ସରପଞ୍ଚଙ୍କୁ ଆକ୍ରମଣକାରୀଙ୍କ କାର୍ଯ୍ୟାନୁଷ୍ଠାନ ଦାବି

ଫୋକସ ପ୍ଲସ(ବାଲେଶ୍ୱର)୦୯/୦୯/୨୦୨୨: ସ୍ଲୋଗ।।ବାଲେଶ୍ୱର ଜିଲ୍ଲା ବାହନଗା ବ୍ଲକ ନୁଆପୁର ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ କରିବା ଘଟଣା, ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିନେଇ ଜିଲ୍ଲାପାଳଙ୍କୁ ଦାବି ପ୍ରଦାନ କଲେ ବାହାନଗା ବାସୀ ଓ ବିଜେପିର କର୍ମକର୍ତା ମାନେ।ବାଲେଶ୍ୱର।।ଘରକୁ ଫେରୁଥିବା ବେଳେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ନୁଆପୁର ସରପଂଚ ଅଟଳ ବିହାରୀ ରାଉତକୁ ସଂଘବଦ୍ଧ ଆକ୍ରମଣ କରିବା ଘଟଣା ପ୍ରତିବାଦ ଜଣାଇ ସୋର ବିଜେପି ଶାଖାର କର୍ମକର୍ତା ଏବଂ ସ୍ଥାନୀୟ ଅଂଚଳର ବିଭିନ୍ନ ନିର୍ବାଚିତ ଲୋକପ୍ରତିନିଧି ମାନେ ଜିଲ୍ଲାପାଳ, ଏସପିଙ୍କୁ ଭେଟିଛନ୍ତି।ଏହା ସହ ସରପଂଚଙ୍କୁ ଆକ୍ରମଣ କରିଥିବା ସମସ୍ତ ଆକ୍ରମଣକାରିଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହ ଦାବି ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ସୁଚନା ଅନୁସାରେ ଗତ ରବିବାର ରାତିରେ ସରପଂଚ ଶ୍ରୀ ରାଉତ ଘରକୁ ଫେରୁଥିବା ସମୟରେ ହାଟୁଆଣି ଛକ ଠାରେ କେତେକ ଲୋକ ସଂଘବଦ୍ଧ ହୋଇ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ତାଙ୍କୁ ଲୋକେ ଉଦ୍ଧାର କରି ଗୋପାଳପୁର ଡାକ୍ତରଖାନାରେ ଭର୍ତି କରିଥିଲେ,ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ମାତ୍ର ସରପଂଚଙ୍କ ଆକ୍ରମଣ ଘଟଣାରେ ଏକାଧିକ ଲୋକଙ୍କ ସଂପୃକ୍ତି ଥିବା ବେଳେ ପୋଲିସ ଜଣକୁ ଗିରଫ କରି ବାହାବା ନେଉଛି ବୋଲି ଦାବିପତ୍ର ପ୍ରଦାନ କରିବାକୁ ଆସିଥିବା ଲୋକମାନେ ଅଭିଯୋଗ କରିଛନ୍ତି ।ଫାଣ୍ଡି ଅଧିନସ୍ଥ ପରିସୀମା ଅଂଚଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ସେହିପରି ଫାଣ୍ଡି ରାସ୍ତା ଦେଇ ବାଲେଶ୍ୱରରୁ ବାହାନଗା ଏବଂ ସୋର ଅଂଚଳକୁ ବ୍ୟାପକ ଚୋରା ମଦ କାରବାର ହେଉଥିଲେ ବି ଏହାକୁ ରୋକାଯାଇ ପାରୁ ନାହିଁ ବୋଲି ଅଭିଯୋଗ ହୋଇଛି । ତେଣୁ ଏହିସବୁ ଦାବି ଉପରେ ପୋଲିସ ଓ ପ୍ରଶାସନ ଗୁରୁତ୍ୱ ନ ଦେଲେ ଗଣ ଧାରଣା ପାଇଁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *