ସର୍ଟ ସର୍କିଟରୁ ଜଳିଗଲା ଟ୍ରକ

ଫୋକସ ପ୍ଲସ(ଅନୁଗୋଳ): ଅନୁଗୋଳ ଜିଲ୍ଲା ନାଲକୋ ସିପିପି ପ୍ଲାଣ୍ଟର ନୂଆଁ ମେଟ୍ରିଆଲ ଗେଟ ସମ୍ମୁଖରେ ଆଜି ରାତ୍ର ୯ ଘଟିକା ସମୟରେ ଏକ କୋଇଲା ବୋଝେଇ ଫାଟକ ସମୁଖରେ ଠିଆ ହୋଇଥିବା ବେଳେ ଅଚାନକ ଟ୍ରକରେ ନିଆଁରେ ଜଳି ଯାଉଥିବା ଦେଖିବାକୁ ମିଳିଥିଲା। କିଛି ଟ୍ରକ ଚାଳକ ଓ ରାସ୍ତାରେ ଯାଉଥିବା ପଥଚାରି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲା ମଧ୍ୟ ବିଫଳ ହୋଇଥିଲେ |ତୁରନ୍ତ ନାଲକୋ କାରଖାନାର ନିଜସ୍ୱ ଅଗ୍ନିଶ୍ରମ ବିଭାଗ(CISF)କୁ ଖବର ଦେଇଥିଲେ ଖବର ପାଇ ତତ୍ କ୍ଷଣୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

ସୂଚନା ଯେ, ତାଳଚେର ରୁ କୋଇଲା ବୋଝେଇ ନାଲକୋ ସିପିପି ପ୍ଲାଣ୍ଟକୁ ଆସୁଥିବା ଏକ ଟ୍ରକ ଯାହାର ନମ୍ବର OR19 G7027 ରେ ନିଆଁ ଲାଗିଥିବା ଦେଖିବାକୁ ମିଳି ଥିଲା। ନାଲକୋର ନିଜସ୍ୱ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ନିଆଁ ସଟ୍ ସର୍କିଟ୍ ରେ ଲାଗୁଥିବା ଅନୁମାନ କରାଯାଉଛି। ଟ୍ରକରେ ଥିବା ଡ୍ରାଇଭର ଏବଂ ହେଲପର ଙ୍କର କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ।

Leave a Reply

Your email address will not be published. Required fields are marked *