ସବୁ ସାରିଦେଲା ଫୋନ୍‌ ,ସ୍ତ୍ରୀକୁ ହାଣିଲା ନିଜେ ବିଷ ପିଇଦେଲା

ଫୋକସ ପ୍ଲସ 1/4/23(ବ୍ୟୁରୋ): ପରକୀୟାପ୍ରୀତିର କରୁଣ ପରିଣତି । ଘରକୁ ଫେରି ଦେଖିଲା ବେଳକୁ ସ୍ତ୍ରୀ କାହା ସାଙ୍ଗରେ ଫୋନ୍‌ରେ କଥା ହେଉଥିଲା । ବାସ୍‌ ଏତିକିରେ ମୁଣ୍ଡକୁ ଚଢିଗଲା ପୀତ । ଖାଲି ପୀତ ଚଢିଲା ତାହା ନୁହେଁ ବରଂ ରାଗ ଜର୍ଜରିତ ହୋଇ ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ କଲା ଆକ୍ରମଣ ।
ସ୍ତ୍ରୀକୁ ଆକ୍ରମଣ କରିବା ପରେ ନିଜେ ବି ବିଷ ପିଇଦେଲା ସ୍ୱାମୀ । ଏମିତି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଧାମରା ଥାନା ଝାଡ଼କଟା ଗାଁରେ । ଯାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।
ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ଭୁଜାଲିରେ ହାଣିବା ପରେ ସ୍ୱାମୀ ପିଇଲା ବିଷ । ଝାଡ଼କଟା ଗାଁର ପର୍ଶୁରାମ ନିଜ କାମରେ ଘରୁ ବାହାରକୁ ଯାଇଥିଲେ । ଆସିଲା ବେଳକୁ ଦେଖିଥିଲେ ସ୍ତ୍ରୀ କାହା ସହ ଫୋନରେ କଥାହେଉଛନ୍ତି । ଏହାକୁ ବିରୋଧ କରିବା ସହିତ ସ୍ତ୍ରୀ ପାର୍ବତୀଙ୍କ ମୁଣ୍ଡ ଓ ପେଟକୁ ଗଭୀର ଭାବରେ ଆଘାତ ଦେଇଥିଲେ । ଆକ୍ରମଣରେ ସ୍ତ୍ରୀ ଗୁରୁତର ହେବା ପରେ ପର୍ଶୁରାମ ନିଜେ ବିଷ ପିଇଦେଇଥିଲେ । ଏମିତି ଘଟଣା ସମ୍ପର୍କରେ ଗାଁ ଲୋକେ ଖବର ପାଇବା ପରେ ତୁରନ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

Leave a Reply

Your email address will not be published. Required fields are marked *