ସରକାରଙ୍କ ଯୋଜନା କାହା ପାଇଁ ?

ଫୋକସ ପ୍ଲସ ୨୭/୧/୨୩(କଳିଙ୍ଗନଗର):ଗରିବଙ୍କ ପାଇଁ ଯାବତୀୟ ଯୋଜନା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି ବିଶେଷ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ସରକାର ଗୁରୁତ୍ବ ଦେଉଥିବା ବେଳେ ଅର୍ଥାଭାବରୁ ଜଣେ ମାନସିକ ଦୁର୍ବଳ ପୁଅକୁ କିପରି ପାଳନ କରୁଛନ୍ତି। ତାହା ଦେଖିଲେ ଜାଣିପାରିବ। କଳିଙ୍ଗନଗର ଶିଳ୍ପାଞ୍ଚଳର ଚାନ୍ଦିଆ ପଞ୍ଚାୟତର ବାଲିଗୋଠ ଗାଁରେ ତୁଳସୀ ମୁଣ୍ଡା ରହନ୍ତି। ତାଙ୍କର ଗୋଟିଏ ଝିଅ ପ୍ଯାରି ମୁଣ୍ଡା (୧୮)ଓ ଗୋଟିଏ ପୁଅ ସୁନିଲ ମୁଣ୍ଡା (୧୩) ବର୍ଷ ସ୍ବାମୀ ଘାସିରାମ ମୁଣ୍ଡା କୌଣସି ଅଜଣା ରୋଗରେ ପଡି ଗତ ଦୁଇ ବର୍ଷ ହେବ ମରିଯାଇଥିବା ବେଳେ ପୁଅ ସୁନିଲ ମାନସିକ ଦୁର୍ବଳ ଓ ଅପପୂଷ୍ଟିର ଶିକାର ହୋଇଥିବା ଯୋଗୁଁ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି। କଲିଙ୍ଗନଗର ହେଉଛି ଶିଳ୍ପନଗରୀ ଏଠାକୁ ପ୍ରତିଦିନ ଦେଶବିଦେଶରୁ ବହୁଲୋକ ଜୀବିକା ଅନେଷ୍ବଣରେ ଆସନ୍ତି। ମାତ୍ର କଲିଙ୍ଗନଗର ବାସୀ ତୁଳସୀ ମୁଣ୍ଡା କିପରି କଷ୍ଟ କରୁଛନ୍ତି ଯାହା କି ଦେଖିଲେ ଜାଣିପାରିବ ତୁଳସୀ ମୁଣ୍ଡା ନିଜର ପରିବାର ପୋଷଣ ପାଇଁ ପର ପାଖରେ କାମ କରନ୍ତି। ଘରେ ବଢିଲା ଝିଅ ଓ ସୁନିଲ ରହନ୍ତି। ସୁନିଲ ମାନସିକ ଦୁର୍ବଳ ହୋଇଥିବା ଯୋଗୁଁ ତାହାର ସମସ୍ତ କାର୍ଯ୍ୟ ଭଉଣୀ କରେ ଯାହା ଫଳରେ ଭଉଣୀର ଖୁସି ନାହିଁ କହିଲେ ଭୁଲ୍ ହେବନାହିଁ। ଯାହା କୁ ଆମ ସୁକିନ୍ଦା ପ୍ରତିନିଧିଙ୍କ ଦୂଷ୍ଟିକୁ ଆସିବା ପରେ ସଂପୂକ୍ତ ପରିବାର ପାଖରେ ପହଞ୍ଚିଥିଲେ।ଉକ୍ତ ସମୟରେ ତୁଳସୀ ମୁଣ୍ଡା କାମକୁ ଯାଇଥିବା ବେଳେ ଝିଅକୁ ସମସ୍ତ ବିଷୟରେ ପଚାରି ବୁଝିବା ସହିତ ଚାନ୍ଦିଆ ସରପଞ୍ଚଙ୍କ ସହିତ ଯୋଗାଯୋଗ କରି ତାଙ୍କର ପ୍ରତିକିୟା ଆଣିଥିଲେ ଏବଂ ସ୍ଥାନୀୟ ଶିଶୁ ଅଧିକାର ଉପରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ସହିତ ଯୋଗାଯୋଗ କରିଥିଲେ। ସୁନିଲକୁ ସାହାଯ୍ୟ କାମନା କରିଥିଲେ। ମାତ୍ର ଏଠି ଗୋଟିଏ ପ୍ରଶ୍ନ ଯେ କଲିଙ୍ଗନଗରରେ ଥିବା ଶିଳ୍ପ ସଂସ୍ଥା ଗୁଡିକ କୋଟି କୋଟି ଟଙ୍କାର ସ୍ବାସ୍ଥ୍ଯ ସେବା ଉପରେ ଓ ସ୍ଥାନୀୟ ଉର୍ନତିରେ ଖର୍ଚ୍ଚ କରୁଥିବା ବେଳେ କିପରି କାରଖାନାକୁ ଲାଗି ଥିବା ପରିବାର ଉପରେ କାହାର ଆଖି ପଡୁନାହିଁ। କି ସ୍ଥାନୀୟ ସରକାରୀ ଶିଶୁ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କ ନଜରକୁ ଆସିନାହିଁ। ନା ଖାଲି କାଗଜ ପତ୍ରରେ ସବୁ କାର୍ଯ୍ୟ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *