IAS ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଛୁଟି ଆବେଦନକୁ ରୋକ୍ଠୋକ୍ ମନା କରିଦେଇଛନ୍ତି ରାଜ୍ୟ ସରକାର । ଆଉ ବଢିବନି ସୁଜାତା ପାଣ୍ଡିଆନଙ୍କ ଛୁଟି । ଆଜି ତାଙ୍କର ୬ ମାସିଆ ଛୁଟି ଶେଷ ହେଉଥିବା ବେଳେ ପୁଣି ଆଉ ୬ ମାସ ଛୁଟିରେ ରହିବାକୁ ଆବେଦନ କରିଥିଲେ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ । ଯାହାକୁ ଅଗ୍ରାହ୍ୟ କରିଦେଇଛନ୍ତି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ।