ସହିଦ ବାଘା ଯତୀନଙ୍କ ୧୦୭ ତମ ସ୍କୃତି ଦିବସ ଅନୁଷ୍ଠିତ

ଫୋକସ ପ୍ଲସ(ବାଲେଶ୍ୱର)୧୦/୦୯/୨୦୨୨: ମହାନ ବିପ୍ଲବୀ ସହିଦ ବାଘାଯତୀନ ଙ୍କ ୧୦୭ ତମ ସ୍କୃତି ଦିବସ ବାରବାଟୀ ସ୍କୁଲ ଓ ଚଷାଖଣ୍ଡ ରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଅତିଥି ଭାବରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା,ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର,ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ,ପୈରାଧ୍ୟକ୍ଷା ସବିତା ସାହୁ ଅନ୍ୟାନ୍ୟ ଅତିଥି ବୃନ୍ଦ ଉପସ୍ଥିତ ରହି ସହିଦ ବାଘାଯତୀନ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ କରିବା ସହିତ ସ୍କୃତି ଚାରଣ କରିଥିଲେ।ଏହି ଅବସରରେ ପଶ୍ଚିମବଙ୍ଗ ରୁ ଆସିଥିବା ଅତିଥି ମାନେ ଆସି କାଯ୍ୟକ୍ରମ ରେ ସାମିଲ ହୋଇ ସ୍କୃତି ଚାରଣ କରିଥିଲେ।ସେହିପରି ଚଷାଖଣ୍ଡ ରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ତେବେ ଚଷାଖଣ୍ଡ ବାଘାଯତୀନ ରାସ୍ତା ଦୀର୍ଘ ବର୍ଷ ହେବ କୋର୍ଟ ରେ ମାମଲା ଯୋଗୁଁ ଅତି କଦଯ୍ୟ ଅବସ୍ଥା ଓ ବାଘାଯତୀନ ସ୍କୃତି ପୀଠ ପେରିଫେରି ଅପରିଷ୍କାର ପରିବେଶ ରହିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଟଙ୍କା ଆସିଛି ଆଲୋଚନା ହୋଇ ଖୁବଶୀଘ୍ର କାର୍ଯ୍ୟ ହେବ ବୋଲି ବାଲେଶ୍ବର ଜିଲ୍ଲାପାଳ ସୂଚନା |

Leave a Reply

Your email address will not be published. Required fields are marked *