ସଲମାନ ଖାନଙ୍କ ସହ ଡେବ୍ୟୁ କରି ବି ମିଳୁନି ଫିଲ୍ମ, ଚିନ୍ତାରେ ଅଭିନେତ୍ରୀ ମହିମା |

ମୁମ୍ବାଇ20/11/2023; ଛୋଟ ପରଦାରୁ ଅର୍ଥାତ୍ ଟିଭି ସୋ’ରୁ କ୍ୟାରିଅର୍ ଆରମ୍ଭ କରିଥିବା ଅଭିନେତ୍ରୀ ମହିମା ମକୱାନା ଏବେ ନିଜ କ୍ୟାରିୟରକୁ ନେଇ ଚିନ୍ତାରେ । ଧାରାବାହିକ ‘ସପ୍ନେ ସୁହାନେ ଲଡକପନ୍ କେ’ ସହିତ ଲୋକପ୍ରିୟତା ହାସଲ କରିଥିଲେ ମହିମା । ଏହି ସୋ’ରେ ସେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହା ପରେ ବଲିଉଡ ଅଭିନେତା ଆୟୁଷ ଶର୍ମାଙ୍କ ସହ ଫିଲ୍ମ ‘ଅନ୍ତିମ୍’ରେ ନଜର ଆସିଥିଲେ ମହିମା। ଏହି ଫିଲ୍ମରେ ସଲମାନ ଖାନ ମଧ୍ୟ ଅଭିନୟ କରିଥିଲେ । ସଲମାନ ଖାନଙ୍କ ସହ ବଲିଉଡରେ ଡେବ୍ୟୁ କରିଥିଲେ ବି ଅଭିନେତ୍ରୀଙ୍କୁ କାମ ମିଳୁନଥିବା ମହିମା କହିଛନ୍ତି । ଏହି ଡେବ୍ୟୁ ତାଙ୍କ କ୍ୟାରିୟର ଉପରେ କୌଣସି ପ୍ରଭାବ ପକାଇ ନଥିବା ସେ କହିଛନ୍ତି । ତାଙ୍କ କହିବା ମୁତାବକ, ଏହି ଚଳଚ୍ଚିତ୍ରରେ ମୋ ଚରିତ୍ରକୁ କେହି ଗୁରୁତ୍ବ ଦେଲେ ନାହିଁ । ମୁଁ ପୂର୍ବରୁ କ୍ୟାମେରାରେ ଏ ବିଷୟରେ କଦାପି କିିଛି କହିନଥିଲି । କିନ୍ତୁ ଏବେ କହିବାକୁ ବାଧ୍ୟ ହେଉଛି । ଫିଲ୍ମ ‘ଅନ୍ତିମ୍’ରେ ମୁଁ ମୁଖ୍ୟ ଭୂମିକ‌ାରେ ଅଭିନୟ କରିଥିଲେ ମୋ ଚରିତ୍ର କାହାର ଦୃଷ୍ଟି ଆକର୍ଷଣ କରିନଥିଲା। ଲୋକମାନେ ମୋତେ କୁହନ୍ତି ଯେ ମୁଁ ଫିଲ୍ମରେ ବହୁତ ଭଲ କାମ କରିଛି ଏବଂ ମୋ ଅଭିନୟକୁ ମଧ୍ୟ ପ୍ରଶଂସା କରନ୍ତି । ତଥାପି ମୋତେ କାମ ମିଳୁନାହିଁ। ଏଭଳି ହେବା ପଛର କାରଣ ମଧ୍ୟ ମୁଁ ଜାଣିପାରୁନାହିଁ ।

Leave a Reply

Your email address will not be published. Required fields are marked *