ସହଜ ହେଲା UPI ନେଣଦେଣ,ଜାଣନ୍ତୁ 5 ଟିପ୍ସ,

ନୂଆଦିଲ୍ଲୀ: ୟୁପିଆଇ ବ୍ୟବସ୍ଥା ଭାରତର ଡିଜିଟାଲ ବିପ୍ଳବର ପ୍ରତୀକ । ଆଜି ଭାରତରେ କୋଟି କୋଟି ସଂଖ୍ୟାରେ ନାଗରିକ ପ୍ରତିଦିନ ଅନଲାଇନ ମାଧ୍ୟମରେ ଟଙ୍କା ନେଣଦେଣ କରୁଛନ୍ତି । ପ୍ରତିଦିନ 22କୋଟି ୟୁପିଆଇ ପେମେଣ୍ଟ ହେଉଛି । ଏହି ଅନଲାଇନ ଟଙ୍କା ନେଣଦେଣ ବ୍ୟବସ୍ଥା ଦେଶରେ ଏତେ ଲୋକପ୍ରିୟତା ଅର୍ଜନ କରିଛି ଯେ ଆଜି ଯେଉଁଠି ଦେଖିବ ସେଠାରେ QR କୋଡ୍‌ ଦେଖିବାକୁ ମିଳୁଛି । ବଡ଼ ବଡ଼ ସପିଂ ମଲ୍‌ଠାରୁ ଆରମ୍ଭ କରି ରାସ୍ତାକଡ଼ ପରିବା ଦୋକାନ, ଗୁପଚୁପ ଠେଲା, ଆଇସକ୍ରିମ ବିକାଳି ମଧ୍ୟ ଏହାର ବହୁଳ ବ୍ୟବହାର କରୁଛନ୍ତି ।

ପଇସା କଟିଲେ ଏହି ଟିପ୍ସକୁ ଅନୁସରଣ କରନ୍ତୁ:-

  • ପ୍ରଥମେ ପେମେଣ୍ଟ ହିଷ୍ଟ୍ରି ଅପସନ୍‌ ଯିବାକୁ ହେବ
  • ଏହାପରେ ରେଜ୍‌ ଡିସପ୍ୟୁଟକୁ ଯିବେ
  • ରେଜ ଡିସପ୍ୟୁଟରେ ଅଭିଯୋଗ କରିବେ
  • ଏହାପରେ ବି ପଇସା ନ ଆସିଲେ, ଆପଣ ନିଜ ବ୍ୟାଙ୍କ ସହ ଯୋଗାଯୋଗ କରିବେ

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ଅନୁସାରେ, ଭୁଲରେ ଟ୍ରାଞ୍ଜାକ୍ସନ ହେଲେ ଏହାର ସବିଶେଷ ତଥ୍ୟ ପ୍ରଥମେ ପେମେଣ୍ଟ ସର୍ଭିସ ପ୍ରୋଭାଇଡରର କଷ୍ଟମର କେୟାରକୁ ଦେବାକୁ ହେବ । ୟୁପିଆଇ ମାଧ୍ୟମରେ ଭୁଲ ବ୍ୟାଙ୍କ ଖାତାକୁ ଟଙ୍କା ଚାଲିଯିବା ପରେ ଆପଣ ଟୋଲ୍‌ ଫି ନମ୍ବର 18001201740ରେ କଲ୍‌ କରି ଅଭିଯୋଗ କରିପାରିବେ ।

କାହିଁକି ପେମେଣ୍ଟ ପେଣ୍ଡିଂ ଦେଖାଏ ?

ବେଳେ ବେଳେ ୟିପିଆଇ ୟୁଜର କୌଣସି ବ୍ୟକ୍ତିଙ୍କୁ ପେମେଣ୍ଟ କରିବା ପରେ ଏହା ପେଣ୍ଡିଂରେ ରହିଯାଏ । ୟୁଜରଙ୍କ ଆକାଉଣ୍ଟରୁ ପଇସା କଟିଯିବା ପରେ ମଧ୍ୟ ପେମେଣ୍ଟ ହିଷ୍ଟ୍ରିରେ ପେଣ୍ଡିଂ ଦେଖାଇଥାଏ । ଏହାର କାରଣ ହେଉଛି ବ୍ୟାଙ୍କର ସର୍ଭରରେ ଏକ ପ୍ରକାର ବୈଷୟିକ ତ୍ରୁଟି ଅଛି । ଟେକ୍ନିକାଲ ଗ୍ଲିଚ୍ କାରଣରୁ କାରବାର ବିଚାରାଧୀନ ବା ପେଣ୍ଡିଂ ଅବସ୍ଥାରେ ଅଛି । ଏପରି ସ୍ଥିତିରେ ଗ୍ରାହକ 48ଘଣ୍ଟା ମଧ୍ୟରେ ଏହି ଦେୟ ପାଇବେ । ବ୍ୟାଙ୍କ ଦ୍ବାରା ଏହି ସମସ୍ୟାର ସମାଧାନ ପରେ ଉକ୍ତ ପେମେଣ୍ଟଟି ସ୍ବୟଂଚାଳିତ ଭାବେ ସଫଳ (ପେମେଣ୍ଟ ସକ୍ସେସଫୁଲ୍‌) ଦେଖାଇଥାଏ ।

Leave a Reply

Your email address will not be published. Required fields are marked *