ଫୋକସ ପ୍ଲସ 17/12/2022(ଢେଙ୍କାନାଳ): ଭୁବନ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀ କୂଳରେ ଥିବା ସାଇ ନର୍ସରୀ ର କେୟାରଟେକର ଅଲେଖ ସେନାପତି ବୟସ (24) ଙ୍କୁ କେହି ଅମାନୁଷିକ ଭାବେ ହତ୍ୟା କରିଛି l ସନ୍ଦ୍ୟା ପ୍ରାୟ ୭ ଟା ବେଳକୁ ଏହି ହତ୍ୟା କାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି l ନର୍ସରୀ ବନ୍ଦ କରି ଶ୍ରମିକ ମାନେ ଘରକୁ ଯିବା ପରେ ଏଭଳି ଘଟଣା ଘଟିଛି l ତେବେ ତାଙ୍କ ଫୋନ କୁ ବାରମ୍ବାର ତାଙ୍କ ଭାଇ ଚକ୍ରଧର ଫୋନ କରିଥିଲେ l ଫୋନ ନଉଠାଇବାରୁ ଆସିଦେଖିଥିଲେ ସେତେ ବେଳକୁ ମୁର୍ମୁଷ ଅବସ୍ଥା ରେ ପଡ଼ିଥିଲେ l ସାଙ୍ଗେ ସାଙ୍ଗେ ଡାକ୍ତରଖାନାକୁ ନେଇ ଥିଲେ l କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଅଲେଖ ସେନାପତି ଅକ୍ଷୟ ସେନାପତି ଙ୍କ ପୁଅ ଅଟନ୍ତି l ତାଙ୍କ ଘର ଗଁଦିଆ ବ୍ଲକ ମନ୍ଦାର ଚିତ୍ତଲ ପୁର ଗ୍ରାମର ବାସିନ୍ଦା ଅଟନ୍ତି l ଏହି ଫାର୍ମ ଟି ଜଣେ ପୂର୍ବତନ ସୈନିକଙ୍କର ଅଟେ l ଅଲେଖ ଫାର୍ମଟିକୁ ପାଞ୍ଚ ବର୍ଷ ହେବ ଭୁବନର ବଲକୃଷ୍ଣ ସାହୁଙ୍କ ଠାରୁ ଲିଜରେ ନେଇଥିଲେ l ନ୍ୟାୟ ପାଇଁ ନୀଳକଣ୍ଠପୁର ଛକ ରାସ୍ତା ଅବରୋଧ କଲେ ଗ୍ରାମବାସୀ l ଉପଯୁକ୍ତ ତଦନ୍ତ କରି ହତ୍ୟାକାରୀଙ୍କୁ ଧରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶୃତି ଦେବା ପରେ ରାସ୍ତାରୁ ଉଠିଥିଲେ l