ସହକାରୀ ଉପଜିଲ୍ଲାପାଳଙ୍କ ଟିମ୍କୁ ବଡ଼ ସଫଳତା

ଫୋକସ ପ୍ଲସ (ଢେଙ୍କାନାଳ) ୨୧/୦୬/୨୦୨୨ :ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅଞ୍ଚଳରେ ଦିନକୁ ଦିନ ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣ ଚାଲାଣ ବୃଦ୍ଧି ପାଉଥିବା ବେଳେ, ଆଜି ଉପଜିଲ୍ଲାପାଳ ଙ୍କ ଟିମ୍ କୁ ମିଳିଛି ବଡ଼ ସଫଳତା । ଆଜି ସକାଳ ସମୟରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଙ୍କ ନିର୍ଦ୍ଦେଶନକ୍ରମେ ସହକାରୀ ଜିଲ୍ଲାପାଳ (ରାଜସ୍ବ ବିଭାଗ) ମଦନ ମୋହନ ଜେନା ଓ ସାଆନ୍ଦା,ସରାଙ୍ଗ ପୋଲିସ ର ନେତୃତ୍ବରେ ପରଜଙ୍ଗ ଅଞ୍ଚଳ ରେ ଚଢ଼ାଉ କରିଥିଲେ ଓ ସଫଳ ମଧ୍ଯ ହୋଇଥିଲେ ଏ ଚଢାଉ ରେ ତିନୋଟି ବାଲି ଗାଡି ଗୋଟିଏ ଇଟାଭାଟି ଓ ୨ଟି ପଥର ବୁଝେଇ ଟ୍ରକ ଜବତ କରି ପରଜଙ୍ଗ ତହସିଲଦାର ଙ୍କୁ ହସ୍ତଗତ କରିଥିଲେ ।ଗୋଟିଏ ଇଟାଭାଟି ରୁ ୨୨.୫୦୦ , ଦୁଇଟି ପଥର ଗାଡି ରୁ ୧.୩୦.୦୦୦ , ତିନୋଟି ବାଲି ଗାଡି ରୁ ୪୫.୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇ ଛଡା ଯାଇଥିବା ପରବର୍ତ୍ତୀ ସମୟ ରେ ଚଢାଉ କୁ ଆହୁରି ଯୋରଦାର କରାଯିବ ବୋଲି ତହସିଲ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *