ସହଯୋଗ ର ହାତ ବଢାଇଲେ ଜୀବନ ଜ୍ୟୋତି ଫାଉଣ୍ଡେସନ

ଫୋକସ ପ୍ଲସ(କୋଣାର୍କ )୧/୦୮/ ୨୦୨୨: କାଉଡ଼ିଆ ମାନଙ୍କ ପାଇଁ ସହଯୋଗ ର ହାତ ବଢାଇଲେ ଜୀବନ ଜ୍ୟୋତି ଫାଉଣ୍ଡେସନ।ପୁରୀ ଜିଲ୍ଲା ଗୋପ ବ୍ଳକ ବାବା ବାଲିକପିଳେଶ୍ବର ମହାପ୍ରଭୁ ହେଉଛନ୍ତି ଭଙ୍ଗା ହାଡ କୁ ଯୋଡ଼ିଦେବା ପାଇଁ ପ୍ରସିଦ୍ଧ, ଯାହାକୁ ଆଖିରେ ରଖି ଶ୍ରାବଣ ମାସର ତୃତୀୟ ସୋମବାର ରେ ଜଳାଭିଷେକ କରିବା ଲାଗି ଅନେକ ସଂଖ୍ୟକ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଜୀବନ ଜ୍ୟୋତି ଫାଉଣ୍ଡେସନ (ବାଜପୁର) ପକ୍ଷରୁ କାଉଡିଆଙ୍କ ପାଇଁ ମେଡିସିନ, ବିସ୍କୁଟ, ଚାହା ଓ ପାଣି ପିଇବା ପାଇଁ ର ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଛି। ଅପର ପକ୍ଷରେ ଦେଖିବାକୁ ଗଲେ ଏଠାରେ ହଜାର ହଜାର ସଂଖ୍ୟାରେ ପୁରୁଷ ଓ ମହିଳା ମାନେ କାଉଡ଼ିଆ ପାଣି ଭାର ନେଇ ଆସି ଏଠାରେ ଜଳାଭିଷେକ କରୁଥିବା ବେଳେ ସେଠାରେ ସରକାରଙ୍କ ତରଫରୁ ଏକ ଶୌଚାଳୟ ନଥିବା କୁହନ୍ତି ପାଣି ଭାର ନେଇ ଆସିଥିବା କାଉଡ଼ିଆ ଭାଇ ଓ ଭଉଣୀ ମାନେ।ସେପଟେ ମଧ୍ୟ ଆଗାମୀ ଶେଷ ସୋମବାର ଆହୁରି ମଧ୍ୟ ଅଧିକ ସଂଖ୍ୟକ କାଉଡ଼ିଆ ଭିଡ ହେବାର ସମ୍ଭାବନା କୁ ଆଖିଆଗରେ ରଖି ସେଠାରେ ମହିଳା ମାନଙ୍କ ପାଇଁ ଏକ ଶୌଚାଳୟ କରିବାକୁ କରିବାକୁ ସାଧାରଣରେ ଦାବି ହୋଇଛି ।

 

କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଙ୍କ ରିପୋର୍ଟ ଫୋକାସ ପ୍ଲସ୍ |

Leave a Reply

Your email address will not be published. Required fields are marked *