ସରକାରୀ ଓ ବେସରକାରୀ କବଜାରେ ସମ୍ପତି

ବାରିପଦା ସ୍ଥିତ ହରି ବଳଦେବ ଜୀଉ ଙ୍କ ନାଁ ରେ ରହିଛି ଏକର ଏକର ସମ୍ପତି।ହେଲେ ଏହିସମ୍ପତି ର ୭୦ପ୍ରତିଶୋଧ ଏବେ ସରକାରୀ ଓ ବେସରକାରୀ କବଜାରେ । ଯାହାକୁର ଉଛେଦକୁ ନେଇ ଜୋର ଧରିଛି ବିବାଦ।
ମୟୁରଭଞ୍ଜର ତତ୍କାଳୀନ ମହାରାଜ ପ୍ରତାପ ଚନ୍ଦ୍ର ଭଞଦେଓ ମଠ ଓ ମନ୍ଦିର ନାଁ ରେ ପ୍ରାୟ 44ହଜାର ଏକର ଜମି ଓ ବହୁ ମୂଲ୍ୟବାନ ଅଳଙ୍କାର ଜଗନ୍ନାଥ ଙ୍କ ନାମ ରେ ଛାଡି ଦେଇଥିଲେ।ଯାହା ପରବର୍ତ୍ତୀ ସମୟରେ ଜିଲ୍ଲା ଦେବୋତ୍ତର୍ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଏହି ଜମିରେ ତେବେ ଦେବୋତ୍ତର ବିଭାଗର ପରିଚାଳନା ତ୍ରୁଟି ଯୋଗୁଁ ମହାପ୍ରଭୁ ଙ୍କ ଜମି ସରକାରୀ ଏବଂ ବେସରକାରୀ ସ୍ତରରେ ହଡପ କରାଯାଇଥିଲା।
ଯାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଜଗନ୍ନାଥଙ୍କ ଜମିରେ ଠିଆ ହୋଇଛି ୩ ମହଲା ବିଶିଷ୍ଟ ପୋଲିସ କ୍ୱାର୍ଟର୍ସ । ଜବରଦଖଲ ନେଇ ଦେବୋତ୍ତର ବିଭାଗ ପକ୍ଷରୁ ପୋଲିସର ବରିଷ୍ଠ ଅଧିକାରୀଙ୍କୁ ନୋଟିସ ମଧ୍ୟ ଦିଆଯାଇଛି ।କେବଳ ପୋଲିସ କ୍ୱାର୍ଟର୍ସ ନୁହେଁ ବାରିପଦା ବସଷ୍ଟାଣ୍ଡ, ପୌରପାଳିକା କାର୍ଯ୍ୟାଳୟ, ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ ର ମୁଖ୍ୟ ଶାଖା, ବିବାହ ମଣ୍ଡପ, ଟ୍ରାକ୍ଟର ସୋ ରୁମ, ବିଳାସପୂର୍ଣ ହୋଟେଲ,ସିନେମା ହଲ, ସହ ମାର୍କେଟ୍ କମ୍ପ୍ଲେକ୍ସ ମଧ୍ୟ ଠାକୁରଙ୍କ ଜମିରେ ରହିଛି । ୪ ହଜାର ୫ଶହ ଏକର ଠାକୁରଙ୍କ ଜମିରୁ ପ୍ରାୟ ୭୦ ପ୍ରତିଶତ ଜମି ଜବରଦଖଲରରେ ରହିଛି । କିଛି ଘରୋଇ ପ୍ରତିଷ୍ଠାନ ଜବରଦଖଲ କରିଥିବାବେଳେ ଅନେକ ସରକାରୀ କୋଠା ମଧ୍ୟ ଏହି ଜବରଦଖଲ ଜମିରେ ରହିଛି ।ତେବେ ଦୀର୍ଘ ବର୍ଷ ଧରି ମହାପ୍ରଭୁ ଙ୍କ ସମ୍ପତି ର ପୁନରୁଦ୍ଧ।ର ପାଇଁ ଦାବି ହେଇ ଆସୁଛି । ଦେବୋତ୍ତର କମିସନଙ୍କ ନିର୍ଦ୍ଦେଶ ସତ୍ତ୍ବେ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ଇଛା ପ୍ରକାଶ କରୁନାହିଁ। ଯାହା ଫଳରେ କିଛି ପ୍ରଭାଵଶାଳୀ ବ୍ୟକ୍ତି ଏହି ଜମିରେ ଜବରଦଖଲ କରିଛନ୍ତି। ତେବେ ମହାପ୍ରଭୁ ତାଙ୍କ ଜମି କେବେ ଫେରିପାଇବେ ତାହା ବଡ଼ ପ୍ରଶ୍ନ।ଆଜି ପ୍ରେସମିଟ୍ ଜରିଆରେ ମଠ ମନ୍ଦିରର ରାଜ୍ୟସଭାପତି ଶ୍ରୀ କାମେଶ୍ୱର୍ ତ୍ରିପାଠୀ ଚେତାବନୀ ଦେଇଛନ୍ତି ଯଦି ମହାପ୍ରଭୁଙ୍କ ସଂପତ୍ତି ଫେରେଇ ଆଣିବା ପାଇଁ ସରକାର ଏବଂ ଜିଲ୍ଲା ପ୍ରଶାସନ କୌଣସି ଆନ୍ତରିକତା ନ ଦେଖାନ୍ତି ତାହାଲେ ଜୁନ ୨୦ ତାରିଖ ବାରିପଦାରୁ ମନ୍ଦିରର ସମସ୍ତ ପୂଜକ ଏବଂ ସାଧାରଣ ଜନତା ନବୀନ ନିବାସ ଅଭିମୁଖେ ପଦଯାତ୍ରା କରିବେ।

Leave a Reply

Your email address will not be published. Required fields are marked *