ସମ୍ପର୍କ ଭାଙ୍ଗିବା ଯୋଡିବାରେ ବ୍ୟସ୍ତ ନୀତିଶ କୁମାର

ଫୋକସ ପ୍ଲସ(ବ୍ୟୁରୋ)୧୦/୦୮/୨୦୨୨: ୫ ବର୍ଷ ତଳେ ଆରଜେଡି ର ହାତ ଛାଡି ବିଜେପି ର ହାତ ଧରି ବିହାରରେ ଶାସନ କରୁଥିଲେ ଏବେ ପୁଣି ରଙ୍ଗ ବଦଳାଇଛନ୍ତି ନୀତିଶ କୁମାର l ବଜେପି ସହ ସମ୍ପର୍କ ଛିର୍ଣ୍ଣ କରି ପୁଣି ଆରଜେଡି ସହ ମିଶି ବିହାରରେ ଶାସନ ଚଳାଇବା କଥା ଚିନ୍ତା କରିଛନ୍ତି ନୀତିଶ l ବିହାର ର ରାଜ୍ୟପାଳ ଫାଗୁ ଚୋହାନ ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି l ବର୍ତ୍ତମାନ ଆରଜେଡି ରେ ଲାଲୁ ଯାଦବଙ୍କ ସହ ମିଶି ବିହାରରେ ସରକାର ଗଢିବାକୁ ଯାଉଛନ୍ତି ନୀତିଶ l ସମସ୍ତ ପରିସ୍ଥିତି ଲାଗି ବଜେପି କୁ ଦାୟୀ କରିଛନ୍ତି ନୀତିଶ ଆହୁରି ମଧ୍ୟ କହିଛନ୍ତି ଯେ ବଜେପି ତାଙ୍କ ସହ ବିଶ୍ୱାସଘାତା କରିଛି lତାଙ୍କ ଦଳକୁ ଭାଙ୍ଗିବା ପାଇଁ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଷଡଯନ୍ତ୍ର କରୁଥିଲେ l ବଜେପି ର କିଛି ଦଳୀୟ ନେତା ମଧ୍ୟ ଏଥିରେ ସାମିଲ ଥିଲେ ତେଣୁ ସେ ବଜେପି କୁ ଛାଡିବା ପାଇଁ ବାଧ୍ୟ ହୋଇଛନ୍ତି |ପୁଣି ଅଷ୍ଟମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଆସନ ଧରିବାକୁ ଯାଉଛନ୍ତି ଆଜି ଅପରାହ୍ନ ୪ ବେଳେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି l ଏପଟେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆରଜେଡି ନେତା ତେଜସ୍ୱୀ ଯାଦବ l ଅବଶ୍ୟ ନୀତିଶଙ୍କର ଏହି ପଦକ୍ଷେପ ନେବା ବିଷୟରେ ପୂର୍ବରୁ ସୂଚନା ମିଳିଥିଲା l ହଠାତ ନୀତିଶ ଙ୍କର ଏଭଳି ରଙ୍ଗ ବଦଳାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି lରାଜନୀତି ରେ ଖେଳ ଏବଂ ଦଳ ବଦଳାଇବାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଲାଗିରହିଛି |

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *