ଫୋକସ ପ୍ଲସ(ପାଲଲହଡା)୦୭/୦୮/୨୦୨୨ :ବ୍ୟକ୍ତି ଜଣକ କିଏ ? ତାଙ୍କର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପ୍ରତି କାହିଁକି ଏତେ ରୁବାବ ? କାହା ବଳରେ ବଳିୟାନ ଏହି ବ୍ୟକ୍ତି ?
ତେବେ ପୁରା ତମାମ ଘଟଣାର ପୃଷ୍ଠ ଭୂମି କୁ ଗଲେ ଜଣାପଡେ ବାସ୍ତବରେ ସେ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଶାସକ ଦଳର ଆଗ ଧାଡିର କୁଜି ନେତା ଓ ସେହି ପଞ୍ଚାୟତ ର ମହିଳା ସରପଞ୍ଚ ଙ୍କ ସ୍ବାମୀ । ମୋଟାମୋଟି ଭାବେ କହିବାକୁ ଗଲେ ସେହି ପଞ୍ଚାୟତ ରେ ଚାଲିଛି ମହିଳା ସରପଞ୍ଚ ଙ୍କ ସ୍ବାମୀ ସରକାର । ଯେଉଁଠି ସ୍ବଛ ନିର୍ମଳ ଶାସନର ଦ୍ବାହି ଦେଇ ନବୀନ ସରକାର ଗରିବ ଲୋକଙ୍କୁ ସେବା ଦେଉଥିବାର ପ୍ରଚାର ପ୍ରସାର କରୁଛନ୍ତି ଓ ତାଙ୍କ ନେତା , କର୍ମୀ ମାନଙ୍କୁ ତୃଣମୂଳ ସ୍ତରରେ ଗରିବ ଲୋକଙ୍କ ସମସ୍ୟା ରେ ଜଡ଼ିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ହେଲେ ତାହା ଏଠି ସମ୍ପୂର୍ଣ୍ଣ ଓଲଟା ପରିଲକ୍ଷିତ ହେଉଛି ।
ଆମେ କହୁଛୁ ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ବନ୍ଧା ଭୂଇଁ ପଞ୍ଚାୟତ ର କଥା । ଯେଉଁଠି ଚାଲିଛି ଗୋଟିଏ ପ୍ରକାର ର ମହିଳା ସରପଞ୍ଚ ଙ୍କ ସ୍ବାମୀ ସରକାର ଙ୍କ ରାଜୁତି।ସେ ରାଜନେତାଙ୍କ ଛତ୍ର ଛାୟା ତଳେ ରହି ବ୍ଲକ ପ୍ରଶାସନ କୁ ହାତ ବାରଶି ଏକ ପ୍ରକାର ନିଜର ଦବଦବାକୁ ଜାହିର କରି ଦିନ ଦ୍ବିପ୍ରହରରେ ସଭିଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜୀ କରିଚାଲିଛନ୍ତି ଦୁର୍ନୀତି । ଗୋଟିଏ ପଟେ ମଷ୍ଟରରୋଲ ନ ବାହାରି ମଧ୍ୟ ମନରେଗା କାର୍ଯ୍ୟ ରେ ଜେସିବି ମେସିନ ଓ ଟ୍ରାକ୍ଟର ଲଗାଇ କିଛି ହାତ ଗଣତି ଶାସକ ଦଳର ଦଳୀୟ କର୍ମୀ ମାନଙ୍କୁ ଧରି କରି ଚାଲିଛନ୍ତି ଲକ୍ଷାଧିକ ଟଙ୍କା ର ଖେଳପଡିଆ ଉନ୍ନତି କରଣ କାମ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକଙ୍କ ଜନ କଲ୍ୟାଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ବନ୍ଧା ଭୂଇଁ ପଞ୍ଚାୟତ ରେ କିନ୍ତୁ ତାହା ସମ୍ପୂର୍ଣ୍ଣ ଓଲଟା । ଏଠି ବିଭିନ୍ନ ଡେଭ୍ଲପଭେଣ୍ଟ ନାମରେ କିଛି ଶାସକ ଦଳର ଠିକାଦାର ଓ ଏହି କୁଜି ନେତା ମାନେ
ଦୁର୍ନୀତି କରି ନିଜର ଡେଭ୍ଲପମେଣ୍ଟ କରିବାର ସୁଯୋଗ କୁ ଛାଡୁ ନାହାନ୍ତି । ଯେଉଁଠି ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷ ରେ ହେଉ ସାମିଲ ଅଛନ୍ତି ଖୋଦ ବ୍ଲକ ଅଧିକାରୀ । ଏଠି ଅଭିଯୋଗ ହୁଏ ହେଲେ ଶୁଣନ୍ତି ନାହିଁ କେହି ଗାଁ ର ଉନ୍ନତି କୁ ଆଳଦେଖାଇ ଦୁର୍ନୀତି କୁ ପ୍ରଶ୍ରୟ ଦେବାକୁ ପଛାନ୍ତି ନାହିଁ ଏହି ସରକାରୀ ବାବୁ ମାନେ । ପ୍ରତ୍ୟେକ ମନରେଗା କାର୍ଯ୍ୟ ରେ ଜେସିବି ମେସିନ ସାହାଯ୍ୟ ରେ କରା ଯାଉଛି ତେବେ ସରକାରଙ୍କ ନିତିନିୟମ ଗରିବ ଲୋକଙ୍କ ଆର୍ଥିକ ସ୍ବଛଳ କୁ ସୁଧାରିବା ପାଇଁ ନା ଠିକାଦାରଙ୍କ ଠୁ ଆରମ୍ଭ କରି ଯନ୍ତ୍ରୀ ଓ ବ୍ଲକ ଅଧିକାରୀ ଙ୍କ କଳା ଟଙ୍କା ରେ ପକେଟ ଗରମ ପାଇଁ ।
ଏହି ବନ୍ଧା ଭୂଇଁ ପଞ୍ଚାୟତ ରେ କିଛି ଦିନ ପୂର୍ବରୁ ଇତି ହାଇସ୍କୁଲ ଡ୍ରେନ ନିର୍ମାଣ ରେ ଅଟକଳ ପରିମାଣ ଦଶ ଲକ୍ଷ ଟଙ୍କା ହୋଇଥିବା ବେଳେ ତାହା ସ୍ବାଭାବିକ ନିମ୍ନ ମାନର ହେବା ସହିତ ଯେତିକି ଫୁଟ ଲମ୍ବା ହେବା କଥା ତାଠାରୁ ଢେର କମ ଥାଇ ସୁଦ୍ଧା ବ୍ଲକ ଯନ୍ତ୍ରୀ ତାକୁ ବିନା ଦ୍ବିଧାରେ ବିଲ ପାରିତ କରି ଦେଇଥିଲେ । ପୂନର୍ବାର ଆଜି 2021 ଓ 2022 ରେ ଅନୁମୋଦିତ ହୋଇଥିବା ଇତି ଫୁଟବଲ ଖେଳ ପଡିଆ ଉନ୍ନତି କରଣ କାର୍ଯ୍ୟ ରେ ଆନୁମାନିକ ଦଶ ଲକ୍ଷ ଟଙ୍କା କାର୍ଯ୍ୟାଦେଶ କୁ ଗତକାଲି ସନ୍ଧ୍ୟା ରୁ ଗୋଟିଏ ଜେସିବି ମେସିନ ଓ ତିନୋଟି ଟ୍ରାକ୍ଟର ସାହାଯ୍ୟ ରେ ଏକ ଜଙ୍ଗଲ ରୁ ଶହ ଶହ ଟ୍ରିପ ମାଟି ଉଠାଇ ଉକ୍ତ ଖେଳ ପଡିଆ ରେ ପକାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ସବୁଠାରୁ ବଡ କଥା ହେଉଛି ଏଯାବତ ଏହି କାର୍ଯ୍ୟ ର କୈଣସି ସରକାରୀ ମଷ୍ଟରରୋଲ ଅନଲାଇନ ହୋଇନାହିଁ , ତେବେ ଏହି କାର୍ଯ୍ୟ ଆଜି ଦିନ ତମାମ ଚାଲିଥିଲା । ଖବର ପାଇଁ ଆମେ ଘଟଣା ସ୍ଥଳରେ ପହଞ୍ଚି ଫଟୋ ଉତ୍ତୋଳନ କରିସାରି ପଞ୍ଚାୟତ କାର୍ଯ୍ୟାଳୟ ରେ ଥିବା ସମୟରେ ହଠାତ ସରପଞ୍ଚ ଶ୍ରାମତି ଲିକି ପ୍ରଧାନ ଙ୍କ ସ୍ବାମୀ ଅର୍ଥାତ ଶାସକ ଦଳର କୁଜି ନେତା ଓ ବତିସୁଆ ପଞ୍ଚାୟତ ର ବିଜେଡ଼ି ପର୍ଯ୍ୟବେକ୍ଷକ ଦାୟିତ୍ୱ ରେ ଥିବା ରଞ୍ଜନ କୁମାର ପ୍ରଧାନ ଏକ କଳା ରଙ୍ଗ କାରରେ ପହଞ୍ଚି ଆମକୁ ପ୍ରଶ୍ନ କରିଥିଲେ ଆମ ଗାଁ କୁ କାହିଁକି ଆସିଛ ? ଆଉ ସେହି ଖେଳ ପଡିଆ ରେ ମାଟି ପଡୁଥିବା କାମ ପାଖକୁ ଯାଇ ଫଟୋ କାହିଁକି ଉତ୍ତୋଳନ କଲ ? ମୋତେ ଫୋନ ନକରି କାହିଁକି ଆମ ଗାଁ କୁ ଆସିଲ କହି ଅନେକ ରୁବାବ ଦେଖାଇଥିଲେ । ଏକଥା କହିବାକୁ ମଧ୍ୟ ପଛାଇ ନଥିଲେ ଗାଁ ଡେଭ୍ଲପମେଣ୍ଟ କାମରେ ବାଧା ଦିଅନ୍ତୁ ନାହିଁ ଓ ନିରବ ରୁହନ୍ତୁ ବୋଲି ଅନ୍ୟ ପକ୍ଷରେ ଏକ ପ୍ରକାର ର ତାଗିଦ ମଧ୍ୟ କରିଥିଲେ । ତେବେ ସରକାରଙ୍କ ନିତି ନିୟମ କୁ ମୋଡିମାଡି ଦେଇ ନିଜର ଦବଦବା ଦେଖାଇ ସ୍ବଳ୍ପ କାମକରି ବ୍ଲକ ଅଧିକାରୀ ଙ୍କୁ ହାତ ବାରିଶି କରି ଲକ୍ଷାଧିକ ଟଙ୍କା ହଡ଼ପ କରିବା ର ଗଳାବାଟ ର ଖସଡା ପ୍ରସୃତ କରିବା କଣ ଏହି ମହାଶୟ ଙ୍କ ର ନୈତିକତା ଅଧିକାର ? ଯେତେବେଳେ ସାମ୍ବାଦିକ ଟିଏ ଘଟଣା ସ୍ଥଳକୁ ଯାଇ ଦୁର୍ନୀତି କାର୍ଯ୍ୟ କୁ ଲୋକାଲୋଚନକୁ ଆଣିବା କଣ ଅପରାଧ ? ଦୁର୍ନୀତି ବିରୋଧରେ ମୁହଁ ଖୋଲିବା କଣ ଭୁଲ ?
ଏଠି ପ୍ରଶ୍ନ ଉଠେ କୈଣସି ମଷ୍ଟରରୋଲ ନ ବାହାରି ଜେସିବି ମେସିନ ସାହାଯ୍ୟ ରେ ଖେଳପଡିଆ ଉନ୍ନତି କରିଣ କରିବା ସରକାରୀ ନିତିନିୟମ କୁ ଉଲଘଂନ କରୁ ନାହିଁ କି ?
ବନ୍ଧା ଭୂଇଁ ପଞ୍ଚାୟତ ରେ ମହିଳା ସରପଞ୍ଚ ଙ୍କ ସ୍ବାମୀ
ପଞ୍ଚାୟତ ସିଟରେ ବସି ରାଜୁତି କରୁଥିବା ର ଫଟୋ କଣ ପ୍ରମାଣ କରୁନାହିଁ କି ଏଠି କାହାର ରାଜୁତି ଚାଲୁଛି ଆଉ କାହାର ଦୁର୍ନୀତି ର ସରକାର ଚାଲୁଛି । ଭାଇରାଲ ଚିତ୍ର ରେ ସ୍ପଷ୍ଟ ବାରି ହେଉଛି ବ୍ଲକ ର କିଛି ସରକାରୀ କର୍ମଚାରୀ ସାମାନା ରେ ବସିଛନ୍ତି । ଏହି ଚିତ୍ର କୁ ବ୍ଲକ ବିଡ଼ିଓ ମହାଶୟ ଦେଖି ପାରୁଛନ୍ତି ତ ?
