ଫୋକସ ପ୍ଲସ (ଉଦଳା): ସାଙ୍ଗ ସାଜିଲା ସୈତାନ |ନିଜ ସ୍ତ୍ରୀ ସହିତ ସାଙ୍ଗର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଅତି ବିଭତ୍ସ ଭାବେ ସାଙ୍ଗକୁ ବାଡେଇ ବାଡେଇ ଏବଂ ପଥରରେ ଛେଚି ହତ୍ୟା କରିଲା ସାଙ୍ଗ ଓ ମୃତଦେହକୁ ମୁରୁମ ଖାଦାନ ରେ ହତ୍ୟା କରି ଫୋପାଡ଼ି ଦେଲା ସାଙ୍ଗ|ଏଭଳି ଏକ ଜଘନ୍ୟ ହତ୍ୟା କାଣ୍ଡ ଘଟଣାର ଫର୍ଦାଫାଶ କରିଛି ଶରତ ପୋଲିସ, କପ୍ତିପଦା ଉପଖଣ୍ଡର ଏସ ଡି ପି ଓ ପ୍ରେସ ମିଟ କରି ରଖିଛନ୍ତି ପତିକ୍ରିୟା,ଶରତ ଥାନା ଅଧିନସ୍ଥ କାଠଚୁଆ ଗ୍ରାମରେ ଗତ ସୋମବାର ଦିନ ଘଟି ଯାଇଥିଲା ଏକ ଅଘଟଣ କେନ୍ଦୁଝର ଜିଲ୍ଲା ଆନ୍ଦପୁର ଥାନା କୁଟଡିହି ଗ୍ରାମର ରତନ ସାମାଡ଼ ନିଜ ସାଙ୍ଗ ଲାଲା ବିରୁଲି କୁ ସାଙ୍ଗରେ ନେଇ ଶରତ ଥାନା ଅଞ୍ଚଳରେ ଥିବା ନିଜ ଶ୍ୱଶୁର ଘର କାଠଚୁଆ ଗ୍ରାମକୁ ବୁଲିବାକୁ ଆସିଥିଲା |ପୂର୍ବରୁ ରତନର ସ୍ତ୍ରୀ ସହିତ ଲାଲାର ଅନୈତିକ ସମ୍ପର୍କ ରହିଥିବା ସନ୍ଦେହ କରିଥିଲା ସାଙ୍ଗ ରତନ ସlମ୍ବlଡ଼ |
ରତନ ନିଜ ଶ୍ୱଶୁର ଘର କାଠଚୁଆ ଗ୍ରାମକୁ ବୁଲିବାକୁ ଯିବା କହି ନିଜ ସାଙ୍ଗ ଲାଲା କୁ ନେଇ ଗତ ଶନିବାର ଦିନ କେନ୍ଦୁଝର ଜିଲ୍ଲା ଆନ୍ଦପୁର ଅଂଚଳରୁ କାଠଚୁଆ ଗ୍ରାମକୁ ବୁଲିବାକୁ ଆସି ଥିବା ବେଳେ, ସୋମବାର ଦିନ ଉଭୟ ସାଙ୍ଗ ବାଇକ ଯୋଗେ କାଠଚୁଆ ଗ୍ରାମରୁ ଘରକୁ ପଳାଇ ଯାଉଛୁ କହି କାଠ ଚୁଆ ଗ୍ରାମରୁ ବାହାରି ପଳାଇ ଆସିଥିବା ବେଳେ କାଠ ଚୁଆ ଗ୍ରାମର ମୁରୁମ ଖାଦାନ ନିକଟରେ ନିଜର ସାଙ୍ଗ ଲାଲା ଙ୍କୁ ,ପ୍ରଥମେ ଏକ ବାଡ଼ିରେ ବାଡେଇ ବାଡେଇ ଗୁରୁତର କରିବା ପରେ ତା ମୁହଁକୁ ପଥରରେ ଛେଚି ହତ୍ୟା କରିଥିଲା ରତନ |ଏହା ପରେ ମୃତଦେହକୁ ମୁରୁମ ଖାଦାନ ରେ ଫୋପାଡ଼ି ଦେଇ ଘଟଣା ସ୍ଥଳରୁ ଚମ୍ପଟ ଥିଲା |
ଗତ ମଙ୍ଗଳବାର ଦିନ ସକାଳ ସମୟରେ କିଛି ଗ୍ରାମବାସୀ ମୁରୁମ ଖାଦାନକୁ ଶୌଚ ହେବାକୁ ଆସିଥିବା ବେଳେ ଏକ ଅଜଣା ମୃତଦେହ ମୁରୁମ ଖାଦାନର ରାସ୍ତା କଡ଼ ପାଣିରେ ଭାଷୁଥିବାର ଦେଖି ନିକଟସ୍ଥ ଗ୍ରାମରଖିଙ୍କୁ ଖବର ଦେଇଥିଲେ | ଖବର ପାଇ ଗ୍ରାମରଖି ଶରତ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ, ସୂଚନା ପାଇ ଶରତ ପୋଲିସ ଘଟଣା ସ୍ଥଳରେ ପହଂଚି ବାରିପଦାରୁ ସାଇଣ୍ଟିଫିକ ଟିମ ଡକାଇ ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ନିମନ୍ତେ ଉଦଳା ମେଡିକାଲର ଶବ ଗୃହକୁ ପଠାଇ ଦେଇଥିଲା |ଉଦଳା ମେଡିକାଲର ଶବ ଗୃହରେ ଶବ ବ୍ୟବଚ୍ଛେଦ କରାଯାଇ ଘର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ବେଳେ |ଶରତ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା |
ପୋଲିସ ଖୋଳତାଡ଼ କରିବା ପରେ ଲାଲାକୁ ହତ୍ୟା କରିଥିବା ତା ସାଙ୍ଗ ରତନକୁ ଗିରଫ କରିବା ପରେ ଅଭିଯୁକ୍ତ ରତନ ପୋଲିସ ଆଗରେ ବଖାଣିଚି ହତ୍ୟାକାଣ୍ଡର ପୁରା କାହାଣୀ |ଶରତ ପୋଲିସ ଅଭିଯୁକ୍ତ କୁ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ବାଡ଼ି ଏବଂ ପଥରକୁ ମଧ୍ୟ ଜବଦ କରିଛି!ଏ ନେଇ କପ୍ତିପଦା ଉପଖଣ୍ଡର ପୋଲିସ ଅଧିକାରୀ ସାର୍ଥକ ରାୟ ପ୍ରେସ ମିଟ କରି ଘଟଣାର ଫର୍ଦାଫାଶ କରି ସୂଚନା ପ୍ରଦାନ କରିଛନ୍ତି |
ଉଦଳାରୁ ଦିଲ୍ଲୀପ କୁମାର ପରିଡାଙ୍କ ରେପୋର୍ଟ