍ ବୋତଲରେ କିଛି ପରିବର୍ତ୍ତନ ଆଣିଛି । ବହୁ ବର୍ଷ ହେଲାଣି ଗ୍ରୀନ୍ ରଙ୍ଗର ସ୍ପ୍ରାଇଟ୍ ବୋତଲ ଏଣିକି ଟ୍ରାନ୍ସପରେଣ୍ଟ ବା ପାରଦର୍ଶୀ ଭାବେ ମାର୍କେଟରେ ନଜର ଆସିବ ।  ଆସନ୍ତା ଅଗଷ୍ଟ ୧ରୁ ଏହି ପରିବର୍ତ୍ତନ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ପରିବେଶକୁ ସୁରକ୍ଷିତ ରଖିବା ପାଇଁ କମ୍ପାନୀ ଏମିତି ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି କମ୍ପାନୀ କତୃପକ୍ଷ । ସବୁଜ ରଙ୍ଗ ପ୍ଲାଷ୍ଟିକ୍ ବୋତଲ ବଦଳରେ କ୍ଲିୟର ପ୍ଲାଷ୍ଟିକ୍ ବୋତଲକୁ ବ୍ୟବହାର କଲେ ଏହା ପୁନଃ ବ୍ୟବହାର କରିବାରେ ସହଜ ହେବ ଏଣୁ କମ୍ପାନୀ ଏହି ପଦକ୍ଷେପ ନେଇଥିବା କଥା ସୂଚନା ଦେଇଛି ।

ପ୍ରାୟ ୬୦ ବର୍ଷ ହେଲାଣି ଆମେରିକାର ମାର୍କେଟରେ ପାଦ ଦେବା ଠାରୁ କମ୍ପାନୀ ସବୁଜ ରଙ୍ଗର ବୋତଲ ମାର୍କେଟକୁ ଛାଡି ଆସୁଥିଲା । କମ୍ପାନୀ ସୂଚନା ଅନୁସାରେ ସ୍ପ୍ରାଇଟ୍ ହେଉଛି କୋକାକୋଲାର ସବୁଠାରୁ ଅଧିକ ବିକ୍ରି ହେଉଥିବା ପ୍ରଡକ୍ଟ । ସ୍ପ୍ରାଇଟ୍ ପୂର୍ବରୁ ହିଁ ସ୍ପଷ୍ଟ ବା କ୍ଲିୟର ପ୍ଲାଷ୍ଟିକ୍ ବୋତଲରେ ଅନେକ ଦେଶରେ ବିକ୍ରି ହେଉଛି ଏବଂ ଏହା ସୁଗାର ଫ୍ରି ହେବା ସହ ଏଥିରେ ଭିନ୍ନ ଭିନ୍ନ ଫ୍ଲେଭର ମଧ୍ୟ ରହିଛି । ଏପରି କ୍ଷେତ୍ରରେ କମ୍ପାନୀର ଏହି ପରିବର୍ତ୍ତନକୁ ଗ୍ରାହକ ମାନେ କେତେଦୂର ଗ୍ରହଣ କରୁଛନ୍ତି ତାକୁ ନେଇ ଚର୍ଚ୍ଚା ।

Leave a Reply

Your email address will not be published. Required fields are marked *