ଫୋକସ ପ୍ଲସ(ବଣାଇ): ରାଜ୍ୟ ସରକାର ଙ୍କର ମାଳମାଳ ଯୋଜନା ପରେବି ବାରମ୍ବାର ସାମ୍ନା କୁଅଶୁଚି ଏହିପରି ଦୁସ୍ୟ |ଥମୁନି ଏହି ଅଭାବନୀୟ ଘଟଣା |ରାଜ୍ୟ ସରକାର ଜିଲ୍ଳା ଖଣିଜ ପ୍ରତିଷ୍ଠାନ ରାସ୍ତା ଗମନାଗମନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେବି |ବେଳେ ସେହି ରାସ୍ତା ଖରାପ ଥିବା ହେତୁ ଆମ୍ବୁଲାନ୍ସ ପହଂଚି ପାରିଲା ନାହିଁ ଗାଁରେ, ବିଳମ୍ବ ରେ ଆମ୍ବୁଲାନ୍ସ ପହଁଚିବା ହେତୁ ଚାଲି ଗଲା ଗୋଟିଏ ନୀରୀହ ନବଜାତ ଶିଶୁ ର ଜୀବନ|ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ଶଙ୍ଖାପୋଷ ପଂଚାୟତ ର ଅର୍ଜୁନଚୁଆଁ ଗ୍ରାମରେ |ଗତ ତିନି ତାରିଖ ରାତିରେ ଅର୍ଜୁନଚୁଆଁ ଗ୍ରାମର ରାମେଶ୍ବର ମୁଣ୍ଡାଙ୍କ ସ୍ତ୍ରୀ ଲକ୍ଷ୍ମୀ ମୁଣ୍ଡା (୨୨) ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ 108 କୁ ଫୋନ୍ କରିଥିଲେ ଏବଂ ଆମ୍ବୁଲେସ ଆସିଥିଲା ସତ ହେଲେ ଗାଁ ରେ |ଆମ୍ବୁଲାନ୍ସ ପହଞ୍ଚି ପାରିଲାନି।ରାସ୍ତା ଖରପ୍ ଥିବା ହେତୁ ତିନି କିଲୋମିଟର ଦୂରରେ ପ୍ରତାପପୁର ଠାରେ ଅଟକି ଯାଇଥିଲା।
ତାଙ୍କ ସ୍ଵାମୀ କିଛି ଉପାୟ ନପାଇ ଗ୍ରାମବାସୀ ମାନଙ୍କୁ ଡାକି ଲକ୍ଷ୍ମୀ ମୁଣ୍ଡାଙ୍କୁ ଏକ ଖଟିଆ ରେ ବୋହି ରାତିରେ ଜଙ୍ଗଲ ରାସ୍ତା ଦେଇ ତିନି କିଲୋମିଟର ନେଇଥିଲେ ଏବଂ ଆମ୍ବୁଲେସରେ ଚଢ଼ାଇଥଲେ ଓ ତାଙ୍କୁ ଲହୁଣୀପଡ଼ା ଚିକିତ୍ସାଳୟ କୁ ଭର୍ତି କରିଥିଲେ କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତର ରାଉଲକେଲା କୁ ସ୍ଥାନନ୍ତରିତ କରିଥିଲେ।ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ କିନ୍ତୁ କିଛି ସମୟ ପରେ ନବଜାତ ଶିଶୁଟି ମୃତୁ ବରଣ କରିଥିଲା। ଏଠାରେ ପ୍ରଶ୍ନ ଉଠିଛି ଯେ ରାଜ୍ୟସରକାର ଓ଼ ସୁନ୍ଦରଗଡ଼ ଜିଲ୍ଳା ଖଣିଜ ପ୍ରତିଷ୍ଠାନ ରାସ୍ତା ଗମନାଗମନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ଅର୍ଜୁନଚୁଆଁ ଗ୍ରାମକୁ ରାସ୍ତା ନାହିଁ ତେଣୁ ଅର୍ଜୁନଚୁଆଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉ ନଥିବା ସାଧାରଣ ଲୋକଙ୍କ ମନରେ ଚର୍ଚ୍ଚା ବିଷବସ୍ତୁକୁ ପାଲୋଟିଛି।
ବଣାଇରୁ ଉମେଶ ସାହୁଙ୍କ ରିପୋର୍ଟ