ସମ୍ପନ୍ନ ହେଲା ଛତର ଯାତ୍ରା ଉତ୍ସବ

ଫୋକସ ପ୍ଲସ(ଥୁଆମୂଳ ରାମପୁର): କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ମହା ସମାରୋହରେ ଥୁଆମୂଳ ରାମପୁର ଠାରେ ସମ୍ପନ୍ନ ହୋଇଯାଇଛି। ଦୁଇ ବର୍ଷ କାଳ କୋଭିଡ କୋଟକଣା ଯୋଗୁଁ ଛତର ଯାତ୍ରା ଫିକା ପଡିଥିଲା କିନ୍ତୁ ଚଳିତ ବର୍ଷ ଧୁମଧାମ୍ ର ସହିତ ଅଞ୍ଚଳ ବାସୀ ଏହି ଯାତ୍ରା ଟିକୁ ପାଳନ କରିଛନ୍ତି। ଏନେଇ ଥୁଆମୂଳ ରାମପୁର ଅଞ୍ଚଳ ବେଶ ଚଳଚଞ୍ଚଳ ହୋଇ ଥିବା ବେଳେ ଥୁଆମୂଳ ରାମପୁର ମାଁ ମାଣିକେଶ୍ଵରୀ ଙ୍କ ଶକ୍ତି ପୀଠ ଠାରେ ଶହ ଶହ ସଂଖ୍ୟା ରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ ରହିଥିଲା। ରିତିନୀତ ଅନୁସାରେ ମାଁ ମାଣିକେଶ୍ଵରୀ ଙ୍କ ପାଖରେ ପୂଜାର୍ଚ୍ଚନା କରାଗଲା ପରେ ଛତର ଯାତ୍ରା ଉତ୍ସବ ୨୦୨୨ ଶାନ୍ତି ଶୃଙ୍ଖଳାର ସହିତ ପାଳନ ହୋଇଯାଇଛି।

 

ଥୁଆମୂଳ ରାମପୁରରୁ ବିରବଜରଙ୍ଗ ଚାରୁ ମଜୁମଦାରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *