ସରକାରଙ୍କ ଯୋଜନାରୁ ବଞ୍ଚିତ ଅସହାୟ ବିଧବା ବୃଦ୍ଧା

ଫୋକସ ପ୍ଲସ 2/11/22( କଙ୍କଡ଼ାହାଡ଼ ): ସରକାର ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚୟନ କରି ସମସ୍ତ ସୁବିଧା ଯୋଗାଇ ଦେବାପାଇଁ ଲକ୍ଷାଧିକ ଟଙ୍କା ବ୍ୟୟବରାଦ କରି କଚ୍ଚା ଘର କୁ ପକ୍କା ଘର କରିବାକୁ ପ୍ରଚାର ପ୍ରସାର କ୍ଷେତ୍ରରେ ଡିଡିମ୍ବ ପିଟୁଛନ୍ତି। ବିଡମ୍ବନା ର ବିଷୟ ଯେ ଏହି ଯୋଜନାକୁ ଏବେ ମଧ୍ୟ ଅନେକ ଅସହାୟ ପରିବାରଙ୍କ ପାଇଁ ପାଲଟିଛି ସାତ ସପନ। ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ କଟୁମୁଣ୍ଡା ଗାଁ ର ଅସହାୟ ବିଧବା ବୃଦ୍ଧା ମହିଳା କମଳା ନାଏକ ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଦୀର୍ଘ ଦିନ ହେଲା ସ୍ଵାମୀ ଏବଂ ଗୋଟିଏ ବୋଲି ପୁଅର ମୃତ୍ୟୁ ହେବାପରେ , ଏବେ ବେସାହାରା ହୋଇଯାଇଛନ୍ତି। ନିଜର ବୋଲି ପାଖରେ କେହି ନଥିବା କହିଛନ୍ତି। ସରକାରଙ୍କ ତରଫରୁ ୫ କେଜି ଚାଉଳ ସାଙ୍ଗକୁ ୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି । ବୟସର ଅପରାହ୍ନ ରେ ମଧ୍ୟ ପରଘରେ ମୂଲ ଲାଗିବା ସାଙ୍ଗକୁ ନିଜ ଗାଁ ରୁ ମାଗି ଆଣି ପେଟ ପୁସୁଥିବା ଅଞ୍ଚଳ ବାସୀ କହିଛନ୍ତି। ଯେଉଁ ଦିନ ପର ଘରେ କାମ ନ ମିଳିଥାଏ କିମ୍ବା ଦେହ ଅସୁସ୍ଥ ଥିଲେ ଗାଁ କୁ ମାଗିବାକୁ ନ ଯାଇପାରିଲେ , ସେହିଦିନ ଭୁକ ଉପାସରେ ରହିବାକୁ ପଡ଼ିଥାଏ। ବର୍ଷା ଦିନରେ ଅସରାଏ ବର୍ଷା କି ପବନ ହେଲେ, ଭଙ୍ଗା ଦଦରା ଚାଳ ଘରଟି ଭାଙ୍ଗିଯିବା ଭୟରେ , ଆଖ ପାଖ ପଡୁସୀଙ୍କ ଘରକୁ ଯାଇ ଆଶ୍ରୟ ନିଅନ୍ତି। ବାରମ୍ବାର ବ୍ଲକ ଠାରୁ ପଞ୍ଚାୟତ ଦୌଡି ଦୌଡି ନିରାଶ ହୋଇପଡ଼ିଛନ୍ତି ଏବେ କମଳା ନାଏକ। ନିଜ ଗାଁ ଠାରୁ ବ୍ଲକ କାର୍ଯ୍ୟାଳୟ ପ୍ରାୟତ ୬୦ କିଲୋମିଟର ହେଇଥିବାରୁ,ବାରମ୍ବାର ଯିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତେକ ବର୍ଷ ଶହ ଶହ ଲୋକ ଆବାସ ଯୋଜନାର ହିତାଧିକାରୀ ହୋଇ, ଘର ଉପରେ ଘର ପାଉଥିବା ବେଳେ,ଏଭଳି ଅସହାୟ ବିଧବା ବୃଦ୍ଧା ମହିଳାଙ୍କୁ ଆବାସ ଯୋଜନା ସହିତ ଅନ୍ତୋଦୟ ଯୋଜନାରୁ ବଂଚିତ କରାଯାଉଥିବା, ଏବେ ସାଧାରଣରେ ନିନ୍ଦା ପ୍ରକାଶ କରାଯାଉଛି। ଏଠାରେ ଥିବା ପ୍ରଶାସନିକ ଅଧିକାରୀ ମାନେ କେଉଁ ଆଧାରରେ ଆବାସ ହିତାଧିକାରୀ ଚୟନ କରୁଛନ୍ତି, ତାହା ଏବେ ବଡ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ତେବେ ସସହାୟ ବିଧବା ବୃଦ୍ଧା ମହିଳା କମଳା ନାଏକ ଙ୍କୁ ଯଥା ଶୀଘ୍ର ଆବାସ ଯୋଜନା ସହିତ ଅନ୍ତୋଦୟ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।
କଙ୍କଡ଼ାହାଡ଼ ରୁ ପ୍ରବୀଣ ନାଏକ ଙ୍କ ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *