ସମୁଦ୍ରରେ ବୁଡ଼ିଯିବ କି ଏହି ସବୁ ସହର ?

ଫୋକସ ପ୍ଲସ 17/2/23( ବ୍ୟୁରୋ): ମାଡି ଆସୁଛି ମହାବିପଦ ,ଆଗକୁ ଭୟଙ୍କର ହେବ ପରିସ୍ଥିତି | ଖୁବ ଶୀଘ୍ର ଧ୍ୱଂସ ହୋଇଯିବ ଏହି ସବୁ ସହର | ସମୁଦ୍ରରେ ବୁଡି ଏହି ସବୁ ସହର ଗୁଡିକ ଛାରଖାର ହୋଇପାରେ | ଦର୍ଶକ ବନ୍ଧୁ ଆପଣ ମାନେ ଏହା ଶୁଣି ନିଶ୍ଚୟ ଭୟଭୀତ ହେଉଥିବେ ଏବଂ ଆଶ୍ଚର୍ଯ୍ୟ ମଧ୍ୟ ହେଉଥିବେ ଯେ ସତରେ କଣ ସବୁ ଧ୍ୱଂସ ହୋଇଯିବକି ? ଆଜ୍ଞା ହଁ ଏହା ସବୁ ସତ |ଏଭଳି ସ୍ଥିତିକୁ ନେଇ ଆଗରୁ ପୁର୍ବାନୁ ମାନ ମଧ୍ୟ ହୋଇସାରିଛି | ଯେଉଁଭଳି ଭାବେ ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂମିକମ୍ପ ହୋଇ ସବୁ ଧ୍ୱଂସ ହୋଇଥିଲା ଆଉ ଏଥିରେ ବହୁ ଲୋକ ନିଜର ପ୍ରାଣ ହରାଇଥିଲେ ଠିକ ସେହିଭଳି ଆଗକୁ ଭାରତ, ଚୀନ, ବାଙ୍ଗଲାଦେଶ ଓ ନେଦରଲ୍ୟାଣ୍ଡକୁ ଭୟଙ୍କର ବିପଦର ସାମ୍ନା କରିବାକୁ ପଡିପାରେ ବୋଲି ପୁର୍ବାନୁମାନ ହୋଇସାରିଛି | ପରିବେଶ ସନ୍ତୁଳନ ହରାଇବା ପରେ ଯେମିତି ଋତୁଚକ୍ରରେ ପରିବର୍ତ୍ତନ ହେଉଛି ଖୁବ କମ୍‌ ଦିନ ମଧ୍ୟରେ ଦେଶର ଉପକୂଳବର୍ତ୍ତୀ ସହର ସମୁଦ୍ରରେ ମିଶିବା ନେଇ ଆକଳନ କରୁଛନ୍ତି ବିଶେଷଜ୍ଞ। ସମୁଦ୍ର ପାଣିରେ ବୁଡିଯିବ ଉପକୂଳିଆ ସହର। ଏଇ କଥା ଶୁଣିବା ମାତ୍ରେ ସମସ୍ତଙ୍କ ମନରେ ଛନକା ପଶିଲାଣି। ସମୁଦ୍ର ପାଣିରେ କେଉଁ କେଉଁ ସହର ବୁଡିବ? କେବେ ବୁଡିବ? କାହିଁକି ବୁଡିବ? ସେନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଲାଣି | ଧୀରେ ଧୀରେ ସମୁଦ୍ରର ଜଳସ୍ତର ବଢ଼ିବାରେ ଲାଗିଛି । ଖୁବଶୀଘ୍ର ସମୁଦ୍ରର ଲୁଣି ପାଣିରେ ବୁଡିଯିବ ବିଶ୍ୱର ବଡ ବଡ ଉପକୂଳବର୍ତ୍ତୀ ସହର । ବିଶ୍ୱ ପାଣିପାଗ ବିଜ୍ଞାନ ସଂଙ୍ଗଠନର ବୈଜ୍ଞାନିକମାନେ ଯେଉଁ ରିପୋର୍ଟ ଦେଇଛନ୍ତି ତାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି । ‘World Meteorological Organization’ ଦ୍ୱାରା ମଙ୍ଗଳବାର ଜାରି ହୋଇଛି ଏଇ ରିପୋର୍ଟ । ଯେଉଁଥିରେ ସାରା ବିଶ୍ୱକୁ ସତର୍କ ସୂଚନା ଦିଆଯାଇଛି | ଏକ ରିପୋର୍ଟ ଅନୁସାରେ, ଭାରତ, ଚୀନ, ବାଙ୍ଗଲାଦେଶ ଓ ନେଦରଲ୍ୟାଣ୍ଡକୁ ଭୟଙ୍କର ବିପଦର ସାମ୍ନା କରିବାକୁ ପଡିପାରେ । ପରିବେଶ ସନ୍ତୁଳନ ହରାଇବା ପରେ ଯେମିତି ଋତୁଚକ୍ରରେ ପରିବର୍ତ୍ତନ ହେଉଛି ଖୁବ କମ୍‌ ଦିନ ମଧ୍ୟରେ ଦେଶର ଉପକୂଳବର୍ତ୍ତୀ ସହର ସମୁଦ୍ରରେ ମିଶିବା ନେଇ ଆକଳନ କରୁଛନ୍ତି ବିଶେଷଜ୍ଞ। ବିପଦ ମୁହଁରେ ଥିବା ମୁଖ୍ୟ ସହର ମଧ୍ୟରେ ସାଂଘାଇ, କୋପେନହାଗେନ୍, ନ୍ୟୁୟର୍କ ଲସ୍ ଏଞ୍ଜେଲ୍ସ, ବ୍ୟାଙ୍ଗକକ୍, ଜାକର୍ତ୍ତା, ମୁମ୍ବାଇ, ମାପୁଟୋ, ଢାକା, ଲାଗୋସ୍, କାହିରା, ଲଣ୍ଡନ୍ ପରି ବଡ ବଡ ସହର ରହିଛି । ତେବେ ବିଶ୍ୱ ତାପନ ଯୋଗୁଁ ଗ୍ଲାସିଅର ତରଳିବା ଏହାର ମୁଖ୍ୟ କାରଣ ବୋଲି କହିଛନ୍ତି ବିଶେଷଜ୍ଞ । ଖାଲି ଏତିକି ନୁହେଁ ସମୁଦ୍ର କେତେବେଳେ ବି ଉପକୂଳ ଆଡକୁ ମାଡିଆସିବ ସେନେଇ କିଛି କହିହେବ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। ଆଉ ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ବିଶ୍ୱ। ଆଉ ତାହାରି ମଧ୍ୟରେ ବିଶ୍ୱ ପାଣିପାଗ ବିଜ୍ଞାନ ସଙ୍ଗଠନର ବୈଜ୍ଞାନିକମାନେ ଯେଉଁ ରିପୋର୍ଟ ଦେଇଛନ୍ତି ତାହା ସମସ୍ତଙ୍କୁ ଆତଙ୍କିତ କରିଛି। ତେବେ ଆଗକୁ କେଉଁଭଳି ପରିସ୍ଥିତି ହେବ ତାହାକୁ ନେଇ ସମସ୍ତେ ଭୟ ଭୀତ ଅବସ୍ଥାରେ ରହିଛନ୍ତି |

Leave a Reply

Your email address will not be published. Required fields are marked *