ଫୋକସ ପ୍ଲସ (କୋଣାର୍କ)୨୨/୦୭/୨୦୨୨: ବହୁ ବାଦ ବିବାଦ ପରେ ଗଡିଲା ମୋ ବସ୍ । ଭୂବନେଶ୍ୱରରୁ କୋଣାର୍କ ଚାଲୁଥିବା 6 ଟି ମୋ ବସ୍ କୁ ଯାତାୟାତ କରିବା ପାଇଁ ଟାଇମ୍ ଟେବୁଲ୍ ପରିମିଟି ଠିକି ନଥିବାକୁ ନେଇ ଘରୋଇ ବସ୍ ମାଲିକ ସଙ୍ଗ ପକ୍ଷରୁ ଗତକାଲି ଦିନ ୮ଟାରୁ ରାତି ୮ ଟା ପର୍ଯ୍ୟନ୍ତ 5 ଟି ମୋ ବସ ଅଟକ ରଖାଯାଇଥିଲା। ଫଳରେ ଗତକାଲି କୋଣାର୍କ ଥାନା ଅଧିକାରୀ ରଞ୍ଜନ ମଲ୍ଲିକ,ତହସିଲଦାର ଗୋପ ନେତୃତ୍ୱରେ ଏକ 10 ଜଣିଆ ଟିମି ଆସି ନିମାପଡ଼ା, କୋଣାର୍କ, କାକଟପୁର ଘରୋଇ ବସ ମାଲିକସହ କଥାବାର୍ତ୍ତା କରିବା ପରେ ମୋ ବସ୍ କୁ ମୃକ୍ତ କରାଯାଇଥିଲା।ଏବେ କୋଣାର୍କ — ଭୁବନେଶ୍ୱର ରୁଟ୍ ରେ ଚାଲିଲା 6 ଟି ମୋ ବସ୍ । କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିଆସୁଥିବା ପର୍ଯ୍ୟଟକ ଓ ଯାତ୍ରୀ ବହୁତ ଖୁସି ଥିବା ଦେଖିବାକୁ ମିଳିଛି।ଅପରପକ୍ଷରେ କୋଣାର୍କ ଘରୋଇ ମାଲିକ ସଙ୍ଗର ସମ୍ପାଦକ କୁହନ୍ତି। ସ୍ଥାନୀୟ ପ୍ରଶାସନ ଗତକାଲି ଯେଉଁ ନିସ୍ପତି ନେଇଛନ୍ତି ତାକୁ ଆମ୍ଭେ ମାନିଛୁ । ଯଦି ଆମର ଦାବି ଟାଇମ୍ ଟେବୁଲ୍ ସହ ପରିମିଟି ନଦେଖାନ୍ତି।ଆଗାମୀ ଦିନରେ ରାଜ୍ୟ ଅଲ୍ ଓଡ଼ିଶା ଘରୋଇ ବସ ସଙ୍ଘ ଯାହା ନିସ୍ପତି ନେବ ତାହା ଆମ୍ଭେମାନେ କରିଦେଖାଇବୁ।
ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଭିନ୍ନକ୍ଷମ ଯାତ୍ରୀ ଓ ସାଧାରଣ ଯାତ୍ରୀ ମୋ ବସ୍ ଚାଲିବା ହେତୁ ବହୁତ ଖୁସି ସହ ମୋ ବସ ଚାଲିବାରୁ ସେମାନେ ବହୁତ ଉପକୃତ ହେବା କହିଛନ୍ତି।
କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଫୋକସ୍ ପ୍ଲସ |