ଅନେକ ସମୟରେ ବ୍ଲକ ଅଧିକାରୀ ଙ୍କ ନିକଟରେ ଅଭିଯୋଗ ହୁଏ ଓ ବିଭିନ୍ନ ଗଣମାଧ୍ୟମ ହେଉ ବା ଦୈନିକ ଖବର କାଗଜ ରେ ଦୁର୍ନୀତି ବିରୋଧରେ ଖବର ପ୍ରସାରଣ ହୁଏ ହୃଲେ କାହାକୁ ଖାତିରି କରନ୍ତି ନାହିଁ ବ୍ଲକ ଅଧିକାରୀ ।
ବୋଧହୁଏ ବ୍ଲକ ଅଧିକାରୀ ମୋଟା ଅଙ୍କର ପାଉଣା ପାଇ ସରକାରୀ ଶୀତତାପ ନିୟନ୍ତ୍ରୀତ କୋଠରୀରେ ବସି ଆଖିରେ ଅନ୍ଧ ପୁଟଳା ଦେଇ ଏକ ପ୍ରକାର ଦୁର୍ନୀତି କୁ ପ୍ରଶ୍ରୟ ଦେବାକୁ ପଛାନ୍ତି ନାହିଁ । ନଜିର ଅଛି ଅନେକ ଦୁର୍ନୀତି ର ଅଭିଯୋଗ କୁ ନେଇ ଯେତେବେଳେ ସାମ୍ବାଦିକ ଟିଏ ବ୍ଲକ ଅଧିକାରୀ ଙ୍କ ମତାମତ ଲୋଡନ୍ତି ବା ନୈତିକତା ର ପ୍ରଶ୍ନ ପଚାରନ୍ତି ସେମାନଙ୍କୁ ସନ୍ତୋଷଜନକ ଉତ୍ତର ମିଳିବାତ ଦୁରର କଥା ସଠିକ ବ୍ୟବହାର ମଧ୍ୟ ଦେବାକୁ ଭୁଲି ଯାଆନ୍ତି । ଏକ ପ୍ରକାର ର କହିବାକୁ ଗଲେ ଦୁର୍ନୀତି ବିରୋଧରେ ଯିଏ ସ୍ବର ଉତ୍ତୋଳନ କଲେ ତାକୁ ଚାପିଦେବାକୁ ଏହି ବାବୁ ମାନେ ପଛାନ୍ତି ନାହିଁ । ବନ୍ଧା ଭୂଇଁ ପଞ୍ଚାୟତ ରେ ଚାଲିଥିବା ଏହିଭଳି ଭୁଲ ପାଇଁ ହୁଏତ
ସେ ଏକା ଦାୟୀ ନୁହନ୍ତି ତାଙ୍କୁ ପ୍ରତ୍ୟକ୍ଷ ରେ ହେଉ ବା ପରୋକ୍ଷରେ ହେଉ ପାଳଲହଡା ବ୍ଲକ ଅଧିକାରୀ ହିଁ ବୋଧହୁଏ ଏଯାବତ ସେଲଟର ଦେଇ ଆସୁଛନ୍ତି , ଦୁର୍ନୀତି କରିବା ପାଇଁ ବୋଧହୁଏ ବାବୁ ମୋଟା ଅଙ୍କର ପିସି ନେଇ ଦୁର୍ନୀତି ଓ ଦୁର୍ନୀତି ଖୋର ଲୋକଙ୍କୁ ପ୍ରଶ୍ରୟ ଦେଉଛନ୍ତି ଯାହା ପାଇଁ କାହିଁକି ସିଧାସଳଖ କାଠ ଗଡାକୁ ଟଣା ହେବେ ବ୍ଲକ ଅଧିକାରୀ I ଆଶା କରିବୁ ବନ୍ଧା ଭୂଇଁ ପଞ୍ଚାୟତ ରେ ଚାଲିଥିବା ଗାଁ ଡେଭ୍ଲପମେଣ୍ଟ ନାଆଁ ରେ ସରକାରୀ ନିତିନିୟମ କୁ ମୋଡିମାଡି ଦେଇ ଲକ୍ଷାଧିକ ଟଙ୍କା ହଡ଼ପର ପୂର୍ବ ପ୍ରସ୍ତୁତି ର ଖସଡା ରାସ୍ତା କୁ ଅନ୍ତତ ପକ୍ଷେ ଜିଲ୍ଲା ପ୍ରଶାସନ ତଦନ୍ତ କରନ୍ତୁ ଓ ସତ୍ୟାସତ୍ୟ ପଦାକୁ ଆଣନ୍ତୁ ।
ପାଲଲହଡାରୁ ଖଗେଶ୍ୱର ପିଙ୍ଗୁଆ ଙ୍କ ରିପୋର୍ଟ ଫୋକସପ୍ଲସ ।