ସରୁନି ବିସ୍ଥାପିତ ଙ୍କ ଦୁଃଖ

ଫୋକସ ପ୍ଲସ(ସୁନ୍ଦରଗଡ)୦୯/୦୯/୨୦୨୨: କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରି ଜୋଜବରଦସ୍ତ ଘର ଖାଲି କରୁଥିବା ଦେଖିବାକୁ ମିଳିଛି ଖପରିକଛାର ଗାଁ ରେ । ଗାଁ ରେ ରହିଛନ୍ତି ପାଖାପାଖି 36 ପରିବାର । ନିଜ ଭିଟାମାଟିକୁ କ୍ଷତିପୂରଣ ନ ଦେଇ ନିଜ ସାମ୍ନାରେ ଭାଙ୍ଗି ଦେଉଥିବା କହିଛନ୍ତି ବିସ୍ଥାପିତ । ଅନ୍ୟପଟେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) କହିଛନ୍ତି ସମସ୍ତଙ୍କୁ କ୍ଷତି ପୂରଣ ଦିଆଯାଇଛି । ସାତ ଦିନ ପୂର୍ବରୁ ଘର ଖାଲି କରିବା ପାଇଁ ନୋଟିସ ଦିଆଯାଇଥିଲା । ଆଜି ସମସ୍ତେ ନିଜେ ଘର ଖାଲି କରୁଛନ୍ତି । କାହାର ଯଦି ବାକି ଥିବ ତାକୁ ଆମେ ତଦନ୍ତ କରି ତାର ଉଚିତ କ୍ଷତି ପୂରଣ ଦିଆଯିବ ବୋଲି କହିବା ସହ ଘଟଣା ସ୍ଥଳରେ ଅପ୍ରୀତିକର ଘଟଣା ନ ଘଟିବା ପାଇଁ ଘଟଣା ସ୍ଥଳରେ 6 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *