ସରକାରଙ୍କ ସହାୟତା ଅପେକ୍ଷାରେ କାଲାୟୀ

ଫୋକସ ପ୍ଲସ ୩/୨/୨୩(କଲମପୁର):ସ୍ଵାମୀଙ୍କ ମୃତ୍ୟୁ ହୋଇ ଏକ ବର୍ଷ ବିତିଗଲା, ହେଲେ ବିଧବା କାଲାୟୀ ପାଇଲାନି ସରକାରୀ ସହାୟତା l ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ନିରିହ ଲୋକମାନଙ୍କୁ ସହାୟତା ଯୋଗାଇ ଚାଲିଛନ୍ତି, ହେଲେ ଅର୍ଥ ଉପାର୍ଜନାର ମାଧ୍ୟମ ଭାବେ ସରକାରୀ କର୍ମଚାରୀ ମାନେହିଁ ବାଟବଣା କରିବାରେ ଲାଗିଛନ୍ତି l ଏହାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ଥୁଆମୁଳ ରାମପୁର ବ୍ଲକ ବିରିକୋଟ ପଞ୍ଚାୟତ ଅଧିନସ୍ଥ ତୁମୁରୀଖୋଲ ଗାଁର ନିରିହ ବିଧବା ବୃଦ୍ଧା କାଲାୟୀ ଗୌଡ(୬୩) ଙ୍କ ଠାରେ l କାଲାୟୀ ଗୌଡଙ୍କ ସ୍ଵାମୀ ଦାସ ଗୌଡ ଏକବର୍ଷ ତଳେ ମୃତ୍ୟୁ ବରଣ କଲେ , ସେବେଠାରୁ କାଲାୟୀ ପଞ୍ଚାୟତରୁ ବ୍ଲକ ଓ ଜିଲ୍ଲା ପ୍ରଶାସନଙ୍କ ପାଖରେ ହରିଶ୍ଚନ୍ଦ୍ର ସହାୟତା ଓ ବିଧବା ଭତ୍ତା ଖଣ୍ଡିକ ପାଇଁ ଦୌଡି ଦୌଡି ବୁଲୁଥିଲେ ମଧ୍ୟ ତାଙ୍କ ଗୁହାରୀ କର୍ଣ୍ଣପାତ କରୁନାହାନ୍ତି l ଏନେଇ କାଲାୟୀ ଗୌଡ ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଥିବା କୋହଭରା କଣ୍ଠରେ ପ୍ରକାଶ କରିଥିବା ବେଳେ , ସରକାରୀ କର୍ମଚାରୀଙ୍କ ଲାଭଖୋର ମନମୂଖି ଯୋଗୁଁ ସେ ଏଭଳି ଜନହିତ କର ଯୋଜନାରୁ ବଞ୍ଚିତ ହେଉଥିବା ଜଣାପଡିଛି l ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କୁ ହରିଶ୍ଚନ୍ଦ୍ର ଯୋଜନାରୁ ବଞ୍ଚିତ କରିଥିବା ବେଳେ , ଅଙ୍ଗନୱାଡି କର୍ମୀ ଆବେଦନ ଫର୍ମରେ ଦସ୍ତଖତ କରୁନଥିବାରୁ ଭତ୍ତା ଖଣ୍ଡିକ ପାଇବାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି କାଲାୟୀ l ସେହିଭଳି କାଲାୟୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଥିବା ବେଳେ ଘର ଖଣ୍ଡିକ ବି ଅସମ୍ପୁର୍ଣ୍ଣ ଅବସ୍ଥାରେ ପଡିରହିଛି l ଏହାର ପ୍ରମୂଖ କାରଣହେଲା ଠିକାଦାର ପୋଶାନିତି l କାଲାୟୀଙ୍କ ସରଳତାର ସୁଯୋଗ ନେଇ ଠିକାଦାର ବାବୁ ବି ଟଙ୍କା ଉଠାଣ କରି ଅଧପନ୍ତରିଆ କାମ ପରେ ଧରାଛୁଆଁ ଦେଉନଥିବା ଅଭିଯୋଗ କରିଛନ୍ତି କାଲାୟୀ l ଏଥିପ୍ରତି ଜିଲ୍ଲା କର୍ତ୍ତୃପକ୍ଷ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ରେ ଦାବି ହେଉଛି l

Leave a Reply

Your email address will not be published. Required fields are marked *