ଫୋକସ ପ୍ଲସ (ସମ୍ବଲପୁର)୨୭/୦୭/୨୦୨୨:୨୬ ଜୁଲାଇ ଆରକ୍ଷଣ ଦିବସ ପାଳନ ଉପଲକ୍ଷେ ଆଜି ରାଜ୍ୟ ଓବିସି ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଉତ୍ତରାଞ୍ଚଳ ରାଜସ୍ବ ଆଯୁକ୍ତଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା I ପଛୁଆ ବର୍ଗ (ଓଵିସି) ମାନଙ୍କ ପାଇଁ ୨୭ ପ୍ରତିଶତ ଆରକ୍ଷଣ ଦେବା, ଜାତିଗତ ଜନଗଣନାକୁ ସୁନିଶ୍ଚିତ କରିବା, କେନ୍ଦ୍ର ଓ ରାଜ୍ୟ ସରକାରୀ ତଥା ବେସରକାରୀ ଚାକିରୀରେ, ଉଚ୍ଚ ନ୍ୟାୟାଳୟ ଏବଂ ସର୍ବୋପରି ଏମ.ପି, ଏମ.ଏଲ.ଏ, ଓ ଅନ୍ୟାନ୍ୟ ରାଜନୈତିକ ପଦବୀରେ ଓବିସିଙ୍କୁ ସମାନୁପାତିକ ସଂରକ୍ଷଣ ଦେବା, ୫୦ % ଆରକ୍ଷଣ ସୀମା ହଟାଇବା, ଲାଇଭ ଟାଇମ ଓବିସି ସାର୍ଟିଫିକେଟ ଯୋଗାଇ ଦେବା ଆଦି ଦାବି ହୋଇଛି I ଏହି ମର୍ମରେ ସ୍ଥାନୀୟ କଚେରୀ ଛକରୁ ଏକ ରେଲି ବାହାରି ଉତ୍ତରାଞ୍ଚଳ ରାଜସ୍ବ ଆଯୁକ୍ତଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲା I ଏହି ଦାବୀ ପତ୍ର ପ୍ରଦାନ ସମୟରେ ଓବିସି ମଞ୍ଚ ରାଜ୍ୟ ସଭାପତି ଶଙ୍କର ପାତ୍ର, ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ, ଜ଼ିଲ୍ଲା ଆବାହକ ସରୋଜ ସାହୁ, ଓବିସି କର୍ମୀ ହୀରାଲାଲ ବେହେରା, ଅର୍ଣ୍ଣପୂର୍ଣ୍ଣା ବାରିକ, ଡ଼ଃ. ସୁଷମା ସାହୁ, ସଂଯୁକ୍ତା ପ୍ରଧାନ, ସୁରେଖା ସାହୁ, ରୁନୁ ପ୍ରଧାନ, ଅନୁସୟା ସାମଲ,ରାମ ସାଗର ସାହୁ, ଉତ୍ତମ ପ୍ରଧାନ, କରୁଣାକର ବିଶ୍ୱାଳ, ମନବୋଧ ଭୋଇ, କୁଞ୍ଜ ବିହାରୀ ବଂଛୁର, ଅଭିରାମ ଖମାରୀ, ସରୋଜ ପ୍ରଧାନ, ଚୂଡ଼ାମଣି ବାରିକ, ମନୋଜ ସାହୁ, ଦେବାଶିଷ ବେହେରା, ସୁଧାଂଶୁ ଶେଖର ମହାରଣା, ପ୍ରଶାନ୍ତ ସାହୁ, ସମୀର ବାରିକ, ଭବାନୀ ଶଙ୍କର ପ୍ରଧାନ, ଦେବବ୍ରତ ବାରିକ, ଅସୀମ ପଟେଲ ପ୍ରମୁଖଙ୍କ ସମେତ ଜ଼ିଲ୍ଲାରେ ବସବାସ କରୁଥିବା ଓବିସି ଅନ୍ତର୍ଭୁକ୍ତ ପ୍ରମୁଖ ସମାଜର ଜ଼ିଲ୍ଲା ଏବଂ ରାଜ୍ୟସ୍ତରୀୟ କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ I ଉତ୍ତରାଞ୍ଚଳ ରାଜସ୍ବ ଆଯୁକ୍ତଙ୍କ ଅନୁପସ୍ଥିତିରେ ସଚିବ ଭି. ପି. କେ.ଏକ୍କା ଏହି ଦାବି ପତ୍ର ଗ୍ରହଣ କରିଥିଲେ I
ସମ୍ବଲପୁର ରୁ ଜଗନ୍ନାଥ ମେହେର ଙ୍କ ରିପୋର୍ଟ ଫୋକସ ପ୍ଲସ