ସମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ।

ଫୋକସ ପ୍ଲସ 4/12/2022( ବଡ଼ବିଲ): କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ରଣାଶାଳ ଘାଟି ସ୍ଥିତ ନାୟରା ପେଟ୍ରୋଲ ପମ୍ପରେ ତେଲ ପକାଇ ବାକୁ ଯାଇଥିଲେ ସମ୍ବାଦିକ ଦେବବ୍ରତ ପାତ୍ର ତାଙ୍କୁ ଫୋନ୍ କଲ୍ ଆସିବାରୁ ଦୂରରେ ଯାଇ କଥା ହୋଇଥିଲେ ଏହା ପରେ ପେଟ୍ରୋଲ୍ ପମ୍ପର ମ୍ୟାନେଜର ପଚାରିଲେ ଆପଣ କଣ ସମ୍ବାଦିକ ଦେବବ୍ରତ କହିଲେ ହିଁ ଏହା ପରେ ପଚାରିଲେ କିଏ ହେଉଛି ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟଙ୍କର କହିବା ପରେ କହିଲେ ଯେତେ ବେଳେ ଜିତୁ ବାବୁ ଙ୍କ ଘରେ ଇଡି ଚଢଉ କରିଥିଲା ଆପଣ ନ୍ୟୁଜ କରିଥିଲେ କି ଦେବବ୍ରତ କହିଲେ ହିଁ ସମସ୍ତେ କରିଥିଲେ ମୁଁ ବି କଲି ଏହା ପରେ ସେଠି ଥିଲା ଚାରିଜଣ ଲୋକ ଦେବବ୍ରତ ଉପରକୁ ଆକ୍ରମଣ କଲେ ଲୁହା ଚେୟାର,ଛୁରି,ଲୁହା ରଡ ସାହାର୍ଯ୍ୟରେ ମାରି ମୁଣ୍ଡ ଫଟାଇ ଦେଇଛନ୍ତି। ଏହା ପରେ କୈାଣସି ସୂତ୍ର ରୁ ଖବର ପାଇ ବଡବିଲ ପୋଲିସ ଦେବବ୍ରତଙ୍କୁ ଉଦ୍ଧାର କରିବା ସହିତ ମେଡିକାଲକୁ ନେଇ ଯାଇଥିଲେ ଏହା ପରେ ଦୁଇ ଜଣ ଆସାମି ସେଠୁ ଖଶି ପଳାଇବାରେ ସକ୍ଷମ ହୋଇଥିବା ବେଳେ ଦୁଇ ଜଣ କୁ ଗିରଫ କରାଯାଇଛି l

Leave a Reply

Your email address will not be published. Required fields are marked *