ସାତ ଦିନ ହେଲା ପଞ୍ଚାୟତରେ ତାଲା ପ୍ରଶାସନର ଦେଖା ନାହିଁ ||

ଫୋକସ ପ୍ଲସ 11/1/2023(ମୟୂରଭଞ୍ଜ):ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ବ୍ୟାପକ ହେରଫେର ,ସାତ ଦିନ ହେବ ପଂଚାୟତରେ ତାଲା ପକାଇଛନ୍ତି ଗ୍ରାମବାସୀ । ଆଜିକି ୭ ଦିନ ହେବ ପଞ୍ଚାୟତ କାର୍ଯ୍ୟାଳୟ ଖୋଲିନି କି କୌଣସି ସରକାରୀ କାର୍ଯ୍ୟ ହୋଇପାରୁନି।ସେପଟେ ଏହାର ସମାଧାନ କରିବା ପରିବର୍ତ୍ତେ ପଞ୍ଚାୟତକୁ ଆସୁ ନାହାଁନ୍ତି କି ଦେଖା ଦେଉନାହାଁନ୍ତି ପଞ୍ଚାୟତ ଅଧିକାରୀ କିମ୍ବା ବ୍ଲକ ପ୍ରଶାସନ । ଏଭଳି ଘଟଣା ସମ୍ନାକୁ ଆସିଛି ବୋରିଗୁମ୍ମା ବ୍ଲକର କୁମୁଲି ପଂଚାୟତରୁ।ଏହି ପଞ୍ଚାୟତରେ ପ୍ରଧାନ ମନ୍ତ୍ରୀ ଆଭାସ ଯୋଜନା ହିତାଧିକାରୀ ତାଲିକା ଭୁକ୍ତ ହୋଇଥିବା ବେଳେ ସେଥିରୁ କେବଳ କେତେ ଜଣ ହିତାଧିକାରୀଙ୍କ ଘର ପ୍ରଦାନ ପାଇଁ ଜିଓ ଟାଗ ହେଉଛି। ପ୍ରକୃତ ଗରିବ ଓ ଭୀର୍ଣ୍ଣ କ୍ଷମ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଉଛନ୍ତି ।ଯାହାକୁ ନେଇ ଗ୍ରାମବାସୀ ଏହାର ତଦନ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ଘର ପ୍ରଦାନ କରାଯାଉ ବୋଲି ଦାବି କରି ପଞ୍ଚାୟତ କାର୍ଯ୍ୟାଳୟକୁ ୭ ଦିନ ହେବ ତାଲା ମାରି ବସିଛନ୍ତି।ଘଟଣାକୁ ଏତେ ଦିନ ବିତି ଯାଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ନ ପହଞ୍ଚିବାକୁ ନେଇ ସାଧାରଣରେ ବଡ଼ ପ୍ରଶ୍ନ ବାଚି ସୃଷ୍ଟି ହେଉଛି । ମୁଖ୍ୟତ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ୪୦୪ ଜଣ ହିତାଧିକାରୀଙ୍କ ନାମ ପେନାଲଲିଷ୍ଟରେ ରହିଥିଲା ଏବେ ରାତି ଅଧିଆ ଜିଓ ଟାଗ କରି ୧୭୮ ଜଣର ଆସିଛି ତେବେ ଆଉ ବଳକା ଘର କୁଆଡେ ଗଲା ବୋଲି ହିତାଧିକାରୀ ପ୍ରଶ୍ନ ଉଠାଇଛନ୍ତି ।ଗରିବ ଲୋକଙ୍କୁ ପୁନଃ ଆବାସ ଯୋଜନାରେ ଯୋଡିବା ଏବଂ ବ୍ଲକ ପ୍ରଶାସନ ଆସି ସମ୍ପୂର୍ଣ୍ଣ ଆଲୋଚନା ନ କରିବା ପର୍ୟ୍ଯନ୍ତ ପଂଚାୟତରେ ତାଲା ପଡିବ ବୋଲି ଦାବି କରିଛନ୍ତି ଗ୍ରାମବାସୀ । ଗୋଟିଏ ପଟେ ହିତାଧିକାରୀ ଗ୍ରାମବାସୀଙ୍କ ଜିଦ ଅନ୍ୟ ପଟେ ବ୍ଲକ ପ୍ରଶାସନର ନୀରବତା ଉନ୍ନୟନ ବିକାଶ ମୂଳକ କାର୍ଯ୍ୟ ଏବଂ ଅନ୍ୟାନ୍ୟ ପଂଚାୟତର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି।ଏଣୁ ଜିଲ୍ଲା ପ୍ରଶାସନ ଏହା ଉପରେ ହସ୍ତକ୍ଷେପ କରି ଗ୍ରାମବାସୀ ଓ ବ୍ଲକ ପ୍ରଶାସନର ଭିତରେ ସୃଷ୍ଟି ହୋଇଥିବା ବିବାଦର ଅନ୍ତ କରୁଛି କେବେ ତାକୁ ହିଁ ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *